Excuse Me Odisha

ଯାହା କହିବୁ ସତ କହିବୁ

କୃଷ୍ଣବାଣୀ : ଏହି ସବୁ କଥା ଗୁଡ଼ିକୁ ଈଶ୍ବରଙ୍କ ଉପରେ ହିଁ ଛାଡି ଦେବା ଉଚିତ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ମନୁଷ୍ୟ ଭଗବାନଙ୍କ ଅଂଶ ଅଟେ। ମନୁଷ୍ୟର ଜୀବନ ଯାତ୍ରାରେ ତାକୁ ଅନେକ ସମସ୍ୟା ଦେଇ ପାରି ହେବାକୁ ପଡ଼ିଥାଏ। ମନୁଷ୍ୟ ପରସ୍ପର ପ୍ରତି ସ୍ନେହ ଓ ପ୍ରେମ ପ୍ରଦର୍ଶନ କରିଥାଏ , ଏହାସହିତ ବିବାଦ ମଧ୍ୟ କରିଥାଏ। କିନ୍ତୁ ଏଥିପାଇଁ କେହି କାହାକୁ ଦାୟୀ କରିବା ଉଚିତ ନୁହେଁ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ତେଣୁ କ୍ରୋଧ , ଅହଙ୍କାର ଛାଡ଼ି ମନୁଷ୍ୟକୁ ପରସ୍ପରକୁ ସ୍ନେହ ପ୍ରେମ ଭଲପାଇବା ଦେଇ ଆଗକୁ ବଢିବା ଉଚିତ ଏବଂ ଅନ୍ୟ ସବୁ ଚିନ୍ତାଧାରା ଭଗବାନଙ୍କ ପ୍ରତି ସମର୍ପିତ କରି ଦେବା ଉଚିତ।

ଆଜି ଆମେ ଆପଣ ମାନଙ୍କୁ ତୁଳସୀ ଦାସଙ୍କ ଦ୍ଵାରା ରଚନା କରାଯାଇଥିବା କଥା ବିଷୟରେ କହିବାକୁ ଯାଉଛୁ। ଏଥିରେ ଆମ ଜୀବନର ଲାଭ କ୍ଷତି, ସୁଖଦୁଃଖ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାସହିତ ଏଥିରେ ଅନ୍ୟମାନଙ୍କ ସହିତ ଆମ ଜୀବନର କର୍ମ କିପରି ଯୋଡି ହୋଇ ଯାଇଥାଏ ଏବଂ କର୍ମ ଅନୁସାରେ ଆମକୁ କେଉଁ ଫଳ ମିଳିଥାଏ, ସେହି ବିଷୟରେ ମଧ୍ୟ ବର୍ଣ୍ଣିତ ରହିଛି।

ଜୀବନରେ ଅନେକ ସମସ୍ୟା ଲାଗି ରହିଛି ଓ ଭବିଷ୍ୟତରେ ମଧ୍ୟ ପରିସ୍ଥିତି ପରିବର୍ତ୍ତନ ହୋଇ ଯାଇପାରେ। କିଛି ଲୋକମାନେ ସାମାନ୍ୟ ଘଟଣାକୁ ନେଇ ଚିନ୍ତିତ ହୋଇ ଯାଇଥାନ୍ତି। କୌଣସି ବ୍ୟକ୍ତିର ମୃତ୍ୟୁବରଣ ହୋଇଗଲେ, ତାଙ୍କର ଅତି ନିଜର ସମ୍ପର୍କୀୟ ଭାବ ବିହୁଳ ହୋଇ ଯାଇଥାନ୍ତି। ଏହାସହିତ ସାରା ଜୀବନ ଏହି କଥାକୁ ଭୁଲି ନପାରି ଜୀବନରେ ଆଗକୁ ବଢ଼ି ପାରି ନଥାନ୍ତି।

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ, ଯେଉଁ ଲୋକମାନେ ମୋ ଉପରେ ଭରଷା କରିଛନ୍ତି ସେମାନଙ୍କ ସହିତ ସର୍ବଦା ମୁଁ ରହିଥାଏ। ଏହା ଗୀତାର ୧୧ତମ ଶ୍ଳୋକରେ କୁହାଯାଇଛି। ଦ୍ଵିତୀୟ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଆମ ଜୀବନରେ ସୁଖ ଓ ଦୁଃଖ ଉଭୟ ଋତୁ ଭଳି ହୋଇ ଥାଏ ବୋଲି କହିଛନ୍ତି। ଯାହାକୁ ମଣିଷ ସାଧାରଣ ଭାବେ ଗ୍ରହଣ କରିବା ଉଚିତ।

ଯଦି ଆପଣ ନିଜ ଜୀବନରେ କୌଣସି ସମସ୍ୟାର ସମାଧାନ ବାହାର କରି ପାରୁ ନାହାଁନ୍ତି, ତାହେଲେ ତାହାକୁ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। ଆମେ ଦୁଃଖରେ ରହିବା କାରଣରୁ ନିଜ କର୍ମରୁ ବିମୁଖ ହୋଇ ଯାଇ ଥାଉ ଏବଂ ଆମେ ନିଜର ମୂଲ୍ୟବାନ ଜୀବନକୁ ଭୁଲି ଯାଇଥାଉ।ତେଣୁ ଯଦି ଆପଣଙ୍କ ଜୀବନରେ ସୁଖ ଓ ଦୁଃଖକୁ ଭଗବାନଙ୍କ ଆଶୀର୍ବାଦ ଭାବି ଉପଭୋଗ କରନ୍ତୁ। ଈର୍ଷା, ଅହଙ୍କାର, କ୍ରୋଧରୁ ବଞ୍ଚିତ ହୁଅନ୍ତୁ। ଦେଖିବେ ଆପଣଙ୍କ ଜୀବନ ନିଶ୍ଚିତ ଭାବରେ ସୁଖମୟ ହେବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *