Excuse Me Odisha

ଯାହା କହିବୁ ସତ କହିବୁ

ଗରୁଡ ପୁରାଣ : ମୃତ୍ୟୁ ପରେ କେତେ ଦିନ ପର୍ଯ୍ୟନ୍ତ ଆତ୍ମା ଘରେ ରହିଥାଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜନ୍ମ ହୋଇଥିବା ସମସ୍ତ ପ୍ରାଣୀ ଦିନେ ନା ଦିନେ ମୃତ୍ୟୁବାରଣ କରିଥାନ୍ତି। ଗରୁଡ ପୁରାଣ ଅନୁସାରେ ମନୁଷ୍ୟର ଜୀବନ ଓ ମୃତ୍ୟୁକୁ ନେଇ କିଛି ରହସ୍ୟ ବିଷୟରେ ବର୍ଣ୍ଣିତ ହୋଇଛି, ଯାହାକୁ ଜାଣିବା ପରେ ବ୍ୟକ୍ତି ନିଜର ଜୀବନକୁ ସୁଧାରି ପାରିବ।ଆଜି ଆମେ ଆପଣ ମାନଙ୍କୁ ମୃତ୍ୟୁ ପରେ ଆତ୍ମା ଘରେ କେତେଦିନ ପର୍ଯ୍ୟନ୍ତ ବାସ କରିଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଗରୁଡ ପୁରାଣରେ ମୃତ୍ୟୁ ପରେ କୌଣସି ଆତ୍ମାକୁ ଦୂତମାନେ ନେବାକୁ ଆସିଥାନ୍ତି ଏବଂ କେବଳ ୨୪ ଘଣ୍ଟା ପାଇଁ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ଆତ୍ମାକୁ ତାହାର ଜୀବନର ସମ୍ପୂର୍ଣ୍ଣ ବିବରଣୀର ହିସାବ ଦିଆଯାଇଥାଏ।ଯେଉଁଥିରେ ସେହି ଜୀବାତ୍ମା ନିଜ ଜୀବନରେ କେତେ ପୁଣ୍ୟ ଓ ପାପ କରିଛନ୍ତି ତାହାର ହିସାବ କରାଯାଏ।ଏହାପରେ ଆତ୍ମାକୁ ପୁଣି ଥରେ ମୃତ୍ୟୁ ହୋଇଥିବା ସ୍ଥାନରେ ଛାଡି ଦିଆଯାଇଥାଏ।

ମୃତ୍ୟୁ ହୋଇ ଯାଇଥିବା ବ୍ୟକ୍ତିର ଘରେ ୧୩ ଦିନ ପର୍ଯ୍ୟନ୍ତ କର୍ମ ଆଦି ହୋଇଥାଏ ଏବଂ ସମ୍ପର୍କୀୟ ଦୁଃଖରେ ରହିଥାନ୍ତି। ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ସେହି ଘରେ ରହିଥାଏ ଏବଂ ନିଜ ସମ୍ପର୍କୀୟଙ୍କ ଦୁଃଖକୁ ଦେଖି ଦୁଃଖୀ ହୁଏ।କିନ୍ତୁ ୧୩ ଦିନ ପରେ ସେହି ଆତ୍ମାକୁ ପୁଣିଥରେ ଯମଲୋକକୁ ଫେରାଇ ନିଆଯାଇଥାଏ।

ପୃଥିବୀ ଲୋକଙ୍କୁ ଆସିବା ପରେ ଆତ୍ମା ପୁଣିଥରେ ଶରୀର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ ତାହା ସମ୍ଭବ ହୋଇ ନଥାଏ, କାରଣ ଯମଦୂତ ମାନେ ସେହି ଆତ୍ମାକୁ ଦଉଡ଼ି ଦ୍ଵାରା ବାନ୍ଧି ଦେଇଥାନ୍ତି। ତେଣୁ ଆତ୍ମା କିଛି କରିବାକୁ ଅସମର୍ଥ ହୋଇଥାଏ।

ଆତ୍ମାର ଉପସ୍ଥିତି ଘରଲୋକଙ୍କୁ କେବେ ମଧ୍ୟ ଅନୁଭବ ହୋଇ ନଥାଏ।ଏହାଦେଖି ଆତ୍ମା ବହୁତ ଜୋରରେ କାନ୍ଦିବାକୁ ଲାଗିଥାଏ। ପାପୀ ମନୁଷ୍ୟର ପାପ କର୍ମର ସଂଖ୍ୟା, ପୁଣ୍ୟ କର୍ମ ସଂଖ୍ୟାଠାରୁ ବହୁତ ଅଧିକ ହୋଇଥାଏ, ସେଥିପାଇଁ ପିଣ୍ଡଦାନ କରାଯାଇଥାଏ ବୋଲି ମାନ୍ୟତା ରହିଛି।

କାରଣ ଏହି ସମୟରେ ମୃତ୍ୟୁ ହୋଇ ଯାଇଥିବା ବ୍ୟକ୍ତିଙ୍କର ପିଣ୍ଡଦାନ କରିବା ଦ୍ୱାରା ହିଁ ତାଙ୍କ ଆତ୍ମାକୁ କିଛି ଭୋଜନ ମିଳିଥାଏ। ଯେଉଁ ଲୋକଙ୍କର ମୃତ୍ୟୁ ପରେ ପିଣ୍ଡଦାନ ହୁଏ ନାହିଁ, ସେମାନଙ୍କର ଆତ୍ମା ବହୁତ ସମୟ ପର୍ଯ୍ୟନ୍ତ ଘୁରି ବୁଲିଥାନ୍ତି। ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ଭୋକ ଯୋଗୁଁ କଷ୍ଟ ସହି ଚାଲି ଥାନ୍ତି।ଯେତେବେଳେ ସେହି ଆତ୍ମା ନିଜର ସମସ୍ତ କର୍ମର ଫଳକୁ ଭୋଗ କରିବେ, ସେତେବେଳେ ହିଁ ସେ ମନୁଷ୍ୟ ଶରୀର ପ୍ରାପ୍ତ କରିବେ। ସେଥିପାଇଁ ନିଶ୍ଚିତ ଭାବରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *