ସକାଳୁ ଉଠି ଏହି ୫ଟି କାମ କଲେ,ରାତାରାତି ହେବେ କୋଟିପତି ! ଜାଣନ୍ତୁ କଣ କଣ କରିବାକୁ ପଡିବ ?
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ଏହି ୫ ଟି କଲେ ରାତାରାତି ହେବେ କୋଟିପତି।
ବନ୍ଧୁଗଣ ନିୟମିତ ଜୀବନଶୈଳୀ ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନ ଉପରେ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ଜୀବନକୁ ସଜାଡି ପାରିବା କିମ୍ବା ବିଗାଡି ପାରିବା। ତେବେ ଏମିତି ହିଁ କିଛି କାର୍ଯ୍ୟ ଶାସ୍ତ୍ରରେ ଲେଖାଯାଇଛି। ଯେଉଁ ବ୍ୟକ୍ତିମାନେ ସକାଳ ସମୟରେ ଏହି କାର୍ଯ୍ୟ ସବୁ କରିଥାନ୍ତି ତେବେ ସେହି ବ୍ୟକ୍ତି ମାନଙ୍କ ଜୀବନରେ ଶୁଭ ସଂଯୋଗ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଖୁସିର ଲହରୀ ମଧ୍ୟ ଆସିଥାଏ ଏବଂ ଜୀବନରୁ ସବୁ ସମସ୍ୟା ନିବାରଣ କରିବାରେ ସାହାର୍ଯ୍ୟ କରିଥାଏ।
ତେବେ ଆସନ୍ତୁ ଜାଣିନେବା ସେହି ଅଭ୍ୟାସ ଗୁଡିକ ବିଷୟରେ। ଯାହାକି ପ୍ରତିଦିନ ସକାଳୁ ଉଠି ଆପଣ ମାନେ ନିଶ୍ଚିତ ଭାବରେ କରିବା ଉଚିତ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହାକୁ ଉଚାରଣ କରିବା ଦ୍ୱାରା ବା ଦେଖିବା ଦ୍ୱାରା ଆମର ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ।
ପ୍ରଥମ କଥା। ଧର୍ମଶାସ୍ତ୍ର ଅନୁସାରେ ସକାଳେ ଓ ସନ୍ଧ୍ୟାରେ ସର୍ବପ୍ରଥମେ ୫ କନ୍ୟା ଅହଲ୍ୟା ଦ୍ରୌପଦୀ କୁନ୍ତୀ ତାରା ଓ ମନ୍ଦନ୍ଦରିଙ୍କର ନାମକୁ ଉଚାରଣ କରିବା ଉଚିତ। ତେବେ ଏହି ୫ ଜଣଙ୍କ ନାମ ନେବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜାତକରେ ଥିବା ମହାପାପ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ତେଣୁ ଆପମାନେ ପ୍ରତିଦିନ ସକାଳୁ ଉଠି ଏହି ୫ ଜଣ ନାରୀଙ୍କ ନାମ ନିଶ୍ଚିତ ଭାବରେ ନିଜ ମନରେ ଉଚାରଣ କରନ୍ତୁ।
ଦ୍ୱିତୀୟ କଥା। ଧର୍ମଶାସ୍ତ୍ର ଅନୁସାରେ ଯେମିତି ହିଁ ଆଖି ଖୋଲିବ ତେବେ ସର୍ବପ୍ରଥମେ ଦୁଇ ପାପୁଲିକୁ ଯୋଡି ଦେଖନ୍ତୁ ଏହା ପରେ କରାଗ୍ରେ ବସତି ଲକ୍ଷ୍ମୀ କରା ମଧ୍ୟ ସରସ୍ୱତୀ। କରମୂଳେ ତୁ ଗୋବିନ୍ଦମ ପ୍ରଭାତେ କର ଦର୍ଶନମ ଏହି ମନ୍ତ୍ରଟି ପଢ଼ନ୍ତୁ। ମାନ୍ୟତା ଅଛି ଯେ ଏହି ମନ୍ତ୍ରଟିକୁ ଉଚାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ଏବଂ ସମ୍ପୂର୍ଣ୍ଣ ଦିନଟି ଶୁଭ ହେବା ସହିତ ଆପଣଙ୍କର ସୌଭାଗ୍ୟ ବୃଦ୍ଧି ହୋଇଥାଏ।
ତୃତୀୟ କଥା। ଶାସ୍ତ୍ର ଅନୁଯାୟୀ ଯେତେବେଳେ ଆପଣ ସକାଳୁ ଉଠନ୍ତି ସେତେବେଳେ ଭୂମିରେ ପାଦ ରଖିବା ପୂର୍ବରୁ ସର୍ବପ୍ରଥମେ ମା ବସୁଧାଙ୍କୁ ସ୍ପର୍ଶ କରନ୍ତୁ ଏବଂ ପ୍ରଣାମ କରନ୍ତୁ। ବିଶ୍ୱାସ କରାଯାଏ ଯେ ଏମିତି କରିବା ଦ୍ୱାରା ମା ପୃଥିବୀ ବା ମା ବସୁଧାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହା ସହିତ ସୁଖ ଏବଂ ସମୃଦ୍ଧିର ବୃଦ୍ଧି ମଧ୍ୟ ହୋଇଥାଏ। ତେଣୁ ମନେ ରଖନ୍ତୁ ଆପଣ ପ୍ରଥମେ ଶୋଇବା ଶେଯରୁ ଉଠି ପ୍ରଥମେ ଭୂମିରେ ରଖିବା ପୂର୍ବରୁ ସର୍ବପ୍ରଥମେ ମା ବସୁଧାଙ୍କୁ ସ୍ପର୍ଶ କରନ୍ତୁ ଏବଂ ପ୍ରଣାମ କରନ୍ତୁ ତା ପରେ ନିଜର ପାଦକୁ ଭୂମିରେ ରଖନ୍ତୁ ଯାହା ଦ୍ୱାରା ସୁଖ ଏବଂ ସମୃଦ୍ଧିର ବୃଦ୍ଧି ହୋଇଥାଏ।
ଚତୁର୍ଥ କଥା। ଧର୍ମଶାସ୍ତ୍ର ଅନୁସାରେ ସକାଳୁ ଉଠି ସର୍ବପ୍ରଥମେ ଦର୍ପଣ ଦେଖନ୍ତୁ ନାହିଁ। ମାନ୍ୟତା ଅଛି ଯେ ଏମିତି କରିବା ଦ୍ୱାରା ଦିନସାରା ନକରାତ୍ମକ ଶକ୍ତି ନିଜ ଉପରେ ପଡିଥାଏ। ତେଣୁ ପ୍ରଥମେ ସକାଳୁ ଉଠି ନିଜ ଚେହେରାକୁ ଧୋଇ ସାରିବା ପରେ ନିଜର ଇଷ୍ଟଦେବତାଙ୍କୁ ଦର୍ଶନ କରନ୍ତୁ ବା ସ୍ମରଣ କରନ୍ତୁ ତାପରେ ଯାଇ ଦର୍ପଣରେ ମୁହଁ ଦେଖନ୍ତୁ। ତେଣୁ ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେ ସକାଳୁ ଉଠି ସର୍ବପ୍ରଥମେ ଦର୍ପଣ ଦେଖନ୍ତୁ ନାହିଁ। ଏହା ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଏବଂ ଆପଣଙ୍କର ଶକ୍ତି କମଜୋର ହେବାକୁ ଲାଗିଥାଏ।
ପଞ୍ଚମ କଥା। ଧର୍ମଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏହା ପରେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ କିଛି ରୁଟି ଖଣ୍ଡ ଖଣ୍ଡ କରି ପକାଇ ତାକୁ ଛାତ ଉପରେ ରଖିଦିଅନ୍ତୁ ଯାହା ଦ୍ୱାରା କାଉ ଓ ଅନ୍ୟାନ୍ୟ ପକ୍ଷୀ ତାକୁ ଖାଇ ପାରିବେ। ମାନ୍ୟତା ଅଛି ଯେ ଏମିତି କଲେ ଗ୍ରହ ନକ୍ଷତ୍ର ମାନଙ୍କରେ ଥିବା ସମସ୍ତ ଦୋଷ ନିବାରଣ ହୋଇଥାଏ। ଶତ୍ରୁର ଭୟ ମଧ୍ୟ ରହିନଥାଏ।