Excuse Me Odisha

ଯାହା କହିବୁ ସତ କହିବୁ

ନାମର ପ୍ରଥମ ଅକ୍ଷର S ଥିଲେ,ଜାଣନ୍ତୁ ତାଙ୍କର ଭବିଷ୍ୟତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନାମର ପ୍ରଥମ ଅକ୍ଷର S ଥିଲେ ଜାଣନ୍ତୁ ତାଙ୍କର ଭବିଷ୍ୟତ।

ବନ୍ଧୁଗଣ ଇଂରାଜୀର ୧୯ ନମ୍ବର ଲେଟର ଅଟେ S। ପାଠ ସହିତ ବ୍ୟବହାରିକ ଜ୍ଞାନ ବି ଏମାନଙ୍କର ବହୁତ ରହିଥାଏ। ଏହି ନାମର ଲୋକେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ କଥା କହିବାରେ ଏତେ ଧନୀ ହୋଇଥାନ୍ତି କି ସମୁଖରେ ଥିବା ବ୍ୟକ୍ତି ଏମାନଙ୍କ ଆଡ଼କୁ ନିଶ୍ଚିତ ଭାବରେ ଆକର୍ଷିତ ହୋଇଯାଇଥାନ୍ତି। ଯେଉଁ ଠାରୁ ଯାହାବି କିଛି ନୂଆ ଶିଖିବାକୁ ମିଳେ ସେମାନେ ତାକୁ ତୁରନ୍ତ ଜାଣିବାକୁ ଆଗ୍ରହ ଦେଖାଇଥାନ୍ତି। ଏଥିପାଇଁ ଏହି S ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିମାନେ ପ୍ରତିଭାଶାଳୀହୋଇଥାନ୍ତି।

ଏବେ ଆସନ୍ତୁ ଜାଣିବା S ଅକ୍ଷରରୁ ଆରମ୍ଭ ହେଉଥିବା ଗୁଣ ବିଷୟରେ। ଏମାନେ ଭିତରୁ ସଫା ମାନେ ଏମାନେ ହୃଦୟରୁ ସଫା ହୋଇଥାନ୍ତି। କିନ୍ତୁ ତାଙ୍କର କ୍ରୋ-ଧ ହିଁ ଲୋକମାନଙ୍କ ନଜରରେ ଖରାପ ହେବାର ନଜର ଆଣିଥାଏ। ସତ୍ୟ ଓ ନିଜର ସିଂଦ୍ଧାନ୍ତ ପାଇଁ ଏମାନେ କାହା ସହିତ ବି ଲଢ଼ିବା ପାଇଁ ପ୍ରସ୍ତୁତ ଥାନ୍ତି। ଏମାନଙ୍କୁ ଶ୍ରେଷ୍ଠ ଏବଂ ସମ୍ମାନୀତ ହେବାର ଇଛା ବହୁତ ରହିଥାଏ। ସୋସିଆଲ ଲାଇଫରେ ଏମାନଙ୍କର ହସ ହସ ମୁହଁ ସହଜରେ ଅନ୍ୟମାନଙ୍କ ସହିତ ମିଶି ଯାଉଥିବା ଲୋକଙ୍କ ଭିତରୁ ଜଣେ ହୋଇଥାନ୍ତି। ପାର୍ଟି ଏବଂ ଉତ୍ସ୍ୟବରେ ଏମାନେ ଧୂମଧାମରେ ମଜା ଉଠାଇଥାନ୍ତି। ଏହି ନାମ ଥିବା ଲୋକମାନେ ବହୁତ ରଚନାତ୍ମକ ହୋଇଥାନ୍ତି। କୌଣସି ବି କାମକୁ ଅଲଗା ଶୈଳୀରେ କରିବାକୁ ଏମାନେ ପସନ୍ଦ କରିଥାନ୍ତି।

ଏମାନଙ୍କୁ ଭିଡ଼ ଭିତରେ ଚାଲିବା ଜମା ବି ପସନ୍ଦ ହୋଇନଥାଏ। ନିଜର ବୁଦ୍ଧି ବଳରେ ବଡ଼ ସମସ୍ୟାକୁ ସହଜରେ ସମାଧାନ କରି ଦେଇଥାନ୍ତି। ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି। କିନ୍ତୁ ବେଳେବେଳେ ଏମାନଙ୍କ ସ୍ପଷ୍ଟବାଦୀଦା ଯୋଗୁ ଲୋକମାନେ ଏମାନଙ୍କୁ ଖରାପ ଭାବିଥାନ୍ତି। ଭଲ ପାଇବା ବିଷୟରେ ଏମାନେ ପ୍ରାୟତଃ ଲାଜକୁଳ ସ୍ୱାଭାବର ହୋଇଥାନ୍ତି। ଏମାନେ ସର୍ବଦା ଚିନ୍ତା ଏବଂ ବି-ଚାର କରିଥାନ୍ତି। ଯଦି ଏମାନେ କାହାକୁ ଭଲ ପାଆନ୍ତି ତ ସମୁଖରେ ଆଗୁଆ କହି ପାରନ୍ତି ନାହିଁ କିନ୍ତୁ ଯଦି ସେ ଦେଖନ୍ତି ଯେ ନକହି ପାରିବା ଯୋଗୁ ତାଙ୍କର ସାଥି ତାଙ୍କ ଠାରୁ ଦୂରେଇ ଯାଉଛି ତ ଶେଷ ସମୟରେ ସେମାନେ ତାଙ୍କ ସାଥୀଙ୍କୁ ମନର କଥା କହି ଦେଇଥାନ୍ତି। ବ୍ୟବହାରିକ କ୍ଷେତ୍ରରେ ଏମାନେ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି। ବିଶେଷ କରି ଏହି ନାମ ଥିବା ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି।

ବିବାହ ପରେ ଏହି ଅକ୍ଷର ଥିବା ମହିଳା ମାନଙ୍କୁ ବହୁତ ବଡ଼ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ଏହାର ବିପରୀତ S ନାମ ଧାରୀ ପୁରୁଷଙ୍କର ବିବାହ ପରେ ସାଂସାରିକ ଜୀବନ ବହୁତ ସୁଖମୟ ହୋଇଥାଏ। ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ଅଧିକ ରହିଥାଏ। ଯାହାଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ ପରିଶ୍ରମ ବଳରେ ସମାଜରେ ଧନ ସମ୍ପତ୍ତି ମାନ ପ୍ରତିଷ୍ଠା ସବୁକିଛି ପ୍ରାପ୍ତ କରିଥାନ୍ତି। ଏମାନଙ୍କ ଜୀବନରେ ବେଳେବେଳେ ଏପରି ପରିସ୍ଥିତି ଆସିଥାଏ ଯେଉଁମାନେ କୌଣସି ନିର୍ଦିଷ୍ଟ ନିର୍ଣ୍ଣୟ ନେଇପାରିନଥାନ୍ତି। ଏପରି ସ୍ଥିତିରେ ଏମାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ। ବେଳେ କିଛି ଭଲ କରିବାକୁ ଯାଇ ଭୁଲ ନିଷ୍ପତ୍ତି ନେଇଯାଇଥାନ୍ତି। ମିତ୍ର ମାନଙ୍କ ପ୍ରତି ଏହି ଅକ୍ଷରର ନାମ ଥିବା ବ୍ୟକ୍ତି ବିଶ୍ୱାସର ପାତ୍ର ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *