Excuse Me Odisha

ଯାହା କହିବୁ ସତ କହିବୁ

ମାଆ ସୀତାଙ୍କର ଏହି ଗୁଣକୁ ସବୁ ମହିଳାମାନଙ୍କୁ ଶିଖିବା ଉଚିତ ! ଜାଣନ୍ତୁ କଣ କଣ ସେହି ସବୁ ଗୁଣ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଭଗବାନ ଶ୍ରୀରାମଚନ୍ଦ୍ର ଓ ଦେବୀ ସୀତାଙ୍କ ବିଷୟରେ ପୁରାଣ ଶାସ୍ତ୍ରରୁ ଭଲ ଭାବରେ ଜାଣିଛୁ।ଦେବୀ ସୀତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନ୍ୟତା ରହିଛି। ତାଙ୍କ ପାଖରେ ବହୁତ ଅପୂର୍ବ ଗୁଣ ରହିଥିଲା, ଯାହା ପ୍ରତ୍ୟେକ ମହିଳା ମାନଙ୍କୁ ଶିଖିବା ନିହାତି ଆବଶ୍ୟକ ଅଟେ।ତେବେ ଆଜି ଆମେ ଆପଣଙ୍କୁ ଦେବୀ ସୀତାଙ୍କର ସେହି ସମସ୍ତ ଗୁଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରତ୍ୟେକ ମହିଳା ମାନେ ନିଜ ଜୀବନରେ ପ୍ରୟୋଗ କରିବା ନିହାତି ଜରୁରୀ ଅଟେ।

ତ୍ୟାଗ –

ଦେବୀ ସୀତା ଜଣେ ବହୁତ ବଡ଼ ତ୍ୟାଗୀ ଥିଲେ।ସେ ଜଣେ ରାଣୀ ଏବଂ ମିଥିଳା ରାଜ୍ୟର ରାଜା ଜନକଙ୍କ କନ୍ୟା ହୋଇଥିଲେ ମଧ୍ୟ, ନିଜର ସ୍ଵାମୀଙ୍କ ସହିତ ସମସ୍ତ ପ୍ରକାରର ରାଜଭୋଗ ତ୍ୟାଗ କରି ବନବାସ ଯିବା ପାଇଁ ବାହାରି ପଡ଼ିଥିଲେ। ଏଥିପାଇଁ ଦେବୀ ସୀତାଙ୍କ ମନରେ କୌଣସି ପ୍ରକାରର ଗର୍ବ ଓ ଅହଙ୍କାର ନଥିଲା। ଦେବୀ ସୀତା ବହୁତ ସ୍ନେହୀ ଓ ଶାନ୍ତ ସ୍ୱଭାବର ନାରୀ ଥିଲେ। ଆଜିର ମହିଳା ମାନଙ୍କୁ ଦେବୀ ସୀତାଙ୍କର ଏହି ଗୁଣ ଶିକ୍ଷା କରିବା ଉଚିତ।

ସାହସୀ –

ଦେବୀ ସୀତାଙ୍କୁ ଯେବେ ଲଙ୍କାର ରାଜା ରାବଣ ହରଣ କରି ନେଇ ଯାଉଥିଲା, ସେହି ସମୟରେ ସେଠାରେ ସେ ଏକଲା ରହି ମଧ୍ୟ ଭୟଭୀତ ହୋଇ ନଥିଲେ।ତାଙ୍କୁ ଡରାଇବା ପାଇଁ ରାକ୍ଷସ ରାଜା ରାବଣ ଅନେକ ରାକ୍ଷସଙ୍କୁ ତାଙ୍କ ପାଖକୁ ପଠାଇ ଥିଲେ। କିନ୍ତୁ ଦେବୀ ସୀତା କଦାପି ଭୟଭୀତ ନହୋଇ ତାଙ୍କ ସ୍ଵାମୀ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ।ଏହାହିଁ ଦେବୀ ସୀତାଙ୍କର ସାହସିକତାର ପ୍ରମାଣ ଅଟେ।

ପତିବ୍ରତା –

ଦେବୀ ସୀତା ଜଣେ ପତିବ୍ରତା ନାରୀ ଥିଲେ।ସେ ନିଜର ପତି ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥିଲେ।ସେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ସମ୍ମାନ ରକ୍ଷା କରିବା ପାଇଁ ୧୪ ବର୍ଷ ବନବାସରୁ ଫେରିବା ପରେ ମଧ୍ୟ ପୁଣିଥରେ ବନବାସକୁ ଚାଲି ଯାଇଥିଲେ।ଏଥିରୁ ଜଣା ପଡୁଛି ଯେ ଦେବୀ ସୀତା ନିଜ ପତିଙ୍କ ପ୍ରତି କିପରି ସମର୍ପିତ ଥିଲେ, ଏହାହିଁ ପ୍ରମାଣିତ କରୁଛି।

ଆତ୍ମନିର୍ଭର –

ଦେବୀ ସୀତାଙ୍କ ମଧ୍ୟରେ ଆତ୍ମନିର୍ଭର ହେବା ଗୁଣ ଭରପୁର ରହିଥିଲା। ଆଜିକାଲିର ନାରୀ ମାନଙ୍କୁ ଦେବୀ ସୀତାଙ୍କ ପାଖରୁ ଏହି ଆତ୍ମନିର୍ଭରୀଳ ଗୁଣ ଶିକ୍ଷା କରିବା ଉଚିତ। ଦେବୀ ସୀତା, ନିଜର ଅସୁବିଧା ସମୟରେ କାହାକୁ ସାହାଯ୍ୟ ମାଗି ନଥିଲେ, ସେ ଏକଲା ଧର୍ଯ୍ୟର ସହିତ ନିଜର ଦୁଇ ପୁତ୍ରଙ୍କୁ ଶିକ୍ଷା ଦେଇଥିଲେ। ଦେବୀ ସୀତାଙ୍କର ଏହି ଗୁଣ ଆଜିର ସବୁ ମହିଳା ମାନଙ୍କୁ ଶିକ୍ଷା ନେବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *