Excuse Me Odisha

ଯାହା କହିବୁ ସତ କହିବୁ

ଏହି ୭ଟି ସଂକେତରୁ ଜାଣନ୍ତୁ ଯେ ଆପଣ ରାହୁର ବଶବର୍ତ୍ତୀ ହୋଇଛନ୍ତି,ଆପଣଙ୍କର ସର୍ବନାଶ ହେବାକୁ ଯାଉଛି,ଜାଣନ୍ତୁ ରାହୁ ଦୋଷରୁ କେମିତି ପାଇବେ ମୁକ୍ତି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାହୁ ଦୋଷର ୭ ଟି ଲକ୍ଷଣ ଦୂର କରିବା ପାଇଁ ୩ ଉପାୟ।

ବନ୍ଧୁଗଣ ମନୁଷ୍ୟ ନିଜ ଜୀବନରେ ପ୍ରତିଦିନ ଯାହାବି କାମ କରିଥାଏ ତାହା ତାର କର୍ମ କୁହାଯାଏ ଏବଂ ସେହି କର୍ମରୁ ହିଁ ତାର ଭାଗ୍ୟ ଜଡିତ ହୋଇଥାଏ। ଆମର ଭାଗ୍ୟ ଏବଂ ଆମର କର୍ମରେ ଆମର ଗ୍ରହଙ୍କର ବି ପ୍ରଭାବ ହୋଇଥାଏ। ଆଉ ଏହିସବୁ ଗ୍ରହର ଅଧ୍ୟୟନ ଏବଂ ସୂଚନା ଯେଉଁବି ଶାସ୍ତ୍ରରେ ମିଳିଥାଏ ସେହି ଶାସ୍ତ୍ର ହେଉଛି ଜ୍ୟୋତିଷ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ଆମର ଏକ ପ୍ରାଚୀନ ବୈଦିକ କାଳୀନ ଶାସ୍ତ୍ର ଅଟେ। ଯେଉଁ ଅନୁସାରେ ମନୁଷ୍ୟର ଜୀବନ ଉପରେ ନବ ଗ୍ରହଙ୍କ ପ୍ରଭାବ ହୋଇଥାଏ। ଏହିସବୁ ନବ ଗ୍ରହ ଏହି ପ୍ରକାରର।

ସୁର୍ଯ୍ୟ ଚନ୍ଦ୍ରମା ମଙ୍ଗଳ ବୁଧ ବୃହସ୍ପତି ଶୁକ୍ର ଶନି ରାହୁ ଏବଂ କେତୁ। ଏହିସବୁ ନବ ଗ୍ରହ ମଧ୍ୟରେ ପ୍ରତ୍ୟକ ଗ୍ରହ ଏକ ନିଶ୍ଚିତ ସମୟ ପାଇଁ ମନୁଷ୍ୟର କୁଣ୍ଡଳୀରେ ପ୍ରବେଶ କରିଥାଏ ଆଉ ମନୁଷ୍ୟର ଜୀବନରେ କେତେ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ। ଯଦି ଆମ କୁଣ୍ଡଳୀରେ ରାହୁ ଗ୍ରହର ସ୍ଥାନ ଉତ୍ତମ ଏବଂ କୁଣ୍ଡଳୀ ଉପସ୍ଥିତ କୌଣସି ଅନ୍ୟ ଗ୍ରହ ସହିତ ତାର ସମ୍ବଦ୍ଧ ଭଲ ତେବେ କେବେ କେବେ ବ୍ୟକ୍ତିର ଜୀବନରେ ଉନ୍ନତି କରିପାରିଥାଏ କିନ୍ତୁ ଏମିତି ବହୁତ ଜମି ହୋଇଥାଏ ଏବଂ ଅଧିକତର ଏହି ଗ୍ରହ କ୍ଷତି ହିଁ କରିଥାଏ। ରାହୁ ବ୍ୟକ୍ତିର ଜୀବନରେ ହଠାତ ସମସ୍ୟା ସୃଷ୍ଟି କରିଥାଏ ଆଉ ମନୁଷ୍ୟ ସବୁ ପ୍ରକାରର ସଂକଟ ଏବଂ କଷ୍ଟରେ ଘେରି ହୋଇ ରହିଥାଏ।

ରାହୁ ଆମର ଜୀବନକୁ ଆର୍ଥିକ ସାମାଜିକ ପାରିବାରିକ ଏବଂ ବ୍ୟକ୍ତିଗତ ସ୍ତରରେ ଅଧିକ ସମସ୍ୟା ଆଣିବାର କ୍ଷମତା ରଖିଥାଏ ଯାହା ଦ୍ୱାରା ମନୁଷ୍ୟ ମାନସିକ ଏବଂ ଶାରୀରିକ ରୂପରେ କମଜୋର ହୋଇ ଭାଙ୍ଗିଯାଏ ଏବଂ ନିଜ ନିଜକୁ ଏକା ଏବଂ ଅସହାୟ ଅନୁଭବ କରିଥାଏ। ଏଥିପାଇଁ ରାହୁକୁ ଏକ କ୍ରୁର ଏବଂ ନିର୍ଦୟ ଗ୍ରହ ରୂପରେ ବି ଦେଖାଯାଏ। ରାହୁକୁ ଏକ ପାପ ଗ୍ରହବି କୁହାଯାଏ। ରାହୁ ଗ୍ରହର ଉତ୍ପତ୍ତି ମିଛ ଏବଂ ଅବିଶ୍ୱାସ ପାପ କାରଣରୁ ହୋଇଥିଲା। ଏହି କାରଣରୁ ଏହାର ସବୁ ଦୁର୍ଗୁଣ ଥାଏ। ସବୁ ଗ୍ରହ ମଧ୍ୟରୁ ରାହୁ ଏବଂ କେତୁ ଏହି ଦୁଇଟି ଗ୍ରହ ଦେଖାଯାନ୍ତି ନାହିଁ ଏଥିପାଇଁ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ।

ପୁରାଣ ଅନୁସାରେ ରାହୁ ଏବଂ କେତୁ ଗୋଟିଏ ହିଁ ରାକ୍ଷସର ଦୁଇ ଭାଗ ଅଟନ୍ତି। ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଭଗବାନ ବିଷ୍ଣୁ ମୋହିନୀ ରୁପ ଧାରଣ କରି ଦେବତା ମାନଙ୍କୁ ଅମୃତ ବାଣ୍ଟୁଥିଲେ ସେତେବେଳେ ଏହି ଦାନବ ରାକ୍ଷସ ଦେବତାଙ୍କ ରୂପ ନେଇ ଦେବତାଙ୍କ ସଭାରେ ବସିଯାଇଥିଲା। ଯେତେବେଳେ ତାର ଚାଲାକି ବିଷୟରେ ସୁର୍ଯ୍ୟ ଏବଂ ଚନ୍ଦ୍ରମା ଭଗବାନ ବିଷ୍ଣୁଙ୍କୁ କହିଲେ ତ କ୍ରୋଧିତ ହୋଇ ଭଗବାନ ବିଷ୍ଣୁ ସେହି ଦାନବର ମୁଣ୍ଡରୁ ଶରୀରକୁ ଅଲଗା କରିଦେଇଥିଲେ।

ତାର ଶରୀରର ଭାଗକୁ ରାହୁ କୁହାଗଲା ଏବଂ ମୁଣ୍ଡ ବାଲା ଅଂଶକୁ କେତୁ ବୋଲି କୁହାଗଲା। କିନ୍ତୁ ଏତେ ସବୁ ହେବା ପରେ ବି ରାହୁ ଏବଂ କେତୁ ନିଜର କ୍ରୁର ସ୍ୱାଭାବ ବଦଳାଇଲେ ନାହିଁ ଆଉ ସର୍ବଦା ହିଁ ନିଜର ଦୁର୍ଗୁଣରେ ମାନବ ଜାତିକୁ ହଇରାଣ କରିବାର କାମ କରନ୍ତି। ରାହୁର ଏହି ଦୁର୍ଗୁଣର କାରଣ ଯୋଗୁ ସର୍ବଦା ମନୁଷ୍ୟର ବ୍ୟକ୍ତିତ୍ୱରେ ଦୁର୍ଗୁଣ ଭରି ଯାଏ।

ଆସନ୍ତୁ ଜାଣିନେବା ରାହୁ ଗ୍ରହର ପ୍ରଭାବରେ ବ୍ୟକ୍ତିକୁ ନିଜ ଜୀବନରେ କେଉଁ ସମସ୍ୟାରର ସାମ୍ନା କରିବାକୁ ପଡିଥାଏ। ଏହା ସହିତ ଜାଣିବା ରାହୁର କୁପ୍ରଭାବରୁ ବଞ୍ଚିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେଉଁ ଉପାୟ କୁହାଯାଇଛି।

ପ୍ରଥମେ। କୁଣ୍ଡଳୀରେ ରାହୁ ଗ୍ରହ ପ୍ରବେଶ କରିଥାଏ ତ ତାର କୁପ୍ରଭାରୁ ବ୍ୟକ୍ତିର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ। ଭଲ ଚାଲୁଥିବା ବ୍ୟବସାୟ ଏବଂ ଚାକିରୀ ଆଦିରେ ଅଚାନକ କ୍ଷତି ହେବାକୁ ଲାଗିଥାଏ। ଅର୍ଥାତ ଆମ ଆର୍ଥିକ କ୍ଷେତ୍ର ଉପରେ ତାର ଖରାପ ପ୍ରଭାବ ପଡିଥାଏ।

ଦ୍ଵିତୀୟରେ। ରାହୁର କୁପ୍ରଭାବରେ ବ୍ୟକ୍ତିର ମାନସିକ ସ୍ଥିତି ଉପରେ ବି ପ୍ରଭାବ ପଡିଥାଏ। ବ୍ୟକ୍ତି ମାନସିକ ରୂପରେ କମଜୋର ହୋଇଯାଇଥାଏ ଏବଂ ତାର ବୁଦ୍ଧି ଠିକ ଭାବରେ କାମ କରିନଥାଏ। ଏମିତି ସ୍ଥିତିରେ ବ୍ୟକ୍ତି ଠିକ ଏବଂ ଭୁଲର ନିର୍ଣ୍ଣୟ କରିପାରି ନଥାଏ ଆଉ ଅଧିକ ଥର ଭୁଲ ନିଷ୍ପତ୍ତି ନେଇଯାଇଥାଏ। ଯେଉଁଥି ପାଇଁ ତାର ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନ ପ୍ରଭାବିତ ହୋଇଥାଏ।

ତୃତୀୟରେ। ରାହୁର କୁପ୍ରଭାବ ବ୍ୟକ୍ତିର ସ୍ୱଭାବରେ ବି ପରିବର୍ତ୍ତନ ନେଇ ଆସିଥାଏ। ଚାରି ଆଡୁ ସମସ୍ୟାରେ ଘେରି ହୋଇଥିବା ବ୍ୟକ୍ତିର ସ୍ଵଭାବ କଠୋର ଏବଂ ଉଗ୍ର ହୋଇଯାଇଥାଏ ଆଉ ଅନ୍ୟ ଲୋକଙ୍କ ସହିତ ନିଜ ଲୋକଙ୍କ ସହିତ ବି ଖରାପ ବ୍ୟବହାର କରିବାକୁ ଲାଗିଥାଏ। ତାର କଥାରେ ଅଧିକ ଅପଶବ୍ଦ ଥାଏ। ଯେଉଁ କାରଣରୁ ତାର ଅଧିକ ଲଢେଇ ଝଗଡା ହୋଇଥାଏ।

ଚତୁର୍ଥରେ। ରାହୁର ପ୍ରଭାବରେ ବ୍ୟକ୍ତି ପାପ କର୍ମ କରିବାରେ ପ୍ରବୃତ୍ତ ହୋଇଯାଇଥାଏ ଆଉ ଭଲ କଥାର ଅପେକ୍ଷା ଖରାପ ଏବଂ ନିକୃଷ୍ଟ କଥା କହିଥାଏ। ତାକୁ ଅଧିକ ପ୍ରଭାବିତ କରିଥାଏ। ସେ ଅଧିକ ଖରାପ ଆଡ଼କୁ ଆକର୍ଷିତ ହୋଇଥାଏ ଏବଂ ଗୋଟିଏ ପରେ ଗୋଟିଏ ପାପ କର୍ମ କରିଥାଏ। କୁସଙ୍ଗତରେ ଆନନ୍ଦ ପ୍ରାପ୍ତ କରିଥାଏ। ରାହୁ ଗ୍ରହ ଜୁଆ ଚୋରି ଡ଼କାୟତ ବ୍ୟଭିଚାର ହତ୍ୟା ଆଦି ଅତ୍ୟନ୍ତ ଘୃଣ୍ୟ କାମ କରିବା ପାଇଁ ମନୁଷ୍ୟଙ୍କୁ ପ୍ରେରିତ କରିଥାଏ ଆଉ ମନୁଷ୍ୟ ଅଂଦ୍ଧକାର ଆଡ଼କୁ ଚାଲିଯାଇଥାଏ।

ପଞ୍ଚମରେ। ରାହୁର ପ୍ରଭାବରେ ବ୍ୟକ୍ତି ନିଜର ଲୋକଙ୍କ ଉପରେ ସନ୍ଦେହ କରିବାକୁ ଲାଗିଥାଏ। ଅଧର୍ମ ପଥରେ ଚାଲିଥାଏ। ଅଂହକାରୀ ହୋଇଯାଇଥାଏ ଏବଂ ନିଜେ ନିଜକୁ ହିଁ କ୍ଷତି ପହଂଚାଇବାକୁ ଲାଗିଥାଏ। ତାର ବ୍ୟବହାରରେ ତାର ଶତ୍ରୁର ସଂଖ୍ୟା ବୃଦ୍ଧି ହୋଇଥାଏ। ଏହି ପ୍ରକାରରେ ରାହୁ ନିଜର କୁ ଚକ୍ର ଚଲେଇ ମନୁଷ୍ୟଙ୍କୁ ଆହୁରି ବି ମଧ୍ୟ ଅନେକ ସମସ୍ୟାରେ ଏବଂ କଷ୍ଟରେ ଫସେଇ ତାକୁ ବହୁତ କଷ୍ଟ ଦେଇଥାଏ ଏବଂ ତାର ଜୀବନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। କିନ୍ତୁ ଯେଉଁଠି ସମସ୍ୟା ଥାଏ ସେଠି ତାର ସମାଧାନ ବି ଥାଏ। ଆଉ ଆମର ଜ୍ୟୋତିଷ ଶାସ୍ତ୍ରରେ କୌଣସି ସମସ୍ୟାର ସମାଧାନ ନହେବ ଏମିତି ହୋଇ ପାରିବ ନାହିଁ। ତେବେ ଆସନ୍ତୁ ଜାଣିବା ରାହୁର କୁପ୍ରଭାବ କୁ କମ କରିବା ପାଇଁ କେଉଁ ଉପାୟ କରିବା ଉଚିତ।

ରାହୁ ଦୋଷକୁ କମ କରିବା ପାଇଁ କୌଣସି ବି ଦୁଃଖୀ ରୁଗୀ ଅଭାବୀ ବ୍ୟକ୍ତିର ସେବା ଯତ୍ନ କରନ୍ତୁ।

ରାହୁ ଏବଂ ଶନିଦେବଙ୍କ ସମ୍ବଦ୍ଧିତ ବସ୍ତୁର ଦାନ କରନ୍ତୁ। ଯେମିତିକି ଲୁହାର ଜିନିଷ କଳା ତିଳ ସୋରିଷ ତେଲ କଳା କପଡା ଇତ୍ୟାଦି।

ଘରେ ରାହୁ ଯନ୍ତ୍ର ସ୍ଥାପନା କରି ନିୟମିତ ପୂଜା କରନ୍ତୁ। ରାହୁର ମନ୍ତ୍ରର ଜପ କରନ୍ତୁ। ରାହୁର ପୂଜା ପାଠ କରନ୍ତୁ।

ବୁଧବାର ଦିନ ଏକ ନୀଳ ରଙ୍ଗର ଛୋଟ ସୁତା କପଡା ନେବାକୁ ହେବ ଆଉ ଅଳ୍ପ ଧାନ ନେଇ ସମାନ ଭାଗରେ ସାତଟି ପୁଟୁଳି କରନ୍ତୁ ଏବଂ ନିଜ ସାମ୍ନାରେ ରଖି ରାହୁଙ୍କୁ ପ୍ରାର୍ଥନା କରନ୍ତୁ। ଏବଂ ଏହି ପୁଟୁଳିକୁ କୌଣସି ବି ପଶୁପକ୍ଷୀଙ୍କୁ ଖୁଆଇ ଦିଅନ୍ତୁ। ଏମିତି ପ୍ରତ୍ୟକ ବୁଧବାର ଦିନ କରିବା ଦ୍ବାରା ଆପଣଙ୍କ କୁଣ୍ଡଳୀରେ ରାହୁଦୋଷ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *