ମରିଗଲେ ବି ସ୍ୱାମୀ ସ୍ତ୍ରୀ ଶୋଇବା ଘର ରଖନ୍ତୁ ନାହିଁ ଏହି ଜିନିଷ । ଦୁଇ ଜଣଙ୍କ ଭିତରେ ସବୁବେଳେ ଲାଗି ରହିବ ଝଗଡ଼ା ।
ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଅନୁଯାୟୀ କେଉଁ ଜିନିଷ ଆପଣଙ୍କ ବେଡ଼ରୁମରେ ରହିବା ଦରକାର । ଘର ଭିତରେ ବେଡ଼ରୁମର ଅନେକ ମହତ୍ତ୍ୱ ରହିଥାଏ ତେଣୁ ତାହା ସକାରାତ୍ମକ ହେବା ଉଚିତ । ବାସ୍ତୁ ଅନୁଯାୟୀ ବେଡ଼ରୁମକୁ ଉପଯୁକ୍ତ ନିୟମ ଅନୁଯାୟୀ ସଜାଇ ରଖିବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଅନୁଯାୟୀ ଶୋଇବା ଘର କିଭଳି ହେବା ଦରକାର । ପ୍ରଥମତଃ ଘରର ମୁରବୀଙ୍କର ଶୋଇବା ଘରର ମଧ୍ୟ ପ୍ରାଧାନ୍ୟ ରହିଛି । ମୁରବୀଙ୍କ ଶୋଇବା ଘର ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଆବଶ୍ୟକ । ନୈରୁତ ଦିଗଟି ଘରର ମାଷ୍ଟର ପ୍ଲେସ ଅଟେ ।
କିନ୍ତୁ ସେହି କୋଠରୀରେ ଛୋଟ ପିଲା କିମ୍ବା ଅନ୍ୟ ଲୋକଙ୍କୁ ରହିବାକୁ ଦିଅନ୍ତୁ ନାହିଁ । ନଚେତ ସେମାନେ ଅବାଧ୍ୟ ଏବଂ ଅମାନିଆ ହୁଅନ୍ତି । ଏହାଦ୍ବାରା ଘରେ ସବୁବେଳେ କଳି ଝଗଡ଼ା ଲାଗି ରହିବ । ସେମାନେ କେବେବି ଘରର ମୁରବୀ ଲୋକଙ୍କୁ ମାନିବେ ନାହିଁ । ଯଦି ମୁରବୀଙ୍କ ଶୋଇବା ଘର ଆଗ୍ନେୟ କୋଣରେ ହୁଏ ତେବେ ପରିବାରରେ ଅନାବଶ୍ୟକ ଖର୍ଚ୍ଚ ହୋଇଥାଏ ।
ଏହାବ୍ୟତୀତ ସବୁବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଦେଖା ଦେବ । ଐଶାନ୍ୟ , ଦକ୍ଷିଣ କୋଣରେ ଶୋଇବା ଘର ରହିବା ଉଚିତ ନୁହେଁ । ଐଶାନ୍ୟ କୋଣ ପୂଜାଘର ପାଇଁ ଉପଯୁକ୍ତ ଅଟେ । ଐଶାନ୍ୟ କୋଣରେ ବେଡ଼ ରୁମ ହେଲେ ସେହି ଘରର ସଦସ୍ୟଙ୍କର ସବୁବେଳେ ସ୍ଵାସ୍ଥ୍ୟ ଖରାପ ରହିଥାଏ । ପିଲାଙ୍କ ଶୋଇବା ଘର ପୂର୍ବ ଦିଗରେ ହେବା ଉଚିତ ।
ଶୋଇବା ଘରର କବାଟ ଏକ ପାଖିଆ ହେଲେ ଭଲ । କିନ୍ତୁ ଘରର ମୁଖ୍ୟ ଦ୍ୱାରରେ କବାଟର ଦୁଇ ପାର୍ଶ୍ଵ ରହିବା ଉଚିତ । ଶୋଇବା ଘରର କାନ୍ଥ ଆଲମୀରା ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିବା ଉଚିତ । କୌଣସି ଇଲେକ୍ଟ୍ରିକାଲ ଜିନିଷ ରଖୁଥିଲେ ଦକ୍ଷିଣ ପଶ୍ଚିମ କୋଣରେ ରଖି ପାରିବେ । ଶୋଇବା ଘର କିମ୍ବା ସମ୍ପୂର୍ଣ୍ଣ ଘରରେ ବାଥରୁମ ଉତ୍ତର ପଶ୍ଚିମ ଦିଗରେ ରହିବା ଉଚିତ ।
ଶୋଇବା ଘର ବେଡ଼ ସବୁବେଳେ ଦକ୍ଷିଣ ଦିଗରେ ପକାଇବା ଉଚିତ । ଖଟକୁ କେବେବି ପୁରା କାନ୍ଥକୁ ଲଗାଇ ପକାନ୍ତୁ ନାହିଁ । ଶୋଇବା ବେଳେ ଦକ୍ଷିଣ ପୂର୍ବକୁ ମୁଣ୍ଡ କରି ଶୋଇବା ଉପଯୁକ୍ତ ହୋଇଥାଏ । କୌଣସି ପରିସ୍ଥିତିରେ ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଦକ୍ଷିଣକୁ ମୁଣ୍ଡ କରି ଶୋଇବା ଘର ଧନ ସମ୍ପତ୍ତି ଏବଂ ପ୍ରାଦୁର୍ୟ୍ଯଭାବ ହେବ ।