Excuse Me Odisha

ଯାହା କହିବୁ ସତ କହିବୁ

ମାଚିସରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମାଚିସ ଏବଂ ରାହୁ ବିଷୟରେ କହିବୁ । ଯେତେବେଳେ ଜାତକରେ ରାହୁ ଦୁର୍ବଳ ହୁଏ ସେତେବେଳେ ଜୀବନରେ ସମସ୍ୟା ବହୁତ ବଢ଼ିଯାଏ । ଆଜିକାର ଲେଖାରେ ଆମେ ରାହୁ ସହିତ ମାଚିସର କଣ ସମ୍ବନ୍ଧ ରହିଛି ସେ ବିଷୟରେ କହିବୁ । ଜାତକରେ ରାହୁ ଦୃଢ଼ ହେଲେ ବାଣୀରେ ମଜବୁତି ଆସିଥାଏ । ଏମିତିକି ସେହି ବ୍ୟକ୍ତିର ଶତ୍ରୁ ମଧ୍ୟ ତାର ମିତ୍ର ହୋଇଯାଏ । ଅନେକ ସମସ୍ୟାରୁ ମୁକ୍ତି ପାଇବାକୁ ମଧ୍ୟ ରାହୁ ସାହାଯ୍ୟ କରିଥାଏ । କାରଣ ରାହୁଙ୍କ ପ୍ରଭାବରୁ ନିବେଶରେ ଉନ୍ନତି ହୋଇଥାଏ ଏବଂ ଚାକିରୀ ମଧ୍ୟ ମିଳିଥାଏ । ରାହୁର ପ୍ରଭାବରେ ବ୍ୟକ୍ତିକୁ ଥକାପଣ ଅନୁଭୂତ ହୋଇଥାଏ ।

କିନ୍ତୁ ସେହି ରାହୁ ଦୁର୍ବଳ ହୋଇଗଲେ ନକାରାତ୍ମକ ଶକ୍ତି ସମସ୍ୟା ବଢ଼ାଇ ଦେଇଥାଏ । ଏମିତିକି ବିନା କୌଣସି କାରଣରେ କଳ୍ପନା କରିବାର ସମସ୍ୟା ଆଦି । ତେବେ ଏହିସବୁ ଅଧିକ କଳ୍ପନା କରିବାର ସମସ୍ୟା କିମ୍ବା ରାହୁ ଜନିତ ସମସ୍ୟା ଥିଲେ ସେଥିରୁ ମାଚିସ ଦ୍ୱାରା ରକ୍ଷା ପାଇ ପାରିବେ । ଏମିତିରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମାଚିସ ଘରେ ବ୍ୟବହାର କରନ୍ତି ।

କିନ୍ତୁ ଏହାକୁ କେବଳ ଘରେ ନରଖି ଏହାକୁ ନେଇ ଏକ ଉପାୟ ମଧ୍ୟ କରି ପାରିବେ । ରାହୁ ଜନିତ ସମସ୍ୟା ଯେମିତି ଆକସ୍ମିକ ସମସ୍ୟା , ଆକସ୍ମିକ ରୋଗ ଆଦି ଜୀବନକୁ ଖୁବ ଜଟିଳ କରିଥାଏ । ତେଣୁ ଏଥିରୁ ବର୍ତ୍ତିବା ପାଇଁ ଆପଣ ନିଜ ମାଚିସ ଡବାରେ ଏକ ଛୋଟ ଚନ୍ଦନ କାଠ ରଖି ପାରିବେ ।

ଚନ୍ଦନ କାଠକୁ ରଖିବା ସମୟରେ ସେଥିରେ ଏକ ନୀଳ ରଙ୍ଗର ସୂତା ଗୁଡ଼ାଇ ରଖି ଦିଅନ୍ତୁ । ଏହାଦ୍ବାରା ଆକ୍ଟିଭ ରାହୁ ଶାନ୍ତ ହୋଇଯିବ ଏବଂ ଆପଣଙ୍କୁ ନକାରାତ୍ମକ ଶକ୍ତିର ସମସ୍ୟା ସହ୍ୟ କରିବାକୁ ପଡ଼ିବ ନାହିଁ । ଯଦି ଆପଣଙ୍କ ପାଖରେ ଚନ୍ଦନ କାଠ ଟୁକୁଡ଼ା ନାହିଁ ତେବେ ଦୁଇ ଚାରୋଟି ସୋରିଷ ଦାନା ମାଚିସ ଡବାରେ ରଖି ଦିଅନ୍ତୁ । ତେବେ ତାହା ଘରେ ହେଉ କିମ୍ବା ବହାରକୁ ନିଜ ପକେଟରେ ନେଇ ଯାଉଥିବା ସମୟରେ ହେଉ । ଏହାଦ୍ବାରା ନକାରାତ୍ମକ ଶକ୍ତି ସମସ୍ୟା ସୃଷ୍ଟି କରିବ ନାହିଁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ସେହି ସୋରିଷ ଅତୃପ୍ତ ଆତ୍ମାକୁ ଶାନ୍ତ କରାଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *