Excuse Me Odisha

ଯାହା କହିବୁ ସତ କହିବୁ

ଅଣ୍ଟା ଓ ପେଟର ଚର୍ବି ବରଫ ପରି ତରଳି ଯିବ,ବାସ ୭ ଦିନ ପର୍ଯ୍ୟନ୍ତ କେବଳ ପାଣି ସହିତ ଏହାକୁ ମିସାଇକି ପିଅନ୍ତୁ !

ସେୟାର୍ କରନ୍ତୁ

ଆଜିକାଲି ଦୁନିଆ ହେଉଛି ଆଧୁନିକ ଦୁନିଆ। ଏହି ଦୁନିଆରେ ମନୁଷ୍ୟକୁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ବିପୁଳ ପରିମାଣରେ ଟଙ୍କାର ଆବଶ୍ୟକତା ରହିଛି। ଏହାସହିତ ଲୋକେ ଶାରୀରିକ ପରିଶ୍ରମ କରିବା ବଦଳରେ ମାନସିକ ପରିଶ୍ରମ କରିବାକୁ ପସନ୍ଦ କରୁଛନ୍ତି। ଆଧୁନିକ ମଣିଷ ନିଜ ଅଜାଣତରେ ନିଜ ଦେହକୁ ହାନୀ ପହଞ୍ଚାଇ ଥାନ୍ତି। ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜ ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି।

ଶରୀର ଅସୁସ୍ଥ ହେବା କାରଣରୁ ଲୋକେ ଅନେକ ରୋଗରେ ଶିକାର ହୋଇ ଥାଆନ୍ତି ଏବଂ ଖୁବ୍ ଶୀଘ୍ର ବୃଦ୍ଧ ହୋଇ ଯାଇଥାନ୍ତି। ବୈଜ୍ଞାନିକ ମାନଙ୍କର ଗଣନା ଅନୁସାରେ ପୁରାତନ ଯୁଗରେ ଲୋକେ ନିଜର ମୃତ୍ୟୁ ବେଳକୁ ସୁସ୍ଥ ରହୁଥିଲେ।କିନ୍ତୁ ଆଧୁନିକ ଯୁଗରେ ଲୋକେ ୩୦ ବର୍ଷ ବୟସରୁ ଅସୁସ୍ଥ ହୋଇ ଯାଉଛନ୍ତି।ରୋଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ କରିବା ସହିତ ଔଷଧ ମଧ୍ୟ ସେବନ କରୁଛନ୍ତି। କିନ୍ତୁ କିଛି ସୁଫଳ ମିଳୁ ନାହିଁ। ଭୋକରେ ରହିବା, ଅଧିକ ଫାଷ୍ଟ ଫୁଡ ଖାଇବା, ଠିକ ସମୟରେ ନ ଖାଇବା, ଜୀବନଶୈଳୀ ଠିକ୍ ନରହିବା ଆଦି ଶରୀରର ଅଦରକାରୀ ଚର୍ବି ବଢିବା ବା ମେଦବହୁଳତା ବଡ଼ କାରଣ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜର ଜୀବନଶୈଳୀ ଉପରେ ଅଧିକ ଧ୍ୟାନ ଦେବା ଉଚିତ।

ଶରୀରରେ ଅଦରକାରୀ ଚର୍ବି ଜମିବାର କାରଣ ଓ ସ୍ଥାନ :-

ଲୋକେ ବାହାରର ମସଲା ଯୁକ୍ତ ଖାଦ୍ୟ ଯେପରି ଜଙ୍କ ଫୁଡ ଆଦିର ସେବନ କରିବା ଉଚିତ ନୁହେଁ। କାରଣ ଏହା ଶରୀରର ଅଦରକାରୀ ଚର୍ବିକୁ ବଢ଼େଇବାରେ ସାହାଯ୍ୟ କରିଥାଏ।

ଆଜିକାଲି ଲୋକେ ବ୍ୟସ୍ତବହୁଳ ଜୀବନରେ ଯୋଗ ଓ ପ୍ରାଣାୟାମ କରି ନଥାନ୍ତି। ଏଥିପାଇଁ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ ଏବଂ ଖାଦ୍ୟର ସାରାଂଶ ରକ୍ତରେ ନମିଶି ଅଦରକାରୀ ଚର୍ବି ଆକାରରେ ଶରୀରରେ ପେଟ, ଜଙ୍ଘ, ହାତ ଆଦିରେ ଜମା ହୋଇ ଯାଇଥାଏ। ଏହା ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ ମଧ୍ୟ କରି ଦେଇଥାଏ।

ଶରୀରର ଏହି ଅଦରକାରୀ ଚର୍ବିକୁ ହଟାଇବା ପାଇଁ କିଛି ଘରୋଇ ଉପଚାର କରିବା ଆବଶ୍ୟକ। ଏଥିପାଇଁ ରସୁଣ, ମହୁ ଓ ଗରମ ପାଣି ଜରୁରୀ ଅଟେ। ପ୍ରଥମେ ୭ଟି ବଡ଼ ରସୁଣକୁ ଚୋପା ଛଡ଼ାଇ ତାର କଞ୍ଚା ବାସ୍ନା ଦୂର ହେବା ପାଇଁ ଅଳ୍ପ ଭାଜି ନିଅନ୍ତୁ। ଏହାପରେ ଗୋଟେ ଗ୍ଲାସ ଗରମ ପାଣି କରି ସେଥିରେ ଦୁଇ ଚାମୋଚ ମହୁ ମିଶାଇ ଦିଅନ୍ତୁ। ଭାଜିଥିବା ରସୁଣ ଚୋବାଇ ଖାଆନ୍ତୁ ଏବଂ ମହୁ ମିଶା ଗରମ ପାଣି ମଧ୍ୟ ସେବନ କରନ୍ତୁ। ତେବେ ବନ୍ଧୁଗଣ ଏଭଳି ଗୋଟେ ସପ୍ତାହ କରନ୍ତୁ। ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ସୁଫଳ ମିଳିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *