Excuse Me Odisha

ଯାହା କହିବୁ ସତ କହିବୁ

ଲିଭର ଖରାପ ହେବାର ମୁଖ୍ୟ ୧୦ ଟି ଲକ୍ଷଣ ! ଏବେ ହିଁ ଜାଣି ନିଅନ୍ତୁ,ନହେଲେ ତା ପରେ …

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ଲିଭର ଖରାପ ହେବାର ୧୦ ଟି ଲକ୍ଷଣ।

ମସ୍ତିଷ୍କ ହୃଦୟ ଏବଂ କିଡ୍ନୀ ଭଳି ଲିଭର ମଧ୍ୟ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେପରି ଆମେ ଆମର ମସ୍ତିଷ୍କ ହୃଦୟ ଏବଂ କିଡ୍ନୀକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଫଳ ପନିପରିବା ସେବନ କରୁଛେ। ସେହିପରି ଆମ ଲିଭର ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ଲିଭର ଆମ ପେଟ ଉପରେ ରହିଥାଏ ଓ ଏହା ଆମ ଶରୀରର ବଡ଼ ଅର୍ଗାନ ମଧ୍ୟ ହୋଇଥାଏ।

ଆମ ଶରୀର ସୁସ୍ଥ ରହିବାର କାମ ଆମ ଲିଭର କରିଥାଏ। ତା ସହିତ ଲିଭର ରୋଗରୁ ଦୂର କରିବାର କାମ ହେଉଛି କି ସିଏ ଆମ ଶରୀରରୁ ବିଷାକ୍ତ ରକ୍ତକୁ ସଫା କରିଥାଏ। ଆମ ଶରୀରକୁ ବିଭିନ୍ନ ପ୍ରକାରର ଖାଦ୍ୟରୁ ପୋଷକ ତତ୍ତ୍ୱ ଯୋଗାଇ ଥାଏ। ଲିଭର ଆମ ହର୍ମନକୁ ସନ୍ତୁଳିତ କରିବାରେ ସାହାର୍ଯ୍ୟ କରିଥାଏ। ସେତିକି ନୁହେଁ ଆମ ଲିଭର ଉପରେ ନିର୍ଭର କରିଥାଏ। ଆମ ଶରୀରରେ କେତେ ଭିଟାମିନ ଦରକାର ତାହା ଷ୍ଟର କରିବାର କାର୍ଯ୍ୟ ଆମ ଲିଭର କରିଥାଏ। ଲିଭର ଆମକୁ ୪୦୦ ରୋଗରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ।

ଯେତେବେଳେ ଆମକୁ କିଛି ବିଷାକ୍ତ ଖାଦ୍ୟ ସେବନ କରୁଛେ କିମ୍ବା ଅଧିକା ମଦ ସେବନ କରୁଛେ ତାହେଲେ ତାକୁ ମଧ୍ୟ ଲିଭର ଶରୀରରୁ ବାହାର କରିବାରେ ବହୁତ ସାହାର୍ଯ୍ୟ କରିଥାଏ। ଅଧିକା ତେଲିଆ ଜଙ୍କ ଫୁଡ଼ ଅଧିକା ରାଗ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଲିଭର ଉପରେ ସେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏବଂ ଯଦି ଅଧିକ ମଦ ପିଉଛନ୍ତି ତେବେ ତାହା ମଧ୍ୟ ଲିଭରକୁ ନଷ୍ଟ କରିଦେଇଥାଏ। ଯେହେତୁ ଆମ ଶରୀରର କାର୍ଯ୍ୟ ପ୍ରଣାଳୀ ଆମ ଲିଭର ଉପରେ ନିର୍ଭର କରିଥାଏ। ସେଥିପାଇଁ ଯେତେବେଳେ ଲିଭର ଟିକେ ଖରାପ ହୁଏ ତାହେଲେ ତ ସିଏ ଆମକୁ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଇଥାଏ।

ଯେପରିକି ଆପଣଙ୍କର ବାରମ୍ବାର ଗ୍ୟାସ ଏସିଡିଟି ବଦହଜମି ହେବ ଏବଂ ପେଟ ଜନିତ ସମସ୍ୟା ଲିଭର ଖରାପ ହେବାର ଲକ୍ଷଣ ଦେଖାଇଥାଏ। ଯଦି ଆପଣଙ୍କୁ ବାରମ୍ବାର ହିକୁଟି ଆସୁଛି ଯଦି ବହୁତ ଗ୍ୟାସ ହେଉଛି ଆପଣଙ୍କର ବହୁତ ପାଡ ଯାଉଛି କିମ୍ବା ଖାଦ୍ୟ ଆପଣଙ୍କର ଠିକସେ ହଜମ ହେଉନାହିଁ ତେବେ ସେସବୁର ଲକ୍ଷଣ ଆପଣଙ୍କର ଲିଭର ବହୁତ ଖରାପ ହୋଇଗଲାଣି ତୁରନ୍ତ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରି ଆପଣ ଲିଭର ଚେକପ ଥରେ କରେଇ ନିଅନ୍ତୁ।

ଯଦି ଆପଣ ଅଧିକ ହାଲିଆ ହୋଇଯାଉଛନ୍ତି ଏବଂ ଦରକାର ଠାରୁ ଅଧିକ ଦୁର୍ବଳ ଲାଗୁଛି ତାହେଲେ ଏହା ମଧ୍ୟ ଆପଣଙ୍କ ଲିଭର ବହୁତ ଖରାପ ହୋଇଗଲାଣି ଆଉ ଆପଣଙ୍କୁ ଲିଭରର ଟ୍ରିଟମେଣ୍ଟ କରିବାର ସମୟ ଆସିଗଲାଣି।

ଆମେ ଅଧିକ ବ୍ୟସ୍ତ ଯୋଗୁ ନିଜର ଖାଦ୍ୟପେୟ ଉପରେ କିମ୍ବା ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇନଥାଉ। ଯଦି ଆମେ ନିଜର ସ୍ବାସ୍ଥ୍ୟକୁ ଧ୍ୟାନ ନଦେବା ତାହେଲେ ଆମେ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାଉ। ଆମକୁ ଅଧିକ ବାନ୍ତି ଲାଗିବା ମୁଣ୍ଡ ବ୍ୟଥା ହେବା ହାଲିଆ ଲାଗିବା ଦୁର୍ବଳ ଲାଗିବା ଏହିସବୁ ଲକ୍ଷଣରୁ ଜାଣିବା ଦରକାର ଯେ ସ୍ୱାସ୍ଥ୍ୟ କହୁଛି ଡାକ୍ତରଙ୍କ ପରାମର୍ଶ କରିବା।

ଅଚାନକ ଓଜନ ବୃଦ୍ଧି ହେଉଯାଉଛି ଆଉ ତାପରେ ଯେତେ ବ୍ୟାୟାମ କରନ୍ତୁ କିଛି ବି କରନ୍ତୁ ହେଲେ ଓଜନ କମୁ ନାହିଁ ତେବେ ଲିଭର ଖରାପ ହେବାର ବହୁତ ବଡ଼ କାରଣ। ଏହା ବ୍ୟତୀତ ଆପଣଙ୍କର କଷ୍ଟକାଠିନ୍ୟ ହେବା ଏହା ମଧ୍ୟ ଲିଭର ଖରାପ ହେବାର କାରଣ ହୋଇଥାଏ। ସେଥିପାଇଁ ଲିଭର ଠିକ ରଖନ୍ତୁ।

ବିଭିନ୍ନ ପ୍ରକାରର ବିଷାକ୍ତ ଖାଦ୍ୟ ପଦାର୍ଥ ଖାଇବା ଯୋଗୁ ଯେମିତିକି ଛଣା ଖାଦ୍ୟ ଜଙ୍କ ଫାଷ୍ଟଫୁଡ଼ ଭଳି ଖାଦ୍ୟ ଖାଉଛେ ସିଏ ଆମର ଲିଭରକୁ ନଷ୍ଟ କରିଦେଇଥାଏ ଏବଂ ଯେଉଁ ପାଇଁ କି ଆମର ପାଟିରୁ ଗନ୍ଧ ବାହାରିଥାଏ ଏବଂ ଯଦି ଆପଣଙ୍କ ଦାନ୍ତରେ କୌଣସି ପ୍ରକାରର ସମସ୍ୟା ହୋଇଥାଏ ତାହେଲେ ମଧ୍ୟ ଆପଣଙ୍କର ପାଟିରୁ ଗନ୍ଧ ବାହାରିଥାଏ କିନ୍ତୁ ଯଦି ଆପଣଙ୍କର ସପ୍ତାହରୁ ମାସକ ପର୍ଯ୍ୟନ୍ତ ଚାଲୁଛି ତାହେଲେ ଜାଣିନେବା ଦରକାର କି ଲିଭର ଆପଣଙ୍କର ଖରାପ ହେବାର ସୂଚନା ଦେଉଛି।

ଯଦି ଆପଣଙ୍କ ପେଟରୁ ଅଧିକ ଗ୍ୟାସ ବାହାରିବ କିମ୍ବା ପେଟ ଜନିତ ଅଧିକ ସମସ୍ୟା ହେବ କିମ୍ବା ଆପଣଙ୍କର ଗ୍ୟାସ ଅଧିକ ହେବ ତାହେଲେ ଏହା ଆପଣଙ୍କ ଲିଭର ଉପରେ ଅଧିକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କ ପାଟିରୁ ଅଧିକ ଗନ୍ଧ ବାହାରିଥାଏ।

ଯେତେବେଳେ ଆପଣଙ୍କ ଲିଭର ଖରାପ ହୋଇଥାଏ ସେତେବେଳେ ଯଦି ଆପଣ ପ୍ରଥମ ଷ୍ଟେଜରେ ଧ୍ୟାନ ନଦେବେ ତାହେଲେ ଆପଣଙ୍କ ଶରୀର ନିଜେ ନିଜେ ନିଜ ଲିଭରକୁ ସୁସ୍ଥ ରଖିବାର କାମ କରିଥାଏ। ସେତେବେଳେ ଆପଣ ଲକ୍ଷ କରିବେ ଆପଣଙ୍କ ପାଦ ଫୁଲିବା ଗୋଇଁଠି ଫୁଲିବା ଆଦି ହୋଇଥାଏ। ଏହାର ଅର୍ଥ ଏହାକୁ ଏଡିନା କୁହାଯାଇଥାଏ ଅର୍ଥାତ ଆପଣଙ୍କ ଶରୀରର ତଳ ଭାଗରେ ଅଧିକାରୁ ଅଧିକା ପାଣି ଜମା ହୋଇଯାଇଥାଏ। ପାଣି ଜମା ହେବା କାରଣରୁ ଆପଣଙ୍କ ଗୋଡ଼ ଏବଂ ଗୋଇଁଠି ଫୁଲି ଯାଇଥାଏ। ଏହାର ମାନେ ଏହାକି ଆପଣ ତୁରନ୍ତ ଯାଇ ଲିଭରର ଚେକପ କରନ୍ତୁ।

ଯେତେବେଳେ ଆପଣ ଦେଖିବେ ଆପଣଙ୍କର ବିଭିନ୍ନ ପ୍ରକାରର ଚର୍ମ ରୋଗ ହେବ ସିଏବି ମଧ୍ୟ ଗୋଟିଏ ଲକ୍ଷଣ ଯେ ଆପଣଙ୍କର ଲିଭର ବହୁତ ଖରାପ ହୋଇଗଲାଣି। ଯଦି ଆମର ଲିଭର ଖରାପ ହେବ ତାହା ମଧ୍ୟ ତ୍ୱଚା ଏବଂ ଶରୀରରେ ପ୍ରଭାବ ପକାଇଥାଏ।

ଯଦି ବିଭିନ୍ନ ପ୍ରକାରର ରୋଗ ହେବ ତାହେଲେ ଭୋକ ଲାଗିବା କମି ଯାଇଥାଏ କିନ୍ତୁ ଯଦି ଆପଣ ଅଚାନକ ଦେଖୁଛନ୍ତି କି ଆପଣଙ୍କର ଭୋକ ଲାଗିବା କମି ଯାଉଛି ଏବଂ ଆପଣ ବହୁତ ଅସୁସ୍ଥ ଅନୁଭବ କରୁଛନ୍ତି ତେହେଲେ ଏହା ମଧ୍ୟ ଲିଭର ଖରାପ ହେବାର ଲକ୍ଷଣ। ଆପଣ ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ।

ଯଦି ଆପଣଙ୍କର ଓଜନ ତୁରନ୍ତ କମି ଯାଇଛି ତେବେ ଆପଣ ତୁରନ୍ତ ଡାକ୍ତର ପରାମର୍ଶ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *