Excuse Me Odisha

ଯାହା କହିବୁ ସତ କହିବୁ

ଶରୀରର ଏହି ଅଙ୍ଗରେ ବାନ୍ଧନ୍ତୁ କଳା ସୂତା,ସବୁ ଜିନିଷ ରହିବ ଆପଣଙ୍କ ପାଦ ତଳେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶରୀରରେ ଏହି ଅଙ୍ଗରେ ବାନ୍ଧନ୍ତୁ କଳା ସୂତା। ସବୁ ଜିନିଷ ହେବ ଆପଣଙ୍କ ପାଦ ତଳେ।

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ଏହା ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେଲା ପରେ ଘରେ ବଡ଼ମାନେ ତାଙ୍କୁ କଳା ଟୀକା ବା କଳା ସୂତା କିମ୍ବା ନଜର ବାହାର କରିବା ପାଇଁ ଏପରି କିଛି କାର୍ଯ୍ୟ ଅବଶ୍ୟ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହାର ପଛରେ ରହସ୍ୟ କଣ ଅଟେ। ଆମେ ସମୟ ସହିତ ଆଗକୁ ବଢି ଚାଲିଥାଉ। ପୁରୁଣା ରୀତିନୀତି ଧର୍ମ କାର୍ଯ୍ୟ ଏବଂ ମାନ୍ୟତା ଭୁଲି ଯାଉଛନ୍ତି। ଯାହାର ପ୍ରଭାବ ଆମର ସଂସ୍କୃତି ଉପରେ ଦେଖିବାକୁ ମିଳୁଛି।

ଆଜି ଆମେ ଯେଉଁ ସମାଜରେ ବଢ଼ୁଅଛୁ ସେଥିରେ ଛଳନା କପଟ ଲାଳସା କ୍ରୋଧ ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ। ଏପରି ଆମର ଗୁରୁଜନଙ୍କ ଦ୍ୱାରା ସୁଚା ଯାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ। ଏହି ଜିନିଷକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ କଳା ସୂତା ସହିତ ଜଡ଼ିତ କିଛି ଏପରି ଉପାୟ ଯେଉଁଥିରେ ଆପଣଙ୍କର ନାକାରାତ୍ମକତା ଦୂର ହୋଇଯିବ।

ଯଦି ଆପଣଙ୍କର ଜୀବନରେ ବି ଆପଣ ଏହା ଅନୁଭବ କରୁଛନ୍ତି କୌଣସି ଖରାପ ନଜର ଆପଣଙ୍କର ରାସ୍ତା ରକୁଛି କିମ୍ବା ଆପଣଙ୍କର ପରିବାରକୁ ଆପଣଙ୍କର ଘରର ସୁଖ ଶାନ୍ତିକୁ କାହାର ନଜର ଲାଗିଯାଇଛି ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ଏବଂ ଏହି ଉପାୟକୁ ନିଶ୍ଚୟ ଆପଣାନ୍ତୁ। ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ କି କଳା ସୂତା ସହିତ ଜଡ଼ିତ କିଛି ଉପାୟ ବିଷୟରେ।

ସର୍ବପ୍ରଥମେ ଆପଣଙ୍କୁ କହିଦେଉଛୁ କି କଳା ରଙ୍ଗ ନାକାରାତ୍ମକ ଉର୍ଜାକୁ କମ କରିଥାଏ। ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟୀକା କଳା କପଡା ଏବଂ କଳା ରଙ୍ଗର ଜିନିଷର ଉପଯୋଗ କରାଯାଇଥାଏ। କଳା ସେଥି ମଧ୍ୟରୁ ଅଧିକ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କର ଘରେ ଝଗଡା ବଢୁଛି

ଅକାରଣରେ ଝଗଡା ଏବଂ ଆପଣଙ୍କର ଭିତରେ ମନମାଳିନ୍ୟ ହେଉଥାଏ ତେବେ ଏହାକୁ ରୋକିବା ପାଇଁ ଆପଣଙ୍କୁ ଏହା କରିବାକୁ ହେବ ଯେ ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦିରକୁ ଯାଇ ଏକ ମିଟର କଳା ସୂତା ନେଇ ତାହା ଉପରେ ୧୦୮ ଗଣ୍ଠି ବାନ୍ଧିଦିଅନ୍ତୁ। ଏବଂ ପ୍ରତ୍ୟକ ଗଣ୍ଠି ବାନ୍ଧିବା ବେଳେ ଓଁ ଶନିଶ୍ଚରାୟ ନମଃ ଜପ କରନ୍ତୁ।

ଯଦି ଆଖପାଖରେ ଶନିମହାରାଜାଙ୍କ ମନ୍ଦିର ନଥାଏ ତେବେ ଘରେ ମଧ୍ୟ ଏହି ଉପାୟ କରିପାରିବେ। ତେବେ ସେହି ସୂତାକୁ ଆପଣଙ୍କ ଦ୍ଵାରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଏମିତିରେ ଘରକୁ ଖରାପ ନଜର ଏବଂ ନାକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ।

ଦ୍ୱିତୀୟ ଉପାୟ। ଯଦି ଆପଣଙ୍କ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଏବଂ ତାଙ୍କୁ ବାରମ୍ବାର କୌଣସି ନାଁ କୌଣସି ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଥାଏ ତ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗେଇ ରଖିଦିଅନ୍ତୁ।ଏବଂ ତା ପରଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ବୀମାର ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ। ଏହା ଦ୍ୱାରା ତାଙ୍କର ଆଖପାଖର ନାକାରାତ୍ମକ ଉର୍ଜା ଦୂରେଇ ରହିବ। ଏବଂ କାହାର ଖରାପ ନଜର ଛୁଇଁ ପାରିବ ନାହିଁ।

ତୃତୀୟ କଥା। ଗର୍ଭବତୀ ମହିଳାଙ୍କୁ ସବୁବେଳେ ଜଲଦି ନଜର ଲାଗିଯାଏ। କେତେଥର ତାଙ୍କର ଆସିବାକୁ ଥିବା ପିଲା ଦେହରେ ଖରାପ ପ୍ରଭାବ କିମ୍ଵା ଖରାପ ନଜର ପଡିଯାଇଥାଏ। କଳା ସୂତାକୁ ଗର୍ଭବତୀ ମହିଳାଙ୍କୁ ଯେତିକି ସେତିକି ମାପିକି ନେଇଯିବେ ଆପଣ ସେହି ସୂତାକୁ ୩ ଥର ତାଙ୍କର ଚାରିପଟେ ବୁଲେବ ନେଇ ସେହି ସୂତାକୁ ବରଗଛ କିମ୍ବା ନଦୀରେ ବିସର୍ଜନ କରିଦିଅନ୍ତୁ। ଏହି ଉପାୟ ପିଲା ଜନ୍ମ ହେବାଯାଏଁ କରନ୍ତୁ। ଏଥି ଦ୍ୱାରା ଗର୍ଭବତୀ ମହିଳାଙ୍କର ଆଖପାଖରେ କୌଣସି ଖରାପ ନଜର ଆସିପାରିବ ନାହିଁ।

କଳା ସୂତାରେ ରୁଦ୍ରାକ୍ଷ ଲଗେଇ ଯଦି ବାଜୁ ବନ୍ଧରେ ମାନେ ଡେଣାରେ ଲଗାଯାଏ ଏହା ଅଧିକ ଲାଭଦାୟକ ହୋଇଥାଏ। ପୁରୁଣା କଳା ସୂତାକୁ ସବୁବେଳେ ବରଗଛ ତଳେ ମାଟିରେ ପୋତିବା ଉଚିତ କିମ୍ଵା ନଦୀରେ ଭସେଇ ଦେବା ଉଚିତ। ଅନ୍ୟଥା ଏହି କଳା ସୂତାକୁ କେତେ ଲୋକ କଳାଯାଦୁ କରିବାରେ ବ୍ୟବହାର କରିଦିଅନ୍ତି। ଗୋଡ଼ରେ ମୁଦି ପିନ୍ଧିଥିବା ଆଙ୍ଗୁଠିରେ କଳା ସୂତା ପିନ୍ଧାଯାଇଥାଏ ତ କଳା ଶକ୍ତିର ପ୍ରଭାବ କମ ହୋଇଥାଏ।

କଳା ସୂତା ମନ୍ଦିରର ପୁଜାରୀ ଠାରୁ କିମ୍ବା ନିଜେ କିଣିକି ହିଁ ପିନ୍ଧିବା ଉଚିତ। ଅନ୍ୟ କାହାଠାରୁ ଦିଆଯାଇଥିବା କଳା ସୂତା ପିନ୍ଧିବା ଉଚିତ ନୁହେଁ

ତେବେ ବନ୍ଧୁଗଣ ଏହା ଥିଲା କଳା ସୂତାକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *