Excuse Me Odisha

ଯାହା କହିବୁ ସତ କହିବୁ

ଗାଈର ଛୁଇଁଦିଅନ୍ତୁ ଏହି ଅଙ୍ଗକୁ | ଭାଗ୍ୟ ବଦଳିଯିବ | ରାତାରାତି ହୋଇଯିବେ ଧନୀ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗାଈର ଛୁଇଁଦେଲେ ଏହି ଅଙ୍ଗ ରାତାରାତି ହୋଇଯିବେ ଧନୀ। ଦୂର ହେବ ସବୁ ସମସ୍ୟା।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଈ ହେଉଛି ସମସ୍ତ ଜଗତର ମା। ଗାଈ ହେଉଛି ଏକ ଦିବ୍ୟ ଜୀବ। ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୁରେଇ ଯାଇଥାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବତା ଏବଂ ଦେବୀ ବାସ କରିଥାନ୍ତି ତେଣୁ ଗାଈର ପୂଜା କରିଲେ ସମସ୍ତ ଦେବତା ଓ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ।ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡିଥାଏ।

ଗାଈର ପିଠି ହାଡ଼ରେ ସୂର୍ଯ୍ୟ କେତୁ ନାଡୀ ଥାଏ। ଯାହା ସୂର୍ଯ୍ୟର କିରଣରୁ ରକ୍ତରେ ସ୍ଵର୍ଣ୍ଣ ଖ୍ୟାର ତିଆରି କରିଥାଏ। ଏହି ସ୍ୱର୍ଣ୍ଣ ଖ୍ୟାର ଗାଈର କ୍ଷୀରରେ ରହିଥାଏ ଯାହା ମନୁଷ୍ୟ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ। ଏହାର ସୁବର୍ଣ୍ଣ ରଙ୍ଗ ହେତୁ ଗାଈର କ୍ଷୀର ହାଲ୍କା ହଳଦିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ବ୍ୟକ୍ତି ଗୋମାତାଙ୍କୁ ପୂଜା କରିବା ଦ୍ୱାରା କେଉଁ ଫଳ ମିଳିଥାଏ ତା ସହିତ ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି ତେଣୁ ଆସନ୍ତୁ ଜାଣିବା ଗାଈ ଆମ ପାଇଁ କେତେ ଶୁଭ ଅଟେ।

ସନାନ୍ତନ ହିନ୍ଦୁ ଧର୍ମରେ ଗାଈ ଗଙ୍ଗା ଏବଂ ଗାୟତ୍ରୀଙ୍କ ଧାର୍ମିକ ମହତ୍ତ୍ୱ ସବୁଠୁ ଅଧିକ ମହତ୍ତ୍ୱ ଅଟେ। ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩ କୋଟି ଦେବୀ ଦେବତାଙ୍କ ବାସସ୍ଥାନ ଅଟେ ଏବଂ ଜିଏବି ଗାଈର ପୂଜା କରେ ତାଙ୍କ ଉପରେ ସମସ୍ତ ଦେବତା ଏବଂ ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯିଏ ଗାଈର ପାଳନ କରିଥାଏ ତାଙ୍କୁ ମା ଭାବରେ ସେବା କରନ୍ତି ଗୋମାତା ତାଙ୍କ ଉପରେ ଆସୁଥିବା ସବୁ ବିପଦ କଷ୍ଟକୁ ହରଣ କରି ନେଇଥାଆନ୍ତି। ଗୋମାତା କାମ ଧେନୁ ଅଟନ୍ତି। ସମସ୍ତଙ୍କର କଷ୍ଟ ଦୂର କରିଥାନ୍ତି ଆଉ କୁହାଯାଏ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

କୁହାଯାଏ ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୂଳି ଉଡିଥାଏ ସେହି ଧୂଳିରେ ମନୁଷ୍ୟର ପାପ ଧୋଇଯାଏ। ଯଦି ବ୍ୟକ୍ତି କ୍ରୋଧି ଅଟନ୍ତି ପାଠ ପଢାରେ ଦୁର୍ବଳ ଅଟନ୍ତି କହିବାର ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଗୋମତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଏଥିରେ ବୁଦ୍ଧ ଗ୍ରହର ଦଶା ଠିକ ରହିଥାଏ। ଆଉ ସବୁ ସମସ୍ୟା ଦୂର ହେବାରେ ଲାଗିଥାଏ। ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ।

ଯଦି ମଙ୍ଗଳ ଗ୍ରହର ଅବସ୍ଥିତି ଖରାପ ଅଛି ତେବେ କୌଣସି ଗରିବ ବ୍ରାହ୍ମଣଙ୍କୁ କିମ୍ବା ଗରିବ ଲୋକଙ୍କୁ ଗାଈ ଦାନ ନିଶ୍ଚିତ କାରନ୍ତୁ।ଯଦି ନବଗ୍ରହର ଶାନ୍ତି ଏବଂ ଶନିଙ୍କ ଦୋଷା ଠିକ କରିବାର ଅଛି ତାହେଲେ କଳା ଗାଈର ଦାନ ଅବଶ୍ୟ କରନ୍ତୁ। ଏହା ଦ୍ବାରା କଷ୍ଟରୁ ମୁକ୍ତି ମିଳିଥାଏ। ଆଉ ଶନିଦେବଙ୍କ କୃପାରୁ ସବୁକିଛି ଭଲ ହୋଇଯାଇଥାଏ। ଯଦି କୌଣସି କାମ ବନ୍ଦ ହୋଇରହିଛି ତେବେ କେତେବି ପରିଶ୍ରମ କଲେବି ସେଥିରେ ସଫଳତା ମିଳୁନାହିଁ ତାହେଲେ ବ୍ୟକ୍ତି ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ ଏବଂ ତାଙ୍କ କାନରେ ନିଜର ମନସ୍କାମନା ନିଶ୍ଚୟ କହିବା ଉଚିତ। ଗାଈର ନିୟମିତ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ।

ଖରା ଦିନରେ ଘର ଦ୍ୱାର ମୁହଁକୁ ଆସିଥିବା ଗାଈକୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଗୋମାତାଙ୍କୁ ଶୀତ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ। କିନ୍ତୁ ଗ୍ରୀଷ୍ମ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ପିତୃଦଶ ଦୂର କରିବାକୁ ଚାହୁଁଛନ୍ତି ତେବେ ଗାଈକୁ ଅମାବାସ୍ୟା ଦିନ ରୁଟି ଗୁଡ଼ ଏବଂ ସବୁଜ ଚାରା ଖାଇବାକୁ ଦିଅନ୍ତୁ। ଏହା ଲାଭଦାୟକ ଅଟେ। ଏଥିଦ୍ୱାରା ସବୁ ପିତୃଦଶ ସମାପ୍ତ ହୋଇଯାଇଥାଏ। ଏହା ସହିତ ଗାଈର ପୂଜା କରିବା ଦ୍ୱାରା ନବଗ୍ରହର ଶାନ୍ତି ହୋଇଥାଏ।

ଯଦି ପିଲାମାନେ କଥା ଶୁଣୁ ନାହାନ୍ତି ସେମାନେ କ୍ରୋଧିତ ହୁଅନ୍ତି କଥା କଥାରେ ରାଗନ୍ତି ତାହେଲେ କୌଣସି ଦିନ ଘର ଦ୍ୱାର ମୁହଁକୁ ଆସିଥିବା ଗାଈକୁ ପିଲାଙ୍କ ଦ୍ଵାରା ଭୋଜନ ଖାଇବାକୁ ଦିଅନ୍ତୁ। ଏମିତି କରିବା ଦ୍ୱାରା ନିଜ ସନ୍ତାନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ପୋଷ୍ଟରେ କୁହାଯାଉଥିବା କଥା ସମସ୍ତଙ୍କ ପାଇଁ ବହୁତ ଉପଯୋଗୀ ଅଟେ। ଗୋମାତାଙ୍କ ପିଠିରେ ଗୋଟେ ଚୂଳ ରହିଥାଏ ସେହି ଚୂଳରେ ସୂର୍ଯ୍ୟ କେତୁ ନାଡୀ ରହିଥାଏ। ସବୁଦିନ ସକାଳେ ଗାଈର ଏହି ଚୂଳ ଉପରେ ହାତରେ ଆଉଁସିଲେ ବ୍ୟକ୍ତିର ସବୁ ମନସ୍କାମନା ପୁର୍ଣ ହୋଇଥାଏ। ତାଙ୍କର ସବୁ ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଏବଂ ଗରିବୀ ଦାରିଦ୍ର୍ୟତା ଦୂର ହୋଇଥାଏ।ଏହା ସହିତ ତାଙ୍କର ସମସ୍ତ ରୋଗ ନଷ୍ଟ ହୋଇଯାଇଥାଏ।ତେଣୁ ଦୁଆର ପାଖକୁ ଆସୁଥିବା ଗାଈର ପିଠି ଉପରେ ଥରେ ହାତରେ ଛୁଅନ୍ତୁ।

ଘର ବନେଇବା ପୂର୍ବରୁ ଯଦି ସେହି ଯାଗାରେ ଗାଈ କିମ୍ବା ବାଛୁରୀକୁ ବନ୍ଧା ଯାଏ ତେବେ ସବୁ ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଇଥାଏ। ଯେଉଁ ମାଟିରେ ଗାଈ ବସି ଆରମ କରିଥାଏ ସେଠି କେବେ କୌଣସି ପ୍ରତିବଦ୍ଧକ ଆସିନଥାଏ। ଧ୍ୟାନ ରଖିଥିବେ ଘରେ ତିଆରି ରୁଟି ସର୍ବ ପ୍ରଥମେ ଗାଈ ପାଇଁ ପ୍ରସ୍ତୁତ କରିବେ ଏବଂ ଗାଈକୁ ନିଶ୍ଚିତ ରୂପେ ଖାଇବାକୁ ଦେବେ। ଏଥିଦ୍ୱାରା ପରିବାରର ସୁଖ ଏବଂ ଶାନ୍ତି ସର୍ବଦା ରହିଥାଏ। ଗୋମାତାଙ୍କ ପଞ୍ଚକୁଟୀର ହଜାର ହଜାର ରୋଗର ଔଷଧ ଅଟେ। ଏହାକୁ ସେବନ କରିବା ଦ୍ୱାରା କଠିନରୁ କଠିନ ରୋଗ ଦୂର ହୋଇଯାଏ।

ପରିବାରରେ ଗାଈ ଠାରୁ ମିଳୁଥିବା ପଞ୍ଚକୁଟୀର ପଦାର୍ଥର ବ୍ୟବହାର କରନ୍ତୁ। ପଞ୍ଚକୁଟୀର ବିନା ପୂଜା ପାଠରେ ସଫଳତା ମିଳିନଥାଏ। ଗାଈ ଗୋବରକୁ ପ୍ରତ୍ୟକ ଦିନ ଘର ଦୁକାନ ସାହି ଏବଂ ଗଳିରେ ଜଳେଇ ଧୂପ କରିବା ଦ୍ୱାରା ପରିବେଶ ଶୁଦ୍ଧ ହୋଇଯାଇଥାଏ। ଏଥି ଦ୍ୱାରା ସକାରତ୍ମକ ପରିବେଶ ସର୍ବଦା ରହିଥାଏ ଏବଂ ବ୍ୟବସାୟରେ ବୃଦ୍ଧି ଆସିଥାଏ। ଯଦି ପ୍ରତିଦିନ ଘରର ଦ୍ୱାରକୁ ଗାଈ ଆସନ୍ତି ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି। ଏହା ଆପଣଙ୍କ ଜୀବନର ଭଲ ସମୟ ଆସିବାର ସଂକେତ ଦେଇଥାଏ। କାରଣ ଗୋମାତା ଏହି ପରି ଘରକୁ ଯାଆନ୍ତି ଯେଉଁଠାରେ ପବିତ୍ର ଶୁଦ୍ଧ ଏବଂ ଭଲ ଲୋକମାନେ ବାସ କରନ୍ତି। ତେଣୁ ଗୋମାତା ଘରର ଦ୍ୱାରକୁ ଆସିଲେ ତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ।

ଗୋମାତାଙ୍କ ବେକରେ ଘଣ୍ଟି ନିଶ୍ଚୟ ବାନ୍ଧନ୍ତୁ। ଗାଈର ବେକରେ ବନ୍ଧା ଘଣ୍ଟି ବାଜିଲେ ଗୋମାତାଙ୍କ ଆରତୀ ହୋଇଥାଏ। ଏଥିଦ୍ୱାରା ୩୩ କୋଟି ଦେବୀ ଦେବତାଙ୍କର ଫଳ ପ୍ରାପ୍ତି ହୋଇଥାଏ। ଗୋମାତାଙ୍କ ଗୋବରରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏବଂ ଗୋମାତାଙ୍କ ମୂତ୍ରରେ ଗଙ୍ଗାଙ୍କ ବାସ ହୋଇଥାଏ। ଗୋମାତାଙ୍କ କ୍ଷୀରରୁ ସୁଵର୍ଣ ତତ୍ୱ ମିଳିଥାଏ। ଯାହା ସବୁ ରୋଗର ନାଶ କରିଥାଏ। ଏଥିପାଇଁ ଗାଈ କ୍ଷୀର ସବୁଦିନ ପିଅନ୍ତୁ। ତନ ମନ ଧନରେ ଯେଉଁ ବ୍ୟକ୍ତି ଗୋମାତାଙ୍କ ସେବା କରିଥାଏ ସେ ମୃତ୍ୟୁ ପରେ ବୈତରଣୀ ଗୋମାତାଙ୍କ ଲାଞ୍ଜ ଧରି ନର୍କକୁ ପାର କରିଥାଏ।

ତାଙ୍କର ଅକାଳ ମୃତ୍ୟୁ ହୋଇନଥାଏ। ଏବଂ ଏମାନଙ୍କୁ ଗୋଲକ ଧାମରେ ବାସ କରିବାକୁ ମିଳିଥାଏ। ଯେଉଁ ବ୍ୟକ୍ତିଙ୍କ ଭାଗ୍ୟର ରେଖା ଶୋଇଥାଏ ସେହି ବ୍ୟକ୍ତି ତାଙ୍କ ପାପୁଲିରେ ଗୁଡ଼ ରଖି ଗାଈକୁ ଚାଟିବାକୁ ଦିଅନ୍ତୁ। ଗୋମାତାଙ୍କ ଜିଭରେ ପାପୁଲି ଚାଟିବା ଦ୍ୱାରା ବ୍ୟକ୍ତିର ଭାଗ୍ୟ ରେଖା ଖୋଲିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *