Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ୧୯,ଶୁକ୍ରବାର : କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଗୋଟିଏ ଜିନିଷ ପର୍ସରେ ରଖନ୍ତୁ,ହେବ ଧନର ବର୍ଷା

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାର ଏହି ୯ ଟି ଜିନିଷରୁ ଗୋଟେ ପର୍ସରେ ରଖିଦିଅନ୍ତୁ ଧନର ବର୍ଷା ହେବ।

ବନ୍ଧୁଗଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାର ଏହି ୯ ଟି ଜିନିଷ ମଧ୍ୟରୁ ଗୋଟେ ପର୍ସରେ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ଧନର ଅଭାବ ରହିବ ନାହିଁ ସବୁବେଳେ ଧନ ଭରି ହୋଇ ରହିଥିବ। ଯଦି ଆପଣ ଏହି କାମଟି ପୂର୍ଣ୍ଣିମା ଦିନ କରିବେ ତ ଏହାର ପ୍ରଭାବ ବେଶ ଅଧିକ ରହିବ। ଅର୍ଥାତ ୧୯ ନଭେମ୍ବର ଶୁକ୍ରବାର ଦିନ ପଡ଼ିବାକୁ ଯାଉଛି କାର୍ତ୍ତିକ ପୂର୍ଣ୍ଣମା ତା ସହିତ ଚନ୍ଦ୍ରଗ୍ରହଣ ମଧ୍ୟ ଲାଗିବାକୁ ଯାଉଛି ଯାହା ଫଳରେ ବଡ଼ ମହାସଂଯୋଗ ହେବାକୁ ଯାଉଛି ତେବେ ଏହି ପୂର୍ଣ୍ଣିମା ଦିନ ଏହି ୯ ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ପର୍ସରେ ରଖିଦିଅନ୍ତୁ ଦେଖିବେ ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ। ଏବଂ ଏହି ଉପାୟକୁ ଆପଣ ଯେକୌଣସି ଶୁକ୍ରବାର ଦିନ ମଧ୍ୟ କରିପାରିବେ। ସମସ୍ତେ ଚାହାନ୍ତି ତାଙ୍କ ନିଜ ଭିତରେ ଏତେ ପଇସା ରହୁ ଯେ ସେ ସମସ୍ତ ଇଛା ପୂରଣ କରିପାରିବେ। ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଧନକୁ ପାଇବା ପାଇଁ ଠିକ ବାଟ ବାଛନ୍ତି ତ ଆଉ କିଛି ଲୋକ ଛଳ କପଟ କରି ଅନ୍ୟାୟ କରି ଅଧିକ ପଇସା କମେଇବାକୁ ଚାହିଁଥାନ୍ତି। ଆଉ କିଛି ଲୋକ ଅଛନ୍ତି ତାଙ୍କ ପାଖକୁ ପଇସା ତ ଆସେ କିନ୍ତୁ ବେସି ଦିନ ରହେ ନାହିଁ। ସକାଳେ ପର୍ସ ଭରି ହୋଇରହିଥିବ କିନ୍ତୁ ସନ୍ଧ୍ୟାରେ ପର୍ସରେ କେତଟା କଏନ ପଡିଥିବ ତେବେ କିଛି ଲୋକ କୁହନ୍ତି ତାଙ୍କ ପାଖକୁ ପଇସା ତ ଆସିଥାଏ କିନ୍ତୁ ବେସି ସମୟ ପର୍ଯ୍ୟନ୍ତ ରହେନାହିଁ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁଶାସ୍ତ୍ରରେ ଏକ ଉପାୟ ବିଷୟରେ। ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ପଇସା ସବୁବେଳେ ରହିବ ଏବଂ ଆପଣଙ୍କ ପର୍ସ କେବେବି ଖାଲି ହେବନାହିଁ। ତେବେ ଆସନ୍ତୁ ସେହି ଜିନିଷ ଗୁଡିକ କଣ କଣ।

ପ୍ରଥମ ଉପାୟ। ଧନର ଦେବୀ ମା ଲକ୍ଷ୍ମୀ ସମସ୍ତ ସମସ୍ୟାର ସମାଧାନ କରି ଦେଇଥାନ୍ତି। ମା ଲକ୍ଷ୍ମୀଙ୍କର ଫୋଟ ଯଦି ଆପଣଙ୍କ ପର୍ସରେ ରଖନ୍ତି ତ ଆପଣଙ୍କୁ କେବେବି ପଇସାର ଅଭାବ ହେବନାହିଁ କିନ୍ତୁ ଆପଣ ମାନେ ମନେରଖିବେ ମା ଲକ୍ଷ୍ମୀଙ୍କର ଫୋଟ ପର୍ସରେ ଏମତି ରଖିବା ଉଚିତ ଯେଉଁଥିରେ ମା ଲକ୍ଷ୍ମୀ ମୁଦ୍ରା ଉପରେ ବସିଥିବେ। ଯେପରିକି କୌଣସି ରୂପାରେ ମାଙ୍କର ଚିତ୍ର ଅଙ୍କା ହୋଇଥିବ ସେହିପରି ମୁଦ୍ରକୁ ପର୍ସରେ ରଖନ୍ତୁ କିନ୍ତୁ କୌଣସି ଫୋଟ ରଖିବେ ନାହିଁ। ଏମିତି କଲେ ଆପଣଙ୍କ ପର୍ସରେ କେବେବି ଧନର କମି ହେବନାହିଁ। ଆପଣଙ୍କ ପର୍ସ ଭରି ହୋଇରହିଥିବ।

ଦ୍ୱିତୀୟ ଉପାୟ। ଅସ୍ତ ଗଛର ପତ୍ର। ଏହି ଗଛର ପତ୍ରକୁ ଏବଂ ତୁଳସୀ ପତ୍ରକୁ ଆମ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଶାସ୍ତ୍ର ଅନୁସାରେ ଏହି ପତ୍ରର ବହୁତ ମହତ୍ୱ ମଧ୍ୟ ରହିଛି। ଅସ୍ତ ଗଛ ଏବଂ ତୁଳସୀ ଗଛକୁ ନେଇ ବହୁତ କିଛି ଉପାୟ କରିହେବ ଯେଉଁଥିରେ ଧନର ସମସ୍ୟା ଦୂର ହୋଇଯିବ। ଏହି ଅସ୍ତ ଗଛର ପତ୍ରକୁ ପର୍ସରେ ରଖିବେ ତ ଆପଣଙ୍କ ପର୍ସ କେବେବି ଖାଲି ରହିବ ନାହିଁ। ସବୁବେଳେ ଆପଣଙ୍କ ପର୍ସ ଭରି ହୋଇ ରହିଥିବ। ଏମିତି କରିବା ଦ୍ୱାରା ଅଧିକ ଲାଭ ମଧ୍ୟ ହୋଇଥାଏ। ଅସ୍ତ ଗଛର ପତ୍ରକୁ ଆପଣଙ୍କ ପୂଜା ଘରେ ପୂଜା କରି ବିଧି ବିଧାନ ସହ ଠିକ ସମୟ ଦେଖି ଆପଣଙ୍କ ପର୍ସରେ ଏହି ପତ୍ରକୁ ରଖିଦିଅନ୍ତୁ। ଏବଂ ମନେ ରଖିବେ ଯେତେବେଳେ ପତ୍ରଟିକୁ ଆଣିବେ ସେହି ପତ୍ରଟି ଯେପରି ଭଲ ଥିବ କୌଣସି ଦାଗ ହୋଇନଥିବ। ଏମିତି କଲେ ଆପଣଙ୍କ ପର୍ସ ସବୁବେଳେ ଭରି ହୋଇରହିଥିବ।

ତୃତୀୟ ଉପାୟ। ନାଲି ରଙ୍ଗର କୌଣସି କାଗଜ। ଏହି ନାଲି କାଗଜରେ ଆପଣଙ୍କ ମନରେ ଥିବା ଯେକୌଣସି ଇଛାକୁ ଲେଖି କରି ଗୋଟେ ସୂତାରେ ବାନ୍ଧିଦେବେ ଏବଂ ଏହାକୁ ଆପଣଙ୍କ ପୂଜା ଘରେ ରଖି ବିଧି ବିଧାରରେ ପୂଜା କରିନେବେ ଏହାକୁ କରିବା ପରେ ଆପଣଙ୍କ ପର୍ସରେ ଭଲ ସମୟ ଦେଖି ରଖିଦେବେ। ଦେଖିବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂରଣ ହୋଇଯିବ।

ଚତୁର୍ଥ ଉପାୟ। ଚାଉଳ। ଶାସ୍ତ୍ର ଅନୁସାରେ ଚାଉଳ ଏବଂ ପଇସାକୁ ଗୋଟେ ପ୍ରକାରର କୁହାଯାଏ। ସେଥିପାଇଁ ଚାଉଳକୁ ପର୍ସରେ ରଖିବାର ମହତ୍ୱ ମଧ୍ୟ ରହିଛି। ଯଦି ନିଜ ପର୍ସରେ କିଛି ଚାଉଳ ରଖିବେ ତ ଅନାବଶ୍ୟକ ଖର୍ଚ୍ଚରୁ ଆପଣଙ୍କୁ ବଞ୍ଚାଇଥାଏ। ଏହି ଚାଉଳ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ସେଥିପାଇଁ ଆପଣ ନିଜ ପୂଜା ଘରେ ମା ଲକ୍ଷ୍ମୀଙ୍କ ସାମ୍ନାରେ ପୂଜା କରି ଏହି ଚାଉଳକୁ ପର୍ସରେ ନିଶ୍ଚିତ ଭାବରେ ରଖନ୍ତୁ। ଦେଖିବେ ଏମିତି କଲେ ଆପଣଙ୍କର ଅଯଥା ଖର୍ଚ୍ଚ କେବେବି ହେବନାହିଁ। ଆପଣଙ୍କ ପର୍ସରେ ଟଙ୍କା ଭରି ହୋଇରହିବ।

ପଞ୍ଚମ କଥା। ଶାସ୍ତ୍ରରେ କୁହାଯାଇଛି ଯେ ନିଜ ପର୍ସରେ କାଚର ଏକ ଖଣ୍ଡ ରଖିଲେ କିମ୍ବା ଛୋଟ ଛୁରୀ ଟିଏ ରଖିଲେ ଏହା ଆପଣଙ୍କର ବହୁତ ଧନ ବୃଦ୍ଧି କରିଥାଏ। ଏହା ବ୍ୟତୀତ ପର୍ସରେ କଉଡ଼ି ମଧ୍ୟ ରଖିବା ବହୁତ ଶୁଭ ହୋଇଥାଏ। ଏବଂ ଗୋମତି ଚକ୍ର ମଧ୍ୟ ଆପଣ ପୂଜା କରି ବିଧି ବିଧାନର ସହିତ ଭଲ ସମୟ ଦେଖି ନିଜ ପର୍ସରେ ରଖିଲେ ଆପଣଙ୍କ ପର୍ସ କେବେବି ଖାଲି ହେବ ନାହିଁ ସବୁବେଳେ ପର୍ସ ଭରି ହୋଇରହିବ।

ଷଷ୍ଠ ଉପାୟ। ଯଦି ଆପଣଙ୍କ ପାଖରେ ରୁପାର କଏନ ଅଛି ଏହାକୁ ବି ଆପଣ ନିଜ ପର୍ସରେ ରଖିଲେ ଧନ ବୃଦ୍ଧି ହୋଇଥାଏ। କାରଣ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନର ବର୍ଷା କରିଥାନ୍ତି। କିନ୍ତୁ ଧ୍ୟାନ ରଖିବେ ଯେ ସୁନା କିମ୍ୱା ରୁପାର କଏନ ପର୍ସରେ ରଖିବା ପୂର୍ବରୁ କଏନକୁ କୌଣସି ମନ୍ଦିର କିମ୍ବା ମା ଲକ୍ଷ୍ମୀଙ୍କ ଚରଣରେ ପୂଜା କରି ପର୍ସରେ ରଖିବେ। ଏହା କରିବା ଦ୍ୱାରା ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସପ୍ତମ ଉପାୟ। ଯଦି ଆପଣ ରୁଦ୍ରାକ୍ଷ୍ୟ ପର୍ସରେ ରଖିଦିଅନ୍ତି ତ ଏହା ଦାରିଦ୍ର୍ୟତାକୁ ଦୂର କରିଥାଏ ଏବଂ ଧନ ବୃଦ୍ଧିର ସାହାର୍ଯ୍ୟ ମଧ୍ୟ କରିଥାଏ। ରୁଦ୍ରାକ୍ଷ୍ୟକୁ ପର୍ସରେ ରଖିବା ପୂର୍ବରୁ ଏହାକୁ ପୂଜା କରି ବିଧି ବିଧାନର ସହିତ ଭଲ ସମୟ ଦେଖି ନିଜ ପର୍ସରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସମସ୍ୟା ଦେଖାଦେବ ନାହିଁ। ଆପଣଙ୍କ ପର୍ସରେ ସବୁବେଳେ ଟଙ୍କା ଭରି ହୋଇରହିବ।

ଅଷ୍ଟମ ଉପାୟ। ଆପଣମାନେ କେତେବେଳେ ତ ନିଜ ବାପା ମା ଏବଂ ଗୁରୁଜନଙ୍କ ଠାରୁ ଟଙ୍କା କେତେବେଳେ ପାଇଥିବେ। ଯେତେବେଳେ ମା ବାପା ଗୁରୁଜନ ଖୁସିରେ ଆଶୀର୍ବାଦ କରି ଯେଉଁ ଟଙ୍କା ଦେଉଛନ୍ତି ସେହି ଟଙ୍କାକୁ ଖର୍ଚ୍ଚ କରନ୍ତୁ ନାହିଁ ଏବଂ ସେହି ଟଙ୍କାକୁ ହଳଦୀର ଟୀକା କିମ୍ବା କେଶରର ଟୀକା ଲଗେଇକି ସବୁବେଳେ ନିଜ ପର୍ସରେ ରଖିବେ। ଏମିତି କରିବା ଦ୍ୱାରା ଆପଣଙ୍କ ପର୍ସ କେବେବି ଖାଲି ହେବନାହିଁ।

ନବମ ଉପାୟ। ମନେରଖିବେ ନିଜ ପର୍ସରେ ସବୁବେଳେ ଟଙ୍କା ରଖିବା ବେଳେ ନୋଟକୁ ମୋଡ଼ି କରି ରଖିବେ ନାହିଁ। ଯଦି ଆପଣ ଚିରା ଫୋତା ନଟ ବି ରଖୁଛନ୍ତି ତେବେ ସେ ନଟକୁ ବାହାର କରିଦିଅନ୍ତୁ ନଚେତ ସେ ଟଙ୍କାକୁ ବ୍ୟାଙ୍କରେ ଚେଞ୍ଜ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର କେବେବି ଧନର କମି ହେବନାହିଁ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *