Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳ ସୂତ୍ର କଣ ? ଏହାକୁ କିପରି ପିନ୍ଧିଲେ ସ୍ୱାମୀର ଆୟୁଷ ବଢ଼ିଥାଏ ! ନିଶ୍ଚିତ ଭାବରେ ଥରେ ଏହାକୁ ପଢନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳ ସୂତ୍ର କଣ ଏବଂ କିପରି ପିନ୍ଧିଲେ ସ୍ୱାମୀର ହୋଇଥାଏ ଆୟୁଷ ବୃଦ୍ଧି।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ମଙ୍ଗଳ ସୂତ୍ର କଣ ଏବଂ କିପରି ବ୍ୟବହାର କରିବା ଦ୍ୱାରା ସ୍ୱାମୀର ଆୟୁଷ ହାନି ହୋଇଥାଏ ଏବଂ କଣ ଏବଂ କିପରି କରିବା ଦ୍ୱାରା ସ୍ୱାମୀର ଆୟୁଷ ବଢିଥାଏ। ତାହା ସହିତ ଉନ୍ନତି ମଧ୍ୟ ହୋଇଥାଏ। ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ରରେ ସମସ୍ତ ମହିଳା ମାନଙ୍କୁ ମଙ୍ଗଳ ସୂତ୍ରର ଏହି ମହିମା ଜାଣିବା ଆବଶ୍ୟକ। ଆଜିକାଲି ନୁହେଁ କାହିଁ କେଉଁ ଯୁଗରୁ ଅନେକ ପ୍ରକାରର ପରମ୍ପରା ଆମେ ମାନେ ମାନି ଆସିଅଛୁ। ଏହା ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳ ସୂତ୍ର। ହିନ୍ଦୁ ଧର୍ମ ଶାସ୍ତ୍ରରେ ମଙ୍ଗଳ ସୂତ୍ରକୁ ବହୁତ ଗୁରୁତ୍ୱ ଦିଆଯାଇଛି।

ବିବାହିତା ମହିଳା ମାନଙ୍କୁ ଶଧବାର ପରିଚୟ ଦେଇଥାଏ ଏହି ମଙ୍ଗଳ ସୂତ୍ର। କୌଣସି ବି ବିବାହାରେ ମଙ୍ଗଳ ସୂତ୍ର ବିନା ବିବାହ ବର୍ଜିତ ଅଟେ। ଏହି ମଙ୍ଗଳ ସୂତ୍ରର ଅନେକ ପ୍ରକାରର ମହତ୍ୱ ମଧ୍ୟ ଅଛି। କିନ୍ତୁ ଆମେ ଓଡ଼ିଶାରେ ଅନେକ ଜିଲ୍ଲାରେ ମଙ୍ଗଳ ସୂତ୍ରର ବ୍ୟବହାର କରାଯାଇନଥାଏ। କାରଣ ଏହି ଜିଲ୍ଲା ମାନଙ୍କରେ ଅନ୍ୟ ପ୍ରକାରର ପ୍ରଥା ମାନ ପ୍ରଚଳିତ ହୋଇଥାଏ। ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳ ସୂତ୍ରର ବ୍ୟବହାର କରାଯାଏ ନାହିଁ କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜିକାଲି ମଙ୍ଗଳ ସୂତ୍ରର ବ୍ୟବହାର ଦେଖାଯାଉଛି। ହିନ୍ଦୁ ଧର୍ମ ଶାସ୍ତ୍ରରେ ଲେଖା ଯାଇଛି କି ମଙ୍ଗଳ ସୂତ୍ର ସମସ୍ତେ ହିନ୍ଦୁ ଧର୍ମରେ ବ୍ୟବହାର କରିବା ଉଚିତ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟବସ୍ତୁ ଉପରେ

ପ୍ରଥମ କଥା। କୌଣସି ବି ବିବାହିତା ନାରୀ କାହାରି ମଙ୍ଗଳ ସୂତ୍ର ମାଗିକି ପିନ୍ଧିବା ବର୍ଜିତ ଅଟେ। କୌଣସି ବି ବିବାହିତା ନାରୀ ନିଜର ମଙ୍ଗଳ ସୂତ୍ର ଅନ୍ୟକୁ ନିଜ ଗଳାରୁ ଖୋଲିଦେବା ଅଶୁଭ ହୋଇଥାଏ। ସିଏ ଯେତେବି ନିଜର ହୁଅନ୍ତୁ ନାଁ କାହିଁକି। ଏମିତି କରିବା ଦ୍ୱାରା ସ୍ୱାମୀର ଆୟୁଷ କମ ହୋଇଥାଏ ଏବଂ ଭଲପାଇବାର ମଧ୍ୟ କମ ହୋଇଥାଏ। ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

ଦ୍ୱିତୀୟ କଥା। ଏକ ବିବାହିତା ମହିଳା ପାଇଁ ସଙ୍ଖା ସିନ୍ଦୁର ପାଉଁଜି ଏବଂ ଝୁଣ୍ଟିଆ ଇତ୍ୟାଦି ଯେତିକି ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଏହା ଠାରୁ ବହୁତ ଅଧିକ ମହତ୍ୱପୂର୍ଣ୍ଣ ମଧ୍ୟ ମଙ୍ଗଳ ସୂତ୍ର ହୋଇଥାଏ। ଏହା ସ୍ୱାମୀର ଅସ୍ତିତ୍ୱର ପରିଚୟ ଦେଇଥାଏ। ଏଣୁ ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ଶଧବା ମହିଳାମାନେ ମଙ୍ଗଳ ସୂତ୍ର ଗଳାରେ ଧାରଣ କରିବା ଅଧିକ ଜରୁରୀ ଅଟେ। ଏହା ମଧ୍ୟ କୁହାଯାଏ କି ମଙ୍ଗଳ ସୂତ୍ର ବିବାହିତ ଜୀବନକୁ ନଜର ଦୋଷରୁ ରକ୍ଷା କରିଥାଏ। ବା କାହାରିବି ଖରାପ ନଜର ଲାଗିବାକୁ ଦେଇନଥାଏ।

ତୃତୀୟ କଥା। ମଙ୍ଗଳ ସୂତ୍ରର ମାଳି ମାନ କାହିଁକି କଳା ରଙ୍ଗର ହୋଇଥାଏ। ବନ୍ଧୁଗଣ ସମସ୍ତ ମଙ୍ଗଳ ସୂତ୍ରର ନିର୍ମାଣ କଳା ମାଳି ଏବଂ ସୁନାର ସହିତ ହୋଇଥାଏ। କାରଣ କଳା ରଙ୍ଗ କାହାରିବି ଖରାପ ନଜର ଦୋଷରୁ ରକ୍ଷା କରିଥାଏ। ଏହି କାରଣରୁ ମଙ୍ଗଳ ସୂତ୍ରରେ କଳା ମାଳିର ଉପଯୋଗ କରାଯାଇଥାଏ। ଯେପରି କି ଦାମ୍ଫତ୍ୟ ଜୀବନରେ କାହାରିବି ଖରାପ ନଜର ନଲାଗେ।

ଚତୁର୍ଥ କଥା। ମଙ୍ଗଳ ସୂତ୍ର ଗଳାରୁ କାଢି଼ବା ବର୍ଜନୀୟ ଅଟେ। ବିବାହ ସମୟରେ ସ୍ୱାମୀ ଯେଉଁ ମଙ୍ଗଳ ସୂତ୍ର ପିନ୍ଧାଇ ଥାନ୍ତି ତାହାକୁ କୌଣସି ବି ପରିସ୍ଥିତିରେ ଖୋଲିବା ବର୍ଜନୀୟ ଅଟେ। ଏହାକୁ କେବଳ ସେତେବେଳେ ଖୋଲିବା ଆବଶ୍ୟକ ଯେତେବେଳେ କିଛି ଅଶୁଭ ଘଟଣା ଘଟିଥାଏ। ଯଦିକୌଣସି କାରଣରୁ ମଙ୍ଗଳ ସୂତ୍ର ଖୋଲିବାର ଆବଶ୍ୟକ ପଡିଥାଏ ତେବେ ତୁରନ୍ତ ଏକ କଳା ସୂତା ପିନ୍ଧିବା ଉଚିତ।

ପଞ୍ଚମ କଥା। ଯେଉଁ ସ୍ତ୍ରୀ ନିଜର ସ୍ୱାମୀଙ୍କ ନାମରେ ମଙ୍ଗଳ ସୂତ୍ର ପିନ୍ଧିଥାଏ ତାର ସ୍ୱାମୀଙ୍କ ଆୟୁଷ ବହୁତ ଲମ୍ବା ହୋଇଥାଏ। ସମ୍ପର୍କରେ ମଧୁରତା ଭରି ରହିଥାଏ। ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇଥାଏ।

ଷଷ୍ଠ କଥା। ମଙ୍ଗଳ ସୂତ୍ରରେ ସୁନାର ମହତ୍ୱ ରହିଛି। ମଙ୍ଗଳ ସୂତ୍ରରେ ସୁନା ରହିବା ଦ୍ୱାରା ବୃହସ୍ପତି ଗ୍ରହର କୁପ୍ରଭାବରୁ ରକ୍ଷା କରିଥାଏ ଏବଂ ବିବାହିତ କିବନରେ ସୁଖ ସମୃଦ୍ଧି ଏବଂ ବୁଦ୍ଧିର ବିକାଶ ହୋଇଥାଏ। ଏବଂ ସୁନାର ବ୍ୟବହାର ଯୋଗୁ ଶରୀରରେ ସକାରାତ୍ମକ ଉର୍ଜାର ଉତ୍ପତ୍ତି ମଧ୍ୟ ହୋଇଥାଏ।

ସପ୍ତମ କଥା। ମଙ୍ଗଳ ସୂତ୍ର ଛିଣ୍ଡି ଯିବା ବା ହଠାତ ଛିଡି ତଳେ ପଡିଯିବା ଏକ ଅଶୁଭ ସଂକେତ ଦେଇଥାଏ। କୁହାଯାଏ କି ଏହା କୌଣସି ଦୁର୍ଘଟଣାର ସଂକେତ ହୋଇଥାଏ ବା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ।

ଅଷ୍ଟମ କଥା। ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ମଙ୍ଗଳ ସୂତ୍ର ରୋଗର ପ୍ରତିରୋଧକର କାମ କରିଥାଏ। ଏହି ମଙ୍ଗଳ ସୂତ୍ର ଗଳାରେ ସୁନାର ବ୍ୟବହାର ହୃଦୟକୁ ମଧ୍ୟ ସୁନ୍ଦର ଏବଂ ସୁସ୍ଥ ରଖିଥାଏ। ଏବଂ ହୃତ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ନବମ କଥା। ଯେଉଁ ସ୍ତ୍ରୀ ସକାଳେ ଉଠିବା ମାତ୍ରେ ନିଜର ମଙ୍ଗଳ ସୂତ୍ରକୁ ମଥାରେ ଲଗାଇ ଚୁମ୍ବନ ଦେଇଥାଏ ତ ଏହା ଦ୍ବାରା ନିଜର ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ। ବା ରୋଜଗାରରେ ବା ଚାକିରୀ ବ୍ୟବସାୟରେ ଉନ୍ନତି ଦେଖାଦେଇଥାଏ। ଏହାର ବିପରୀତ ସ୍ୱାମୀର ଆୟୁଷ କ୍ଷୀଣ ହୋଇଥାଏ। ଏବଂ ରୋଜଗାରରେ ବା ଚାକିରୀ ବ୍ୟବସାୟରେ କ୍ଷତି ଘଟିଥାଏ। ତେଣୁ ନିଜର ମଙ୍ଗଳ ସୂତ୍ରକୁ କେବେବି କାହାରିକୁ ଦାନ କରନ୍ତୁ ନାହିଁ କିମ୍ବା ପିନ୍ଧିବାକୁ ଦିଅନ୍ତୁ ନାହିଁ କିମ୍ବା ନିଜର ଗଳାକୁ କେବେ ହେଲେ ଖାଲି ରଖନ୍ତୁ ନାହିଁ। ଏହିସବୁ କଥା ମାନି ଚଳିଲେ ଆପଣଙ୍କର ସ୍ୱାମୀଙ୍କର ଆୟୁଷ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *