Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀମାନେ ଏହି ୫ଟି ବଡ ମିଛ କଥାକୁ ସ୍ୱାମୀମାନଙ୍କ ଆଗରେ ଲୁଚାଇଥାନ୍ତି ! ଆପଣଙ୍କ ପତ୍ନୀ ଏପରି କରୁଛନ୍ତି କି ?

ସେୟାର୍ କରନ୍ତୁ

ବିବାହ କରିବା ସମୟରେ ପୁଅ ଏବଂ ଝିଅ, ପରସ୍ପରକୁ ସାତ ପ୍ରକାରର ପ୍ରତିଜ୍ଞା ଦେଇଥାନ୍ତି।ଏହି ପ୍ରତିଜ୍ଞା କରିବା ଦ୍ଵାରା ପରସ୍ପର ମଧ୍ୟରେ ସୁଖ ଓ ଦୁଃଖ ବାଣ୍ଟିବା ଠାରୁ ଆରମ୍ଭ କରି ସମସ୍ତ ଦାୟିତ୍ୱକୁ ଭଲ ଭାବରେ ତୁଲାଇବା ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଚାଲିବା ପାଇଁ ପରସ୍ପରକୁ ପ୍ରତିଜ୍ଞା କରିଥାନ୍ତି।ଏହି ପ୍ରତିଜ୍ଞା ମଧ୍ୟରେ ଗୋଟିଏ ଶବ୍ଦ ସର୍ବଦା ସତ୍ୟ କହିବା ଏବଂ ଜୀବନସାଥୀଙ୍କଠାରୁ କିଛି କଥା ଗୁପ୍ତ ରଖିବା ଉଚିତ ନୁହେଁ ବୋଲି ରହିଛି।

ଆଜିକାଲି ଅନେକ କାରଣ ଯୋଗୁଁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ମିଛ କୁହନ୍ତି ଏବଂ ଅନେକ କଥା ଲୁଚାଇ ଥାଆନ୍ତି। ଆଜି ଆମେ ଆପଣମାନଙ୍କୁ ସ୍ତ୍ରୀଲୋକମାନେ ଅଧିକାଂଶ ସମୟରେ ନିଜ ସ୍ବାମୀ ମାନଙ୍କୁ କେଉଁସବୁ ମିଛ କହିଥାନ୍ତି, ସେହି ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ଅଧିକାଂଶ ସମୟରେ ମହିଳାମାନେ ଜିନିଷପତ୍ର କିଣାକିଣି କରିବା ସମୟରେ କିଛି ଦାମୀ ଜିନିଷ କିଣିବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ସ୍ଵାମୀଙ୍କ ଭୟରେ ସେ ନିଜ ସ୍ୱାମୀଙ୍କୁ ଏହି ଦାମୀ ଜିନିଷର ପ୍ରକୃତ ମୂଲ୍ୟ କୁହନ୍ତି ନାହିଁ । ଦାମୀ ଜିନିଷ ଆଣିବା ଦ୍ଵାରା ତାଙ୍କ ସ୍ଵାମୀ ହୁଏତ ତାଙ୍କୁ ଗାଳି ଦେଇ ପାରନ୍ତି, ଏଥିପାଇଁ ସେ ଭୟ କରିଥାନ୍ତି। ଏହାସହିତ କିଛି ମହିଳାମାନେ ଅନ୍ୟମାନଙ୍କ ସାମ୍ନାରେ ନିଜ ସ୍ବାମୀଙ୍କର ଦରମା ବିଷୟରେ କୁହନ୍ତି ନାହିଁ।

ଯେବେ ସମସ୍ତ ପରିବାର ଲୋକେ ମିଶି ମଧ୍ୟାହ୍ନ ଭୋଜନ କରିଥାନ୍ତି, ସେହି ସମୟରେ ସ୍ତ୍ରୀଲୋକମାନେ ମିଛ କହିଥାନ୍ତି।ସେମାନେ ଯାହା ପସନ୍ଦ କରନ୍ତି, ତାହା ଅର୍ଡର କରନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ ପସନ୍ଦ ସହିତ ନିଜକୁ ଆଡଜଷ୍ଟ କରିଥାନ୍ତି। ସମସ୍ତଙ୍କୁ ଖାଦ୍ୟ ପରଷିବା ପରେ ଯାହା ବଳିଥାଏ, ତାହାକୁ ସ୍ତ୍ରୀଲୋକ ମାନେ ଖାଇ ଥାଆନ୍ତି, ନଚେତ ପେଟରେ ଭୋକ ନାହିଁ ବୋଲି ମିଛ କହିଥାନ୍ତି।

କୌଣସି ସ୍ତ୍ରୀଲୋକଙ୍କୁ ଯେବେ ତାଙ୍କ ସମ୍ପର୍କୀୟ କିଛି ଉପହାର ଦେଇଥାନ୍ତି, ସେମାନଙ୍କୁ ପସନ୍ଦ ନଥିଲେ ମଧ୍ୟ ସମ୍ପର୍କୀୟଙ୍କ ଭାବନାକୁ ଆଘାତ ନହେବା ପାଇଁ ତାଙ୍କୁ ଉପହାର ପସନ୍ଦ ହେଇଛି ବୋଲି ମିଛ କହିଥାନ୍ତି। ସ୍ତ୍ରୀଲୋକଙ୍କ ହୃଦୟ ଅତ୍ୟନ୍ତ ନିର୍ମଳ ଓ ସ୍ନେହୀ ହୋଇଥାଏ।

ସ୍ତ୍ରୀଲୋକମାନେ ଅନେକ ସମୟରେ ନିଜ ସ୍ୱାମୀଙ୍କ ବନ୍ଧୁମାନଙ୍କୁ ପସନ୍ଦ କରନ୍ତି ନାହିଁ ।କିନ୍ତୁ ଯେତେବେଳେ ମଧ୍ୟ ତାଙ୍କ ସ୍ଵାମୀଙ୍କର ବନ୍ଧୁମାନେ ଏକାଠି ହୋଇଥାନ୍ତି, ସେ ସେମାନଙ୍କୁ ଖରାପ ନକହି ଭଲ ରୋଷେଇ କରି ଖାଇବାକୁ ଦେଇଥାନ୍ତି ଏବଂ ଉତ୍ତମ ଅତିଥି ଚର୍ଚା ମଧ୍ୟ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *