Excuse Me Odisha

ଯାହା କହିବୁ ସତ କହିବୁ

ଜରୁରୀ ଦାମୀ ଜିନିଷ ହଜିଗଲେ କରନ୍ତୁ ଏହି ଦୁଇଟି ମହା ପ୍ରୟୋଗ । ମାତ୍ର ଅଳ୍ପ ସମୟ ମଧ୍ୟରେ ମିଳିଯିବ ଜିନିଷ ।

ସେୟାର୍ କରନ୍ତୁ

ଯଦି ଆପଣଙ୍କର କୌଣସି ଅତି ଦାମୀ ଜିନିଷ ହଜି ଯାଇଛି ତେବେ ଆପଣ ତାହାକୁ କିଭଳି ଫେରି ପାଇବେ , ସେହି ସମ୍ବନ୍ଧୀୟ କିଛି ତୋଟକା ବିଷୟରେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ । ଯେଉଁ ଜିନିଷ ମଣିଷର ଅତି ଦରକାରୀ ହୋଇଥାଏ ତାହା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆଉ କିଛି କାରଣ ବଶତଃ ତାହା କେବେ କେବେ ହଜିଯାଏ କିମ୍ବା ଚୋରି ହୋଇଯାଏ । ସେହି କ୍ଷେତ୍ରରେ କରାଯାଉଥିବା କିଛି ଖାସ ଉପାୟ ବିଷୟରେ ଆଜି ଆମେ କହିବୁ । କୌଣସି ଜିନିଷ ହଜି ଯାଇଥିଲେ କିମ୍ବା ଚୋରି ହୋଇ ଯାଇଥିଲେ ପ୍ରଥମେ ଏକ ସଫା ଧଳା ରୁମାଲ ନିଅନ୍ତୁ । ଏହି ରୁମାଲର ଠିକ ମଝିରେ ଏକ କୋଏନ ରଖନ୍ତୁ । ତାହାର ଚାରି କୋଣକୁ ପରସ୍ପର ସହିତ ବାନ୍ଧି ଘରର ପୂଜା ସ୍ଥାନରେ ରଖି ଦିଅନ୍ତୁ ।

ଏହାପରେ ନିଜର ଯେଉଁ ଜିନିଷ ହଜି ଯାଇଥିବ ତାହା ଭଗବାନଙ୍କୁ ଜଣାଇ ମିଳିଯିବାକୁ ପ୍ରାର୍ଥନା କରନ୍ତୁ । ଯେତେବେଳେ ଆପଣଙ୍କର ସେହି ଜିନିଷଟି ମିଳିଯିବ ସେତେବେଳେ ସେହି କୋଏନକୁ ନେଇ ପାଖ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସି ଗରିବକୁ ଦାନ କରି ଦିଅନ୍ତୁ ଏବଂ ସେହି ରୁମାଲକୁ ଆଣି ଧୋଇ ରଖି ଦିଅନ୍ତୁ ।

ତାହା ପୁଣିଥରେ ବ୍ୟବହାର ହୋଇ ପାରିବ । ଏହାଦ୍ବାରା କୌଣସି ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷ ଖୁବ ସହଜରେ ମିଳିଯିବ । ଆଉ ଏକ ତୋଟକା ଅନୁଯାୟୀ ଆପଣ କୌଣସି ଜିନିଷ ହଜି ଯାଇଥିଲେ କିମ୍ବା ଚୋରି ହୋଇଥିଲେ ନିଜର ବ୍ୟବହାର ହୋଇଥିବା କୌଣସି ପୋଷାକ କିମ୍ବା ରୁମାଲ କିମ୍ବା ଗାମୁଛା ନିଅନ୍ତୁ ।

ନିଜର ଯେଉଁ ଜିନିଷ ହଜି ଯାଇଛି ତାହାକୁ ସ୍ମରଣ କରି ପୋଷାକରେ ଗଣ୍ଠି ଲଗାଇ ଦିଅନ୍ତୁ । ଏହାପରେ ମନ୍ତ୍ର ଆକାରରେ ସୈତାନକୁ ଅନୁରୋଧ କରି ସେହି ଜିନିଷ ମିଲିଯିବାକୁ ପ୍ରାର୍ଥନା କରନ୍ତୁ । ଦେଖିବେ ଜିନିଷ ମିଳିବାର ସମ୍ଭାବନା ବଢ଼ିଯିବ । ସେହି ଜିନିଷ ମିଲିଯିବା ପରେ ହାତରେ ଏକ ମିଠା ବସ୍ତୁ ନେଇ ଘରେ ଥିବା ଟ୍ୟାପ ପାଖକୁ ଯାଇ ସେଠାରେ ଗଣ୍ଠି ଖୋଲିବା ସହିତ ସେହି ମିଠା ବସ୍ତୁକୁ ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହାପରେ ସୈତାନ ବାବାଙ୍କୁ ଧନ୍ୟବାଦ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ହଜି ଯାଇଥିବା ବସ୍ତୁ ପୁନର୍ବାର ମିଳିଯାଏ । କିନ୍ତୁ ଯଦି ବ୍ୟକ୍ତି ଚୋରି କରି କୁଆଡ଼େ ଦୂର ଜାଗାକୁ ପଳାଇ ଯାଇଥିବ ତେବେ ତାହାର ସମ୍ଭାବନା ଖୁବ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *