Excuse Me Odisha

ଯାହା କହିବୁ ସତ କହିବୁ

ଏହି ସାତୋଟି କାରଣରୁ ଘରକୁ ଦାରିଦ୍ର୍ୟତା ଆସିଥାଏ,ଆପଣଙ୍କ ଘରେ ଏଭଳି ହେଉନାହିଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ ଦାରିଦ୍ର୍ୟତା ବୃଦ୍ଧି ହେଲେ, ଅନେକ ସଂକେତ ମିଳିଥାଏ।ଦାରିଦ୍ର୍ୟତା ବୃଦ୍ଧି ପାଇବାର କେଉଁ ସବୁ ଲକ୍ଷଣ ଗୁଡ଼ିକ ପରିଲକ୍ଷିତ ହୋଇଥାଏ, ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।

୧/ ଯଦି ଆପଣଙ୍କ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇବାର ସମ୍ଭାବନା ରହିଛି, ତାହେଲେ ବୁଝି ନିଅନ୍ତୁ ଯେ ଏହାର ପ୍ରଭାବ ପ୍ରଥମେ ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ଉପରେ ପଡ଼ିବ।ଘରେ ଅଭାବ ଅନଟନ ଲାଗି ରହିଲେ, ତୁଳସୀ ଗଛ ସଂପୂର୍ଣ୍ଣ ଭାବରେ ଶୁଖିଯାଏ। ତୁଳସୀ ଗଛ ଶୁଖି ଯିବା ଫଳରେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି ଏବଂ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

୨/ ଯଦି ଆପଣଙ୍କ ଘରେ ଖାଦ୍ୟପଦାର୍ଥରେ ଜନ୍ଦା ବା ପିମ୍ପୁଡ଼ି ଲାଗୁଛନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଏହା ଦାରିଦ୍ର୍ୟତା ବୃଦ୍ଧି ହେବାର ସଂକେତ ଅଟେ। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ସବୁ ଖାଦ୍ୟପଦାର୍ଥକୁ ସର୍ବଦା ଘୋଡେ଼ଇ ରଖନ୍ତୁ।

୩/ ଯଦି ଆପଣଙ୍କ ଘରେ ବା ବଗିଚାରେ ଲାଗିଥିବା ଗଛପତ୍ର ଶୁଖି ଯାଇଥାଏ, ତାହେଲେ ଆପଣ ଏହାକୁ ତୁରନ୍ତ କାଟି ସଫା କରି ଦିଅନ୍ତୁ।ଏଭଳି କରିବାର କାରଣ ହେଉଛି, ସର୍ବଦା ସବୁଜ ପରିବେଶ ହିଁ ସକାରାତ୍ମକ ହୋଇଥାଏ। ଘରର ବାଡ଼ିବଗିଚାରେ ସବୁଜମୟ ପରିବେଶ ରହିଲେ, ଘରର ବାତାବରଣ ମଧ୍ୟ ସୁସ୍ଥ ରହେ ଏବଂ ପରିବାର ଲୋକେ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିଥାନ୍ତି। ଯଦି ଏପରି ହୁଏ ତେବେ ବୁଦ୍ଧଗ୍ରହ ଖରାପ ହୋଇଥାଏ । ଗଛରେ ପ୍ରତ୍ୟେକଦିନ ପାଣି ଦିଅନ୍ତୁ ଏବଂ ଏହାକୁ ଆଦୌ ଶୁଖିବାକୁ ଦିଅନ୍ତୁ ନାହିଁ।

୪/ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ। କାରଣ ଏହା ଆମ ଘରୁ ଅଳିଆ ସଫା କରିବା ସହିତ ଦାରିଦ୍ର୍ୟତାକୁ ମଧ୍ୟ ଦୂର କରିଥାଏ। ଏହାଦ୍ବାରା ଘରେ ସୁଖସମୃଦ୍ଧି ଓ ଧନସମ୍ପତ୍ତି ବୃଦ୍ଧି ପାଇଥାଏ। ଘରର ଝାଡ଼ୁରେ ପାଦ ବାଜିଗଲେ, ଏହାକୁ ମୁଣ୍ଡିଆ ମାରିବା ଉଚିତ। ନଚେତ ଦେବୀ ଲକ୍ଷ୍ମୀଙ୍କର ଅନାଦର ହୋଇଥାଏ ବୋଲି ମାନା ଯାଇଥାଏ। ଘରର ଛୋଟ ସଦସ୍ୟ ଯଦି ଘର ଝାଡୁ କରନ୍ତି, ତାହେଲେ ଆପଣଙ୍କ ଘରକୁ କୌଣସି ଅତିଥିଙ୍କ ଆଗମନ ହେବାର ସୂଚନା ମିଳିଥାଏ।ସୂର୍ଯ୍ୟାସ୍ତ ପରେ ଘର ଝାଡୁ କରିବା ଉଚିତ ନୁହେଁ।

୫/ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ତେଣୁ ଝାଡୁକୁ କେବେବି ଓଲଟା କରି ରଖନ୍ତୁ ନାହିଁ, ଏହା ଅଶୁଭ ମାନାଯାଇଥାଏ।ଏହାସହିତ ଝାଡୁ ଓଲଟା ରଖିଲେ, ଘରେ ସର୍ବଦା ବିବାଦ ଉତ୍ପନ୍ନ ହୋଇଥାଏ ଏବଂ ଦାରିଦ୍ର୍ୟତା ବୃଦ୍ଧି ପାଏ। ଝାଡୁକୁ ସର୍ବଦା ଶୁଆଇ ରଖିବା ଉଚିତ।ଏହାଦ୍ବାରା ଘରେ ସୁଖଶାନ୍ତି ବିରାଜମାନ ହୋଇଥାଏ।

୬/ କହିବାକୁ ଗଲେ କ୍ଷୀର ଉତୁରି ପଡିବା ଶୁଭ ଲକ୍ଷଣ ବୋଲି ମାନା ଯାଇଥାଏ। କିନ୍ତୁ ଯଦି ପ୍ରତ୍ୟେକଦିନ ଆପଣଙ୍କ ଘରେ କ୍ଷୀର ଉତୁରି ପଡେ, ତାହେଲେ ଏହା ଏକ ଅଶୁଭ ଲକ୍ଷଣ ଅଟେ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୭/ ଯଦି ଆପଣ ଘରକୁ ଫେରିବା ସମୟରେ ଘରର କବାଟ ଖୋଲିବା ମାତ୍ରେ ଯଦି ଆପଣ ଏକ ଝିଟିପିଟିକୁ ହଠାତ ଦେଖି ନିଅନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ସଂକେତ ଦେଇଥାଏ।ଏହା ଦାରିଦ୍ର୍ୟତା ବୃଦ୍ଧି ହେବାର ଲକ୍ଷଣ ଅଟେ। ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଡ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *