Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କ ହାତରେ ବି ଅଛି ଏହି X ଚି଼ହ୍ନ ତେବେ ଆପଣଙ୍କ ବିଷୟରେ ଜାଣନ୍ତୁ କିଛି ଚମତ୍କାର କଥା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆମର ହାତ ରେଖାରୁ ଆମେ ନିଜର ଭବିଷ୍ୟତ ଜାଣି ପାରିବା। ହାତରେ କିଛି ବଡ଼ ରେଖା ଗୁଡ଼ିକ ରହିଥାଏ, ତ ଆଉ କିଛି ଛୋଟ ରେଖା ରହିଥାଏ। ସେହି ରେଖା ଗୁଡିକ ଆମ ଜୀବନରେ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ରେଖା ଦ୍ଵାରା ବେଳେବେଳେ ଅନେକ ଚିହ୍ନ ମଧ୍ୟ ସୃଷ୍ଟି ହୋଇଥାଏ, ଯାହା ଆମ ପାଇଁ ଶୁଭ ଓ ଅଶୁଭ ସାବ୍ୟସ୍ତ ହୋଇଥାଏ।

ହସ୍ତ ସାମୁଦ୍ରିକ ଶାସ୍ତ୍ରରେ ଶଙ୍ଖ,ଚକ୍ର, ସ୍ୱସ୍ତିକ, ତ୍ରିଶୂଳ, କ୍ରସ, ପଦ୍ମ ଆଦି ଚିହ୍ନକୁ ବହୁତ ମହତ୍ତ୍ଵପୂର୍ଣ୍ଣ ବୋଲି କୁହାଯାଇଛି।ଏହାସହିତ ଏଥିରେ ହାତରେ ଥିବା ବିଭିନ୍ନ ଚିହ୍ନ ଗୁଡିକର ଅନେକ ରହସ୍ୟ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯେଉଁ ଲୋକଙ୍କ ହାତର କୌଣସି ସ୍ଥାନରେ ଯଦି ଶଙ୍ଖ ଚିହ୍ନ ରହିଥାଏ, ତାହେଲେ ତାହା ବହୁତ ଶୁଭ ଅଟେ। ସେହି ଲୋକମାନେ ବହୁତ ସୌଭାଗ୍ୟଶାଳୀ ହୋଇ ଥାଆନ୍ତି। ଶଙ୍ଖ ହେଉଛି ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କର ଅତିପ୍ରିୟ ବସ୍ତୁ ଅଟେ। ଯେଉଁ ଘରେ ସନ୍ଧ୍ୟା ସମୟରେ ଶଙ୍ଖ ବାଜି ଥାଏ, ସେହି ଘରେ ସର୍ବଦା ସୁଖଶାନ୍ତି ବିରାଜମାନ କରିଥାଏ।ଏହାସହିତ ପରିବାର ଲୋକଙ୍କର କେବେବି ଧନର ଅଭାବ ହୋଇ ନଥାଏ।

– ଯେଉଁ ଲୋକଙ୍କ ହାତରେ ମାଛର ଚିହ୍ନ ରହିଥାଏ, ଟଙ୍କା ଭାଗ୍ୟ ବଦଳି ଯାଇଥାଏ। ଏହି ଲୋକମାନେ ସର୍ବଦା ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରି ଥାଆନ୍ତି। ଏମାନେ ସର୍ବଦା କଠିନ ପରିଶ୍ରମରେ ବିଶ୍ୱାସ କରିଥାନ୍ତି।

– ଯେଉଁ ଲୋକମାନଙ୍କ ହାତରେ ତ୍ରିଶୂଳ ଚିହ୍ନ ରହିଥାଏ, ତାହେଲେ ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି।ତ୍ରିଶୂଳ ଭଗବାନ ଶିବଙ୍କର ମହାଅସ୍ତ୍ର ଅଟେ।ଏହି ଲୋକମାନେ ବହୁତ ଧନବାନ ହୋଇଥାନ୍ତି। ଏମାନେ ଜୀବନରେ ସର୍ବଦା ହସଖୁସିରେ ଜୀବନ ଅତିବାହିତ କରିଥାନ୍ତି।

– ଯେଉଁ ଲୋକମାନଙ୍କ ହାତରେ ଇଂରାଜୀ ଅକ୍ଷର X ଚିହ୍ନ ରହିଥାଏ, ତାହେଲେ ସେମାନଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ମିଳିଥାଏ। ଏହି ଚିହ୍ନ ଖୁବ୍ କମ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଏହି ଚିହ୍ନ ରହିଥିବା ଲୋକେ ବହୁତ ସାହସୀ ଏବଂ ପରାକ୍ରମୀ ହୋଇଥାନ୍ତି। ଏମାନେ ନିଜ ପରିବାର ପାଇଁ ସବୁକିଛି କରି ପାରନ୍ତି।

– ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ହାତରେ ତିନୋଟି ପ୍ରମୁଖ ରେଖା ରହିଥାଏ। ତାହା ହେଉଛି ହୃଦୟ ରେଖା,ମସ୍ତିଷ୍କ ରେଖା ଏବଂ ଆୟୁଷ ରେଖା। ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଥିବା ହୃଦୟ ରେଖା ଏବଂ ମସ୍ତିଷ୍କ ରେଖା ମଧ୍ୟରେ X ଭଳି ଚିହ୍ନ ରହିଥାଏ, ତାହେଲେ ତେବେ ସେହି ବ୍ୟକ୍ତିଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଗୁଡ଼ିକ ଭରି ରହିଥାଏ। ଏମାନେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇ ରହିଥାନ୍ତି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *