Excuse Me Odisha

ଯାହା କହିବୁ ସତ କହିବୁ

ସ୍ଵପ୍ନରେ ନିଜ ମୃତ୍ୟୁକୁ ଦେଖିବାର ଅର୍ଥ କଣ? ଜାଣନ୍ତୁ ସ୍ବପ୍ନ ଶାସ୍ତ୍ରରେ କଣ କୁହାଯାଇଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଶୋଇଯିବା ପରେ ନିଶ୍ଚିତ ଭାବରେ ସ୍ବପ୍ନ ଦେଖିଥାଉ। ଏହି ସ୍ବପ୍ନ ଆମେ ଦିନରେ କିମ୍ବା ରାତିରେ ଦେଖି ଥାଉ।କିନ୍ତୁ ସେହି ସ୍ବପ୍ନ ଗୁଡ଼ିକ ମଧ୍ୟରୁ ପ୍ରାୟତଃ କିଛି ସ୍ବପ୍ନ ଆମର ମନେ ରହି ନଥାଏ। ଆଉକିଛି ସ୍ଵପ୍ନ ଏପରି ଥାଏ, ଯାହାକୁ ଆମେ କେବେ ମଧ୍ୟ ଭୁଲି ପାରି ନଥାଉ।ତାହା ମଧ୍ୟରୁ ଗୋଟିଏ ହେଉଛି ସ୍ଵପ୍ନରେ ନିଜର ମୃତ୍ୟୁ ଦେଖିବା। ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜର ମୃତ୍ୟୁ ଦେଖିବା ବିଷୟକୁ ନେଇ ଅନେକ ତଥ୍ୟ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରାଚୀନକାଳରୁ ହିଁ ସ୍ଵପ୍ନକୁ ଆଗାମୀ ସମୟରେ ହେବାକୁ ଯାଉଥିବା ଶୁଭ ଓ ଅଶୁଭ ଘଟଣାର ସଂକେତ ବୋଲି ମାନାଯାଇଥାଏ।ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବା ଶୁଭ ସଂକେତ ଅଟେ। ଏପରି ସ୍ଵପ୍ନ ଦେଖିବା ଭାଗ୍ୟ ପରିବର୍ତ୍ତନ ହେବାର ଶୁଭ ସଂକେତ ବୋଲି କୁହାଯାଏ। ପ୍ରାୟତଃ ସମସ୍ତେ ନିଜର ମୃତ୍ୟୁ ହେବାର ସ୍ବପ୍ନ ଦେଖି ଭୟ କରିଥାନ୍ତି। କିନ୍ତୁ ଭୟ କରିବା ପୂର୍ବରୁ ବ୍ୟକ୍ତିକୁ ଜାଣି ରଖିବା ଉଚିତ ଯେ ଆଗାମୀ ସମୟ ତାଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ଏହି ସମୟରେ ମନ ଭିତରେ କୌଣସି ନକାରାତ୍ମକ ଭାବନା ଆଣିବା ଉଚିତ ନୁହେଁ।

ସ୍ଵପ୍ନରେ ନିଜର ମୃତ୍ୟୁକୁ ଦେଖିବାର ଅର୍ଥ ହେଉଛି – ଆପଣ କୌଣସି ମନ୍ଦ ଚିନ୍ତା ନକରି ଏବେ ଆପଣ ସଫଳତା ଆଡକୁ ଅଗ୍ରସର ହୁଅନ୍ତୁ, ଆପଣଙ୍କ ସମୟ ବଦଳିବାକୁ ଯାଉଛି। ଯଦି ଆପଣ ଏଭଳି ସ୍ବପ୍ନ ଦେଖୁଛନ୍ତି, ତାହେଲେ ଖୁସି ହୁଅନ୍ତୁ।

– ସେହିପରି ଯଦି ଆପଣ ସ୍ଵପ୍ନରେ ନିଜକୁ ପୀଡିତ ଅବସ୍ଥାରେ ଦେଖନ୍ତି, ତାହେଲେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ବର୍ତ୍ତମାନ ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବାକୁ ଯାଉଛି ଏବଂ ଆପଣ ସୁସ୍ଥ ଅନୁଭବ କରିବେ।

– ସ୍ଵପ୍ନରେ ଯଦି ଆପଣ ନିଜକୁ କୌଣସି ଏକାଦଶାହରେ ଭୋଜନ କରୁଥିବାର ଦେଖନ୍ତି, ତାହେଲେ ବୁଝି ନିଅନ୍ତୁ ଏହା ରୋଗମୁକ୍ତିର ସଂକେତ ଅଟେ।

– ସ୍ଵପ୍ନରେ ଯଦି ଆପଣ ନିଜକୁ ପୃଥିବୀ ଉପରେ ଉଡୁଥିବାର ଦେଖନ୍ତି, ତେବେ ବୁଝି ନିଅନ୍ତୁ ଆପଣଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବାକୁ ଯାଉଛି।

– ସ୍ଵପ୍ନରେ ଯଦି ଆପଣ ନିଜକୁ ଅଗ୍ନିରେ ଜଳୁଥିବାର ଦେଖନ୍ତି, ତାହେଲେ ଏହା ଶୁଭ ସଂକେତ ଅଟେ। ଏହା ଧନପ୍ରାପ୍ତି ହେବାର ସଂକେତ ଦେଇଥାଏ।

– ସ୍ଵପ୍ନରେ ଯଦି ଆପଣ ଆତ୍ମହତ୍ୟା କରୁଥିବାର ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣ କଠିନ ପରିସ୍ଥିତିରୁ ମୁକ୍ତି ପାଇବେ। ଏହାସହିତ ଆପଣ ମାନସିକ ରୂପରେ ଚିନ୍ତାମୁକ୍ତ ହୋଇଯିବେ।

– ସ୍ଵପ୍ନରେ ନିଜ ମୃତ୍ୟୁ ଦେଖିବାର ଅର୍ଥ ହେଉଛି ଆପଣ କୌଣସି ରୋଗରୁ ମୁକ୍ତି ପାଇବାକୁ ଯାଉଛନ୍ତି କିମ୍ବା ଏହା ଆପଣଙ୍କ ଦୀର୍ଘାୟୁ ହେବାର ସଂକେତ ଅଟେ। ଏହା ସ୍ବପ୍ନ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ ବର୍ଣ୍ଣିତ ହୋଇଛି।

ବନ୍ଧୁଗଣ ଆମର ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *