Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ବୟସରେ ବିବାହ କଲେ କଣ ସବୁ ଅସୁବିଧା ହୋଇଥାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ ସମସ୍ତେ ଚାହିଁଥାନ୍ତି ଜୀବନରେ ଏକ ଭଲ ଜୀବନସାଥୀ ପାଇବା ପାଇଁ। ବିବାହ ମଣିଷ ଜୀବନରେ ଏକ ନିରାଟ ସତ୍ୟ ଅଟେ। ଏହା ଜୀବନରେ ଏକ ବଡ଼ ନିଷ୍ପତ୍ତି ହୋଇଥାଏ। ବିବାହ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥାଏ। ଏହା ଜୀବନରେ ପରିବର୍ତ୍ତନ ଓ ସମାହାର ଆଣିଥାଏ। ସବୁ ବାପା ମା ସ୍ୱପ୍ନ ଦେଖିଥାନ୍ତି ନିଜ ପିଲା କେବେ ବାହା ହୋଇ ବର ବା କନିଆ ବେଶ ହେବେ।

ଏହା ଏକ ଛୋଟ କଥା ନୁହେଁ। ବିବାହ ପରେ ପୁରୁଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିଥାଏ। ବିବାହ ପରେ ଆପଣ ସମ୍ପର୍କରେ ବାନ୍ଧି ହୋଇଯାଇଥାନ୍ତି। ଆପଣଙ୍କ ଉପରେ ଅନେକ ଦାୟିତ୍ବ ଆସିଯାଇଥାଏ କିନ୍ତୁ ସବୁ କାମ ପାଇଁ ଯେପରି କି ଏକ ସମୟ ଥାଏ ସେହିପରି ବିବାହ ପାଇଁ ଗୋଟେ ନିର୍ଦିଷ୍ଟ ବୟସ ସୀମା ଥାଏ। ଯଦି ବିବାହ ଅଧିକ ବୟସରେ ହୋଇଥାଏ ତେବେ ପୁଅ ଏବଂ ଝିଅ ଦୁହେଁ ଦୁହିଁଙ୍କୁ ବୁଝିବାରେ ଆସୁବିଧା ହୋଇଥାଏ।

ଫଳରେ ସମ୍ପର୍କ ଭଲ ହୋଇନଥାଏ ଏବଂ ମଳିନତା ଆସିଥାଏ। କିନ୍ତୁ ଆଜିକାଲି ଲୋକ କୌଣସି ବି ବୟସରେ ବିବାହ କରୁଛନ୍ତି। ବିବାହ କରିବା ପାଇଁ ଉଚିତ ବୟସ ସୀମା ହେଉଛି ୨୧ ରୁ ୨୮ ବର୍ଷ। ଏହି ବୟସ ସୀମା ଭିତରେ ରହିବା ଦ୍ୱାରା ପୁଅ ଏବଂ ଝିଅଙ୍କ ପାଇଁ ଭଲ ହୋଇଥାଏ। ଆଜି ଆମେ ଜାଣିବା ଯଦି ଅଧିକ ବୟସରେ ବିବାହ କଲେ କଣ ଅସୁବିଧା ହୋଇଥାଏ।

ଯଦି ଆପଣ ଅଧିକ ବୟସରେ ବିବାହ କରିବେ ତେବେ ଆପଣ ଏବଂ ଆପଣଙ୍କ ସାଥୀଙ୍କ କଥା ମେଳ ଖାଇବ ନାହିଁ। ଭିନ୍ନ କଥାରେ ଭିନ୍ନ ମତ ରହିବ। କଥାରେ ଅଧିକାଂଶ ସାମଞ୍ଜସ୍ୟ ରହିବ ନାହିଁ। ଘରେ ଝଗଡା ସୃଷ୍ଟି ହେବ। ଯଦି ଏପରି ହେବ ତେବେ ସମ୍ପର୍କ ଅଧିକ ଦିନ ରହିବ ନାହିଁ। ସବୁ କାର୍ଯ୍ୟରେ କିଛି ନିର୍ଦିଷ୍ଟ ସମୟ ଥାଏ। କୁହାଯାଏ ଯେ ଅତିରୁ ଇତି। ତେଣୁ ଅଧିକ ବୟସ ବିବାହ ପାଇଁ ଜମାବି ଠିକ ନୁହେଁ। ଅଧିକ ବୟସରେ ବିବାହ କଲେ ଶାରୀରିକ ସମ୍ପର୍କରେ ଅସୁବିଧା ହୋଇଥାଏ।

ଅଧିକ ବୟସ ହେବା ଦ୍ୱାରା ଯୌବନ ନଷ୍ଟ ହୋଇଯାଇଥାଏ ଓ ଶରୀରରେ ଆଗ ପରି ସକ୍ଷମତା ନଥାଏ। ସ୍ୱାମୀ ଏବଂ ସ୍ତ୍ରୀ କେବେବି ଶାରୀରିକ ସମ୍ପର୍କରେ ସନ୍ତୁଷ୍ଟ ହୋଇନଥାନ୍ତି। ଅଧିକ ବୟସରେ ବିବାହ କରିବା ଦ୍ୱାରା ମହିଳା ମାନଙ୍କର ସନ୍ତାନ ହେବାର ଅସୁବିଧା ହୋଇଥାଏ। ତେଣୁ ଅଧିକ ବୟସରେ ବିବାହ କରିବା ଜମାବି ଠିକ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *