Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ସମୟରେ କେବେବି ଭୁଲନ୍ତୁ ନାହିଁ ଏହି ୩ ଗୋଟି ଜିନିଷ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମୟ କେତେବେଳେ କାହା ପାଇଁ ଖୁସି ନେଇ ଆସିଥାଏ, ତ ଆଉ କେତେବେଳେ କାହା ପାଇଁ ଦୁଃଖ ନେଇ ଆସଥାଏ।କିନ୍ତୁ ଦୁଃଖ ସମୟରେ ବା ଖରାପ ସମୟରେ କଣ କରିବା ଉଚିତ ତାହା ଆମ ହାତରେ ରହିଛି। ଖରାପ ସମୟ ଚାଲିଥିବା ସମୟରେ କଣ କରିବା ଉଚିତ ଏବଂ କିପରି ସମସ୍ୟାର ସମାଧାନ କରି ପାରିବେ,ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ

ପୁରାତନ କାଳରେ ଚାଣକ୍ୟ ଜଣେ ଶ୍ରେଷ୍ଠ ବିଦ୍ୱାନ ଏବଂ କୂଟନୀତିଜ୍ଞ ଥିଲେ।ତାଙ୍କର ଅର୍ଥଶାସ୍ତ୍ରରେ ମଧ୍ୟ ଅଗାଧ୍ୟ ପାଣ୍ଡିତ୍ୟ ଥିଲା। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଖରାପ ସମୟ ଆସିଥାଏ। ଯେପରି ଦିନ ପରେ ରାତି ଓ ରାତି ପରେ ଦିନ ହୋଇଥାଏ, ସେହିପରି ପ୍ରତ୍ୟେକ ମଣିଷଙ୍କ ଜୀବନରେ ସୁଖ ପରେ ଦୁଃଖ ଆସିଥାଏ ଓ ଦୁଃଖ ପରେ ସୁଖ ଆସିଥାଏ।

ଏହା ଏକ ପ୍ରକାରର ଚକ୍ର ହୋଇଥାଏ, ଯାହା ଆମକୁ ଜୀବନରେ ଭୋଗିବାକୁ ପଡ଼ିଥାଏ।ଯଦି ଆପଣ ମାନଙ୍କ ଜୀବନରେ ଖରାପ ସମୟ ଚାଲିଛି, ତାହେଲେ ଏଥିପାଇଁ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ।ଆପଣଙ୍କୁ ଜୀବନରେ ଖରାପ ସମୟ ଚାଲିଥିବା ବେଳେ ଧର୍ଯ୍ୟ ସହକାରେ ଏହାକୁ ସାମ୍ନା କରିବା ଉଚିତ।

ଆପଣ ଜୀବନ ସୁଖମୟ ଥିବା ସମୟରେ ଆପଣ ଯେପରି ସାଧାରଣ ଭାବରେ ସମୟ ଅତିବାହିତ କରିଥାନ୍ତି। ଠିକ୍ ସେହିପରି ଖରାପ ସମୟ ଚାଲିଥିବା ସମୟରେ ଆପଣଙ୍କୁ ଧର୍ଯ୍ୟ ଧରି ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ।ଆପଣଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।ଆଜିକାଲି ଖରାପ ସମୟରେ କେହି ସାଥିରେ ରହି ନଥାନ୍ତି।

ଏହାସହିତ ଆପଣମାନେ ଦେଖିଥିବେ କି ଖରାପ ସମୟ ଚାଲିଥିବା ବେଳେ ଲୋକମାନେ ଭଗବାନକୁ ଗାଳି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। ଏହି ସମୟରେ ସର୍ବଦା ଭଗବାନଙ୍କୁ ଆରାଧନା କରନ୍ତୁ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକଙ୍କ ପାଖରେ ନିଷ୍ପତ୍ତି ନେବାର କ୍ଷମତା ରହିଥାଏ, ସେ ସବୁ ଖରାପ ସମୟକୁ ଖୁବ୍ ଶୀଘ୍ର ପାରି କରି ଯାଆନ୍ତି।କିନ୍ତୁ ନିଷ୍ପତ୍ତି ନେବାର କ୍ଷମତା ସମସ୍ତଙ୍କ ମଧ୍ୟରେ ନ ଥାଏ। ଜଣେ ବୁଦ୍ଧିମାନ ବ୍ୟକ୍ତି ବହୁତ ବୁଝି ବିଚାର କରି ନିଷ୍ପତ୍ତି ନେଇ ଥାଆନ୍ତି। ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ କି ସବୁବେଳେ ଖରାପ ସମୟ ପାଇଁ ପୂର୍ବରୁ ହିଁ ପ୍ରସ୍ତୁତ ରୁହନ୍ତୁ। ଏହି ଖରାପ ସମୟକୁ ଆମେ ବହୁତ ଗାଳି ଦେଇଥାଉ। କିନ୍ତୁ ଏହି ଖରାପ ସମୟ ଆମକୁ ଜୀବନର ଅନେକ ମହତ୍ୱ ବିଷୟରେ ଶିଖାଇ ଥାଏ। ସେଥିପାଇଁ ଖରାପ ସମୟରେ କେବେ ମଧ୍ୟ ଭୟଭୀତ ହେବା ଉଚିତ ନୁହେଁ। ଆପଣ ଏହାକୁ ସାମ୍ନା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *