Excuse Me Odisha

ଯାହା କହିବୁ ସତ କହିବୁ

ଘରେ କେଉଁ କେଉଁ ସ୍ଥାନରେ କେଉଁ ଗଛ ରଖିଲେ ଜୀବନରେ କେବେବି ଅଭାବ ଦେଖିବେ ନାହିଁ ଓ ଘରେ ସର୍ବଦା ହୁଏ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ କେଉଁ କେଉଁ ସ୍ଥାନରେ କେଉଁ ସବୁ ଗଛ ରଖିଲେ ଜୀବନସାରା ଅଭାବ ଅନଟନ ଆସେ ନାହିଁ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି ନିଜର ଏକ ସୁନ୍ଦର ବଗିଚା ଟିଏ ହେଉ ବୋଲି। ଅନେକ ପ୍ରକାରର ଗଛ ଲତାରେ ସଜାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ଗଛ ଘର ପାଇଁ ଅଶୁଭ ହୋଇଥାଏ ଏମିତିକି ଅନେକ ପ୍ରକାରର ବିପଦ ମଧ୍ୟ ଆଣିଥାଏ ଏବଂ ଆହୁରି ଅନେକ ଗଛ ଲତା ମାନ ଅଛି ଯାହାକି ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଧନ ବୃଦ୍ଧି କରାଇଥାଏ।

ଜୀବନରେ ଉନ୍ନତି ଆଣିଥାଏ। ସମସ୍ତ ପ୍ରକାରର ବିପଦ ଆପଦରୁ ରକ୍ଷା କରିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ସହିତ ବାସ୍ତୁଦୋଷ ହେବାକୁ ଦେଇନଥାଏ। ଆସନ୍ତୁ ଜାଣିବା କେଉଁ ସବୁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ

ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନିଥାନ୍ତି। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛକୁ ପୂଜାଅର୍ଚ୍ଚନା କରାଯାଏ ସେହି ଘର ପ୍ରତି ଭଗବାନ ବିଷ୍ଣୁଙ୍କର ସର୍ବଦା କୃପାଦୃଷ୍ଟି ରହିଥାଏ। ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାରର ନକରାତ୍ମକ ଉର୍ଜାକୁ ଦୂର କରିବାର କ୍ଷମତା ରଖିଥାଏ କିନ୍ତୁ ଧ୍ୟାନ ଦେବେକି ଏହି ତୁଳସୀ ଗଛକୁ କେବେବି ଦକ୍ଷିଣ ଦିଗରେ ଲଗାଇବେ ନାହିଁ। କାହିଁକିନା ଏହା ଉନ୍ନତି ବଦଳରେ ଅନେକ କ୍ଷତି ପହଂଚାଇ ଥାଏ।

ତୁଳସୀ ଗଛକୁ ସର୍ବଦା ପୂର୍ବ ବା ଐଶ୍ଵଣ୍ୟ କୋଣରେ ଲଗେଇବା ଉଚିତ ହୋଇଥାଏ। ସମସ୍ତ ମନୁଷ୍ୟ ସ୍ନାନ ସାରି ତୁଳସୀ ଗଛ ମୂଳରେ ପାଣି ଦେବା ଶୁଭ କାର୍ଯ୍ୟ ହୋଇଥାଏ। କୁହାଯାଏ କି ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଛିଞ୍ଚିବା ଦ୍ୱାରା ଓ ପ୍ରତିଦିନ ସନ୍ଧ୍ୟାରେ ଦେଶୀ ଗାଈର ଘିଅରେ ଦୀପ କିମ୍ବା ସଞ୍ଜ ସଳୀତା ଜାଳିବା ଦ୍ୱାରା ସେହି ଘରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ଚିତରେ ବାସ କରିଥାନ୍ତି।

ବେଲ ଗଛ। ଏହ ବୃକ୍ଷ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ।ମାନ୍ୟତା ଅଛି କି ଏହି ଗଛରେ ସ୍ୱୟଂ ଭଗବାନ ଶିବ ବାସ କରିଥାନ୍ତି। ଏହି ଗଛ ଯେଉଁ ଘରେ ରହିଥାଏ ସେହି ଘରେ ଧନ ସମ୍ପତ୍ତିର ଦେବୀ ମା ଲକ୍ଷ୍ମୀ ଅନେକ ପିଢ଼ି ପର୍ଯ୍ୟନ୍ତ ବାସ କରିଥାନ୍ତି। ଏହାକୁ ଘରେ ଲଗାଇବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଏହା ସହିତ ସମସ୍ତ ପ୍ରକାରର ବିପଦ ଆପଦ ଦୂର ହୋଇଥାଏ।

ସବୁଦିନ ଏହି ଗଛ ମୂଳରେ ପାଣି ଦେଲେ ପିତୃପୁରୁଷ ମଧ୍ୟ ତୃପ୍ତ ହୋଇଥାନ୍ତି। ଏହାସ ମଧ୍ୟ ମାନ୍ୟତା ଅଛି କି ବେଲ ଗଛ ସହିତ ଶ୍ୱେତ ଅରଖ ଗଛକୁ ଏକାଠି ରଖି ପୂଜା କଲେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ଏହି ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଅବଶ୍ୟ ଦର୍ଶନ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ପାପ ନଷ୍ଟ ହୋଇଥାଏ। ଏହି ଗଛ ଘରେ ଲଗାଇବା ଦ୍ୱାରା ବଂଶ ବୃଦ୍ଧି ମଧ୍ୟ ହୋଇଥାଏ ଏବଂ ଏହାକୁ ନଷ୍ଟ କଲେ ମନୁଷ୍ୟ ଘୋର ପାପର ଭାଗୀ ହୋଇଥାଏ।

ସମୀ ଗଛ। ଏହି ଗଛ ଘରେ ରହିବା ମଧ୍ୟ ବହୁତ ଶୁଭ ବୋଲ ମାନିଥାନ୍ତି। ଏହି ସମୀ ଗଛ ଘରର ମୁଖ୍ୟ ଦ୍ୱାରର ବାମ ପାର୍ଶ୍ଵରେ ଲଗେଇବା ଉଚିତ ହୋଇଥାଏ। ଏହି ଗଛର ମୂଳରେ ସକାଳେ ଏବଂ ସନ୍ଧ୍ୟାରେ ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ଲଗାଇବା ଦ୍ୱାରା ଶନିଦୋଷାରୁ ରକ୍ଷା ମିଳିଥାଏ ଏବଂ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ବିଜୟା ଦଶମୀ ଦିନ ଏହି ସମୀ ଗଛର ପୂଜା ଅତି ଧୁମଧାମରେ କରିବା ଦ୍ୱାରା ସେହି ଘରେ କେବେବି ଧନ ଧାନ୍ୟର ଅଭାବ ହୋଇନଥାଏ। ସମୀ ଗଛଟିକୁ ଘରର କିଛି ଦୂରରେ ଏପରି ଲଗାନ୍ତୁ ଯେପରି ଘରୁ ବାହାରିବା ସମୟରେ ଏହି ଗଛଟି ଡାହାଣ ପଟେ ରହୁଥିବ।

ଅଶ୍ଵଗନ୍ଧା ଗଛ। ଏହି ଗଛକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ଏହି ଗଛ ଜୀବନରେ ଶୁଭତାକୁ ବଢ଼େଇ ଥାଏ। ଜୀବନକୁ ଆହୁରି ସୁଖମୟ କରିଥାଏ। ଏହା ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଓ ଔଷଧୀୟ ଗୁଣ ବିଶିଷ୍ଟ ଗଛ ଅଟେ।

ଅଁଳା ଗଛ। ଯଦି ଘରେ ଅଁଳା ଗଛ ଲାଗିଥାଏ ଓ ତାହା ପୁଣି ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ। ଏହି ଗଛକୁ ସବୁଦିନ ପୂଜା କଲେ ସମସ୍ତ ମନର ଇଛା ପୂରଣ ହୋଇଥାଏ। ଏହାକୁ ପ୍ରତିଦିନ ପୂଜାର୍ଚ୍ଚନା କରିବା ଦ୍ୱାରା ମଧ୍ୟ ସମସ୍ତ ପାପ ମୋଚନ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଅଁଳା ଗଛରେ ସମସ୍ତ ଦେବତା ବାସ କରିଥାନ୍ତି।

ଏହା ସହିତ ଏହି ଗଛର ଫଳଟି ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ ପୁଣ୍ୟର ମାସ କାର୍ତିକ ମାସରେ ଲକ୍ଷ୍ମୀ ନାରାୟଣ ପ୍ରତ୍ୟକ୍ଷ ଭାବରେ ବାସ କରିଥାନ୍ତି। ଏହା ମଧ୍ୟ ମାନ୍ୟତା ଅଛି କି ଯେଉଁ ଘରର ଉତ୍ତର ଦିଗରେ ଏହି ଅଁଳା ଗଛ ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ କୃପାରୁ ଧନ ଧାନ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଅଁଳା ଗଛଟିଏ ଲଗାଇ ତାହାର ଯତ୍ନ ନେଇଥାଏ ତାଙ୍କୁ ରାଜସ୍ୱୀ ଯୋଗର ଫଳ ମିଳିଥାଏ।

ଅଶୋକ ଗଛ। ହିନ୍ଦୁ ଧର୍ମରେ ଅଶୋକ ଗଛକୁ ବହୁତ ଶୁଭ ଓ ଲାଭକାରୀ ବୋଲି ମାନିଥାନ୍ତି। ଅଶୋକ ଅର୍ଥ ହେଉଛି ଯେଉଁଠି ଶୋକ ନଥାଏ ଅର୍ଥାତ ଦୁଃଖ ହୀନ ସ୍ଥାନ। ଏଣୁ ଏହି ଗଛଟି ଶୋକ ନାଶ କରି ସୁଖ ଶାନ୍ତି ପ୍ରଦାନ କରିଥାଏ। ଏହି ଗଛ ଯେଉଁ ଘରେ ଥାଏ ସେହି ଘରେ ସ୍ନେହ ଶ୍ରଦ୍ଧା ସହାନୁଭୂତି ବଢିଥାଏ। ମାନ୍ୟତା ଅନୁସାରେ ଅଶୋକ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଧନ ସୁଖ ଶାନ୍ତି ଆଉ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ପରିବାରରେ କାହାର ବି ଅକାଳ ମୃତ୍ୟୁ ମଧ୍ୟ ହୋଇନଥାଏ।

ଶ୍ୱେତ ଅରଖ ଗଛ। ଏହି ଗଛରେ ହଳଦୀ ଅରୁଆ ଚାଉଳ ଓ ଗଙ୍ଗା ଜଳ ଦ୍ୱାରା ପୂଜା କଲେ ଏହି ଶ୍ୱେତ ଅରଖ ଗଛଟି ଯେତେ ଯେତେ ବଢିଥାଏ ସେହି ଘରେ ରହୁଥିବା ଲୋକମାନଙ୍କୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହା ମଧ୍ୟ ମାନ୍ୟତା ଅଛି ଯେ ଯେଉଁ ଘର ପାଖରେ ଶ୍ୱେତ ଅରଖ ଗଛର ଫୁଲ ଏବଂ ଫଳ ଧରି ଯାଇଥାଏ ସେହି ଘରେ ସର୍ବଦା ଉନ୍ନତି ହୋଇଥାଏ। ଆଉ ସେହି ଘରେ ଗୁପ୍ତ ଧନ ରହିଥାଏ।

ମନ୍ଦାର ଗଛ। ଏହି ଗଛକୁ ଘରେ କୌଣସି ବି ସ୍ଥାନରେ ଲଗାଇପାରିବେ କିନ୍ତୁ ଧ୍ୟାନ ଦେବେ କି ତାକୁ ପର୍ଯ୍ୟାପ୍ତ କିରଣ ଆବଶ୍ୟକତା ହୋଇଥାଏ। ଏଣୁ ଏହି ମନ୍ଦାର ଗଛକୁ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ଲଗାଇବା ଉଚିତ। ଏହି ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଲେ ଆଖି ରୋଗ ଅସ୍ତି ରୋଗ ଦୂର ହୋଇଥାଏ ଏବଂ ନାମ ଖ୍ୟାତି ବଢିଥାଏ।

ମଙ୍ଗଳ ଗ୍ରହର ସମସ୍ୟା ଉନ୍ନତିର ବାଧା ଆଇନଗତ ସମସ୍ୟା ରହୁଥିଲେ ପ୍ରତି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ମନ୍ଦାର ଫୁଲକୁ ଅର୍ପଣ କରିବା ଉଚିତ ହୋଇଥାଏ। ମା ଦୁର୍ଗାଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ସଂକଟ ଦୂର ହୋଇଥାଏ।

ନଡ଼ିଆ ଗଛ। ଏହି ଗଛ ମଧ୍ୟ ବହୁତ ଶୁଭ ହୋଇଥାଏ। କୁହାଯାଏ କି ଯେଉଁ ଘରେ ନଡ଼ିଆ ଗଛ ଥାଏ ସେହି ଘରେ ମାନ ସମ୍ମାନ ବଢିଥାଏ।

ନିମ ଗଛ। ଘରର ବାୟୁ କୋଣ ବା ଉତ୍ତର-ପଶ୍ଚିମ ଦିଗରେ ନିମ ଗଛ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ମନୁଷ୍ୟ ଏହିସବୁ ଗଛକୁ ଘରେ ଲଗାଇଥାଏ ତାହାଙ୍କୁ ମୃତ୍ୟ ପରେ ଶିବ ଲୋକ କିମ୍ବା ସୂର୍ଯ୍ୟଲୋକ ପ୍ରାପ୍ତି ହୋଇଥାଏ।

କଦଳୀ ଗଛ। ଏହି ଗଛଟି ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ଗଛ ହୋଇଥାଏ। ଗୁରୁବାର ଦିନ ଏହାର ପୂଜା କରାଯାଏ। ଏହାକୁ ଘରର ଐଶ୍ଵଣ୍ୟ କୋଣରେ ବା ଉତ୍ତର-ପୂର୍ବ ଦିଗରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବୃହସ୍ପତିଙ୍କର କାରକ ହୋଇଥିବାରୁ ଏହାକୁ ଐଶ୍ଵଣ୍ୟ କୋଣରେ ଲଗାଇବା ଦ୍ୱାରା ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। କଦଳୀ ଗଛ ମୂଳରେ ଯଦି ତୁଳସୀ ଗଛ ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ଭଗବାନ ଲକ୍ଷ୍ମୀ ନାରାୟଣଙ୍କର କୃପା ପ୍ରାପ୍ତି ହୋଇଥାଏ। ଏହି ଗଛର ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବଢିଥାଏ।

ଡାଲିମ୍ବ ଗଛ। ଏହା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ। ଏହା ସୁଖ ସମୃଦ୍ଧି ମଧ୍ୟ ପ୍ରଦାନ କରିଥାଏ। ଵଂଶ ବୃଦ୍ଧି କରାଇଥାଏ। ଏହା ଅଗ୍ନି କୋଣ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଗଛକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇବା ଅତ୍ୟନ୍ତ ଶୁଭଫଳ ଦାୟକ ହୋଇଥାଏ।

ଯେଉଁ ଘରର ପୂର୍ବ ଉତ୍ତର ପଶ୍ଚିମ କିମ୍ବା ଐଶ୍ଵଣ୍ୟ କୋଣରେ ବଗିଚା ରହିଥାଏ ସେହି ଘରେ ଧନ ଯୋସ ଓ ଧର୍ମର ବୃଦ୍ଧି ହୋଇଥାଏ। ଏହାର ବିପରୀତ ଦିଗରେ ବଗିଚା ରହିବା ଦ୍ୱାରା ଧନ ଓ ସନ୍ତାନ ହାନି ହୋଇଥାଏ। ଅଳ୍ପ ଆୟୁଷ ଓ ରୋଗରେ ବୃଦ୍ଧି ହୋଇଥାଏ ଏବଂ ପାପ ମଧ୍ୟ ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *