Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ଫଳ ଆଣି ରଖନ୍ତୁ ଘରର ଏହି ସ୍ଥାନରେ । ଟଙ୍କା ଗଣି ଗଣି ଥକିବେ ।

ସେୟାର୍ କରନ୍ତୁ

ବୃକ୍ଷଲତାରେ ଅନେକ ଚମତ୍କାରୀ ଫାଇଦା ରହିଥାଏ । ସୃଷ୍ଟି ଅନୁଯାୟୀ ପ୍ରତ୍ୟେକ ଗଛଲତାରେ ଭିନ୍ନ ଭିନ୍ନ ଦୈବିକ ଶକ୍ତି ନିହିତ ରହିଛି । କିନ୍ତୁ ସବୁ ମନୁଷ୍ୟଙ୍କୁ ସେହି ବିଷୟରେ ଆଦୋୖ ଅବଗତ ନଥାଏ । ଯାହା ହେଉଛି ଅରଖ ଗଛ ଏବଂ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ଗଛ ଅଟେ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ୧୧ ବର୍ଷ ପୁରୁଣା ଯେଉଁ ଅରଖ ଗଛ ତାହାର ମୂଳ ଶ୍ରୀଗଣେଶଙ୍କ ଶୁଣ୍ଢ ଆକୃତିର ହୋଇଥାଏ । ତେଣୁ ୧୧ ବର୍ଷର ପୁରୁଣା ଅରଖ ଗଛକୁ ଶ୍ରୀଗଣେଶଙ୍କ ସ୍ୱରୂପ ହିଁ ମାନା ଯାଇଥାଏ । ସେଥିରେ ଖଜାନା ଥିବାର ମଧ୍ୟ ବିଶ୍ୱାସ ରହିଛି । ବନସ୍ପତି ଶାସ୍ତ୍ରରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି ।

ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ତାହା ଧନ ପ୍ରାପ୍ତି ପାଇଁ ହେଉ , ଆରୋଗ୍ୟ ପାଇଁ ହେଉ କିମ୍ବା ଅନ୍ୟ କୌଣସି ଲାଭ ପାଇଁ ହେଉ ତାହା ନିଶ୍ଚିତ ଭାବରେ ଠିକ ହୋଇଯିବ । ଆଜି କିଛି ଖାସ ସହଜ ଉପାୟ ବିଷୟରେ କହିବୁ ଯେଉଁଥିରେ ଏହି ଅରଖ ଗଛର ଚେରର ଉପଯୋଗ ହେବ । ଭଗବାନ ଶ୍ରୀଗଣେଶଙ୍କ ବିସର୍ଜନ କରିବା ପୂର୍ବରୁ ଏହି ଫଳକୁ ନିଶ୍ଚୟ ଘରକୁ ନେଇ ଆସନ୍ତୁ ।

କାରଣ ଏହି ଗଛକୁ ଭଗବାନ ଗଣେଶଙ୍କ ସ୍ୱରୂପ ମାନା ଯାଇଥାଏ । ସେହି ମୂଳରେ ସୂତା ଆକୃତିର ଥିବା ଶାଖାକୁ ଯଦି ଦୀପରେ ଜାଳିବେ ତେବେ ସାତ ଦିନ ଏହି ଉପାୟ କଲେ ଘରୁ ଦାରିଦ୍ର୍ୟତା ଦୂର ହୋଇଯିବ । ଯେଉଁ ସ୍ଥାନରେ ଭଗବାନ ଗଣେଶ ରହନ୍ତି ସେଠାରେ ଦାରିଦ୍ର୍ୟତା ରହି ନଥାଏ ।

ଏହି ଫଳରେ ଶ୍ରୀଗଣେଶଙ୍କ ଶକ୍ତି ରହିଥାଏ । ତେଣୁ ଏହାକୁ ପୂଜା ସ୍ଥଳରେ ରଖିଲେ ଧନ ପ୍ରାପ୍ତି ହୋଇଥାଏ । ଶ୍ରୀଗଣେଶଙ୍କୁ ଏହି ଫଳ ଅର୍ପିତ କଲେ ମନସ୍କାମନା ପୂରଣ ହୋଇଥାଏ । ଏହି ଗଛର ୧୧ ଟି ଫୁଲକୁ ନେଇ ମାଳା ବନାଇ ଦିଅନ୍ତୁ । ଫୁଲ ଧଳା ରଙ୍ଗର ହେଲେ ତାହା ଅଧିକ ଲାଭଦାୟକ ହେବ । ଏହି ଫୁଲର ଶୁଖିଲା ଡେମ୍ଫକୁ ନେଇ ମଧ୍ୟ ଆପଣ ମାଳା ବନାଇ ଶ୍ରୀଗଣେଶଙ୍କୁ ଅର୍ପିତ କରି ପାରିବେ । ଏହାଦ୍ବାରା ଶ୍ରୀଗଣେଶ ଆପଣଙ୍କର ସବୁ ମନସ୍କାମନା ପୂରଣ କରିବେ । ଏହାଦ୍ବାରା ଦୁର୍ଘଟଣାରେ ଆପଣଙ୍କୁ ମୃତ୍ୟୁ ଭୟ ରହିବ ନାହିଁ । ଜୀବନରେ କୌଣସି ପ୍ରକାରର ବାଧା ଆସିଲେ ତାହା ଦୂର ହୋଇଯିବ । ଏହି ଗଛର ମୂଳରେ ଥିବା ମାଟି ଆଣି ପୂଜା ସ୍ଥାନରେ ରଖିଲେ ସବୁବେଳେ ଘର ଧନଧାନ୍ୟରେ ଭରପୁର ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *