Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ସ୍ଥାନରେ ଲଗାନ୍ତୁ ଶ୍ୱେତ ଅରଖ ଗଛ,ବର୍ଷା ହେବ ଖାଲି ଟଙ୍କା ପଇସା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧଳା ଅରଖ ଗଛ ଘରେ ଏଇଠି ରହିଲେ ବର୍ଷା ହୁଏ ଟଙ୍କା ପଇସା।

ବନ୍ଧୁଗଣ ପ୍ରକୃତି ତତ୍ତ୍ୱ ସମସ୍ତ ବୃକ୍ଷ ବା ଗଛ ଲତା ମନୁଷ୍ୟର କଲ୍ୟାଣ ପାଇଁ ହୋଇଥାଏ। ପରିବେଶ ସନ୍ତୁଳନ ରଖିବା ପାଇଁ ବୃକ୍ଷ ଲତାର ବିଶେଷ ମହତ୍ୱ ରହିଛି। ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ଆୟୁର୍ବେଦରେ ସମସ୍ତ ଗଛ ଲତାର ଉଲ୍ଲେଖ ରହିଛି। ଗଛର ଛାଲି ଚେର ଡାଳ ପତ୍ର ଫୁଲ ଫଳ ଇତ୍ୟାଦି ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ। ଗୃହ ବା ବାସ୍ତୁଦୋଷ ଦୂର କରିବା ପାଇଁ ମଧ୍ୟ ଅନେକ ବୃକ୍ଷର ମହତ୍ୱ ବର୍ଣ୍ଣନା କରାଯାଇଛି। ଏଥି ମଧ୍ୟରୁ ଶ୍ୱେତ ଅରଖ ଗଛ ମହତ୍ୱପୂର୍ଣ୍ଣ ଏବଂ ଉତ୍କୃଷ୍ଟ ହୋଇଥାଏ। ଆଜି ଆମେ ଜାଣିବା ଏହି ଶ୍ୱେତ ଅରଖ ଗଛ ବିଷୟରେ ବାସ୍ତୁଶାସ୍ତ୍ରରେ କଣ ସବୁ ବର୍ଣ୍ଣିତ ଅଛି।

ବନ୍ଧୁଗଣ ସାଧାରଣତଃ ଗଣେଶ ପୂଜା ଆସିଲେ ଆମେ ବିଶାଳ ବିଶାଳ ଗଣେଶଙ୍କର ମୂର୍ତ୍ତି ବନାଇ ପ୍ରାଣ ପ୍ରତିଷ୍ଠା କରି ଗଣେଶଙ୍କର ପୂଜା କରିଥାଉ ଏବଂ ଗୃହ ପ୍ରବେଶ ଦୁକାନ ଅଫିସ ଓ କାରଖାନା ଇତ୍ୟାଦି ଶୁଭାରମ୍ଭ କରିବା ପୂର୍ବରୁ ଗଣେଶଙ୍କର ମାଟି ପଥର ସୁନା ରୁପା ଏବଂ ଅଷ୍ଟ ଧାତୁର ମୂର୍ତି ମଧ୍ୟ ଆଣି ପୂଜା କରିଥାଉ। କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏମତି ଏକ ଦିବ୍ୟ ବୃକ୍ଷ ଅଛି ଯେଉଁ ବୃକ୍ଷରେ ସାକ୍ଷତ ଭଗବାନ ଗଣେଶ ବାସ କରିଥାନ୍ତି ସେହି ବୃକ୍ଷର ନାମ ହେଉଛି ଶ୍ୱେତ ଅରଖ ଗଛ ବା ଧଳା ଅରଖ ଗଛ।

ଏହି ଅରଖ ଗଛ ପ୍ରାୟ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ହେଉଛି ବାଇଗଣୀ ରଙ୍ଗର ଆଉ ଗୋଟେ ହେଉଛି ଧଳା ରଙ୍ଗର। ଏହି ଧଳା ରଙ୍ଗର ଅରଖ ଗଛରେ ଭଗବାନ ଶ୍ରୀ ଗଣେଶ ବାସ କରିଥାନ୍ତି। ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ ଭଗବାନ ଶ୍ରୀ ଗଣେଶଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ଏହି ଶ୍ୱେତ ଅରଖ ଗଛର ଫୁଲ ଶିବ ଏବଂ ଦେବୀ ଓ ଗଣେଶ ଏବଂ ସୂର୍ଯ୍ୟଦେବଙ୍କର ମଧ୍ୟ ପ୍ରିୟ ହୋଇଥାଏ। ବନ୍ଧୁଗଣ ଶାସ୍ତ୍ର ମତରେ ଏହି ଶ୍ୱେତ ଅରଖ ଗଛକୁ ଯଦି ମାଟିରେ ପୋତି ତାହା ମୂଳରେ ପାଣି ଓ କ୍ଷୀର ଢାଳି ୧୧ ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ ତେବେ ଏହି ଅରଖ ଗଛର ଚେରରେ ଠିକ ଶ୍ରୀ ଗଣେଶଙ୍କର ଆକୃତିର ରୂପ ନେଇଥାଏ। ଯାହାକୁ କି ଲୋକେ ତାଡି ଘରେ କିମ୍ବା ମନ୍ଦିରରେ ସ୍ଥାପନ କରି ପୂଜା କରିଥାନ୍ତି।

ଯେହେତୁ ଭଗବାନ ଶ୍ରୀ ଗଣେଶଙ୍କର ଅସ୍ତିତ୍ୱ ଏହି ଶ୍ୱେତ ଅରଖ ଗଛରେ ଥାଏ ଏଣୁ ଏହି ଗଛକୁ ଯଦି ଘର ଅଫିସ ଦୁକାନ ଓ କାରଖାନା ଇତ୍ୟାଦିରେ ଲଗାଇ ପୂଜା କଲେ ସମସ୍ତ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇଥାଏ। ମଣିଷକୁ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଭଗବାନ ଶ୍ରୀଗଣେଶ ହେଉଛନ୍ତି ବିଘ୍ନ ହର୍ତା। ତେଣୁ ଗୃହରେ ସମସ୍ତ ପ୍ରକାରର ବିଘ୍ନ ଦୂର ହୋଇଥାଏ। ଘରର ନକରାତ୍ମକ ବା ଦୁଷ୍ଟ ଶକ୍ତିକୁ ତୋଡି ଦେଇଥାଏ ଏବଂ ଗୃହରେ ସକାରାତ୍ମକ ବା ଶୁଭ ଶକ୍ତିର ଉର୍ଜା ଗୃହକୁ ପ୍ରବେଶ କରିଥାଏ। ସାଥିରେ ଘରକୁ ସିଦ୍ଧି ଓ ବୁଦ୍ଧି ମଧ୍ୟ ପ୍ରବେଶ କରିଥାନ୍ତି।

ଯାହା ଫଳରେ କି ସେହି ଗୃହର ମନୁଷ୍ୟକୁ ସମସ୍ତ ପ୍ରକାରର ସଫଳତା ଓ ବିଦ୍ୟା ବୁଦ୍ଧି ବା ଦିବ୍ୟ ଜ୍ଞାନ ପ୍ରାପ୍ତି ହୋଇଥାଏ ଏବଂ ଏହି ଶ୍ୱେତ ଅରଖ ଗଛକୁ ସ୍ଥାପନ କରିବା ଦ୍ୱାରା ଘରର ଅଫିସ ଦୁକାନ କାରଖାନାର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ଯାହା ଫଳରେ କି ଅସଫଳତା ଏବଂ ଧନର ଆଭାବ କେବେବି ଦେଖା ଦେଇନଥାଏ। ଯେଉଁ ପରିବାରର ମନୁଷ୍ୟ ଯାନ ବାହନ ଚଳାଉଥାନ୍ତି ଅବା ସୈନ୍ୟ ବିଭାଗରେ ଥାନ୍ତି ସେହି ପରିବାରର ଶ୍ୱେତ ଅରଖ ଗଛ ନିଶ୍ଚିତ ପୂଜା କରିବା ଉଚିତ କାରଣ ଏହା ଦ୍ବାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ ଏବଂ ବିଜୟୀ ମଧ୍ୟ କରିଥାଏ। ଏହା ସହିତ ଜଳ ଭୟ ଅଗ୍ନି ଭୟ ଶତ୍ରୁ ଭୟ ବିବାଦ ଭୟ ବିଷାଦ ବା ଦୁଃଖ ଭୟ ଅରଣ୍ୟ ଭୟ ବା ଜଙ୍ଗଲ ଭୟ ସ୍ମଶାନ ବା ମଶାଣି ଭୟ ଇତ୍ୟାଦି ଦେଖା ଦେଇନଥାଏ ଏବଂ ଏହି ଭୟ ଥିଲେ ମଧ୍ୟ ଦୂର ହୋଇଥାଏ।

ବନ୍ଧୁଗଣ ଯେଉଁ ଘରେ ଏହି ଶ୍ୱେତ ଅରଖ ଗଛ ପୂଜା ପାଏ ଯନ୍ତ୍ର ମନ୍ତ୍ର ତନ୍ତ୍ର ଶକ୍ତି ସେ ଘରେ ବା ଗୁଣି ଗାରେଡି କିଛିବି ବିଗାଡି ପାରି ନଥାଏ। ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ପିତା ପୁତ୍ର ମଧ୍ୟରେ ଝଗଡା ଭାଇ ଭାଇରେ ଲଢେଇ ଏସବୁ ସମସ୍ତ ସମସ୍ୟା ଦୂର ହୋଇଯାଏ। ବନ୍ଧୁଗଣ କୌଣସି ବାସ୍ତୁଦୋଷ ଜନିତ ଯଦି ଘର ତିଆରି ହୋଇ ପାରୁନଥାଏ ଅବା ଅଧାରୁ ରହିଯାଇଥାଏ ତେବେ ସେହି ଘରର ପାର୍ଶ୍ଵରେ ଶ୍ୱେତ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ସେହି ଘର ସମ୍ପୂର୍ଣ୍ଣ ହୋଇଯାଇଥାଏ। ଘରେ ଧନ ଏହିନଥିଲେ ଭଲ ସଞ୍ଚୟ ମଧ୍ୟ ହୋଇଥାଏ। ନୂତନ ରୋଜଗାର ମଧ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ପ୍ରକାରର ଦୁଃଖ ଦୁର୍ଦଶାରୁ ମୁକ୍ତି ମିଳିଥାଏ।

ଏହି ଶ୍ୱେତ ଅରଖ ଗଛକୁ ଘରର ମୁଖ୍ୟ ଦ୍ୱାର ବା ଚଉରା ମୂଳରେ ରଖିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଯଦି ଘରର ମୁଖ୍ୟ ଦ୍ୱାରରେ ରଖିବାର ସମର୍ଥ ନଥାଏ ତେବେ ଘରର ପୂର୍ବ ଦିଗ ବା ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଐଶ୍ଵଣ୍ୟ କୋଣ ଦିଗରେ ରଖିବା ଉଚିତ। ଏହାକୁ ମଧ୍ୟ ଆପଣଙ୍କ ଛାତ ଉପରେ ରଖି ପୂଜା କରି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *