Excuse Me Odisha

ଯାହା କହିବୁ ସତ କହିବୁ

ବେଙ୍ଗ କହେ , ଯେତେ ଗଭୀର ସମ୍ବନ୍ଧ ଥିଲେବି ଏହି ସାତ ଜଣ ଲୋକଙ୍କୁ କେବେବି ଡାକନ୍ତୁ ନାହିଁ ଘରକୁ ।

ସେୟାର୍ କରନ୍ତୁ

ଅନେକ ସମୟରେ ଆମେ ମଣିଷ ମାନେ କିଛି ଏପରି ଭୁଲ କରିଥାଉ ଯାହାଦ୍ୱାରା ତାହାର କୁପ୍ରଭାବ ଆମକୁ ସହିବାକୁ ପଡ଼ିଥାଏ । ତେଣୁ ସମସ୍ୟା ଆସିବା ପୂର୍ବରୁ ହିଁ ତାହାକୁ ଏଡ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେଲେ ଜୀବନ ସରଳ ହୋଇଯାଏ । ତେଣୁ ସଂଯମତାକୁ ସବୁଠାରୁ ବଡ଼ ବିଜେତା କୁହାଯାଏ । ମଣିଷ କୌଣସି କାମ କରିବା ଆଗରୁ ତାହାର ଲାଭ କ୍ଷତି ବିଷୟରେ ଜାଣିନେବା ଉଚିତ । ଏହାକୁ ନେଇ ଆମେ ଆଜିକାର ଲେଖାରେ ପଞ୍ଚତନ୍ତ୍ରରେ ବର୍ଣ୍ଣିତ ହୋଇଥିବା ଏକ କାହାଣୀ ବିଷୟରେ କହିବୁ । କାହାଣୀ ଅନୁଯାୟୀ କୌଣସି ଏକ କୁଅଁରେ ଏକ ବେଙ୍ଗ ନିଜର ବଡ଼ ପରିବାର ସହିତ ରହୁଥିଲା । ପରିବାର ବଡ଼ ଏବଂ ଅଶିକ୍ଷିତ ଥିଲା ।

ତେଣୁ ତାର ଘରେ ସବୁବେଳେ କଳହ ଲାଗି ରହୁଥିଲା । ବେଙ୍ଗର ଜ୍ୱାଇଁ ମାନେ ତାକୁ ଖୁବ କଷ୍ଟ ଦେଉଥିଲେ ଏବଂ ଏଣୁତେଣୁ କହୁଥିଲେ । ଯେଉଁ କାରଣରୁ ଥରେ ବେଙ୍ଗ ସେଠାରୁ ବାହାରି ଯାଇ ହ୍ରଦରେ ଥିବା ଏକ ସାପକୁ ଦେଖି ନିଜ ଜ୍ୱାଇଁ ମାନଙ୍କ ଉପରୁ ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ସାପର ଗାତ ନିକଟକୁ ଯାଇ ସେଠାରେ ମଧୁର ସ୍ୱରରେ ସାପକୁ ଡାକି ମିତ୍ରତା କରିବା ସହିତ ତାର ସହଯୋଗ କରିବାକୁ କହିଲା । ଏହା ଶୁଣି ସାପ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଭାବିବାକୁ ଲାଗିଲା ଯେ ଅହିନକୁଳ ସମ୍ପର୍କ ଥିବା ଦୁଇଟି ଜୀବ କିଭଳି ମିତ୍ରତା କରିପାରିବେ । ଏହା ଶୁଣି ବେଙ୍ଗ କହେ ଯେ ଏମିତିରେ ସେ ସାପର ଶତ୍ରୁ କିନ୍ତୁ ତାର ପରିବାର ଲୋକେ ତାକୁ ଏତେ ହଇରାଣ କରୁଛନ୍ତି ଯେ ସେ ବାଧ୍ୟ ହୋଇ ମିତ୍ରତା କରିବାକୁ ଆସିଛି ।

ଏହାପାରେ ସାପ ଭାବିଲା ଯେ ଏମିତିରେ ତାର ଶିକାର ନାହିଁ ତେଣୁ ସେ ବେଙ୍ଗ ସହିତ ଯିବାକୁ ସ୍ଥିର କଲା । ମାତ୍ର କିଛିଦିନ ମଧ୍ୟରେ ହିଁ ସାପ ବେଙ୍ଗର ସବୁ ଶତ୍ରୁକୁ ମାରି ଖାଇଦେଲା । ଏହାପରେ ସାପ ପଚାରିଲା ଯେ ତାର ସବୁ ଶତ୍ରୁ ଶେଷ ହୋଇଛନ୍ତି ସେ ଆଉ କାହାକୁ ଖାଇ ନିଜର ଭୋକ ମେଣ୍ଟାଇବ । ତେଣୁ ସେ ବେଙ୍ଗର ପରିବାର ଭିତରୁ ଖାଇବାକୁ କହିଲା । ନଚେତ ସେ ସମସ୍ତଙ୍କୁ ମାରି ଖାଇଦେବ ବୋଲି ଧମକ ଦେଲା । ଏହା ଶୁଣି ବେଙ୍ଗ ମନେ ମନେ ପଶ୍ଚାତାପ କରୁଥାଏ ଯେ ସେ କାହିଁକି ସାପକୁ ଆଣିଲା । ତାର ପରିବାର ଉପରେ ସେତେବେଳେ ବିପଦ ଛାଇ ଯାଇଥିଲା । ବାଧ୍ୟ ହୋଇ ସେ ସାପକୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବେଙ୍ଗ ଖାଇବାକୁ ଦେଉଥିଲା । ଏମିତିକି ବେଙ୍ଗର ପୁତ୍ରକୁ ହିଁ ସାପ ଦିନେ ଖାଇ ଦେଲା ।

ବେଙ୍ଗ କାନ୍ଦିବାର ଦେଖି ତାର ସ୍ତ୍ରୀ କହିଲା ଏବେ କାନ୍ଦି ଲାଭ କଣ । ବେଙ୍ଗ କ୍ରଧରେ ନିଜର ପୁରା ଜାତିକୁ ହିଁ ସମାପ୍ତ କରିଦେଲା । ଯେଉଁ ଜାତି ହିଁ ସମସ୍ୟା ସମୟରେ ତାର କାମରେ ଆସିଥାନ୍ତା । ଏହାପରେ ବେଙ୍ଗ ପ୍ରାଣ ରକ୍ଷା ପାଇଁ ସେଠାରୁ ଖସି ପଳାଇ ଗଲା । ଏହା ଜାଣିବା ପରେ ସାପ ସେଠାରେ ରହୁଥିବା ଏକ ଗଧିକୁ ବେଙ୍ଗକୁ ଡାକିବାକୁ କହିଲା । କିନ୍ତୁ ବେଙ୍ଗ ସାପର ସବୁ ଚାଲ ବୁଝି ପାରିଥିଲା । ବେଙ୍ଗ ବୁଝି ପାରିଥିଲା ଯେ ଆପୋଷ କଳହ ସବୁବେଳେ ଦୁଃଖର କାରଣ ହୋଇଥାଏ । ତେଣୁ ସାତୋଟି ଲୋକ ଅର୍ଥାତ ଖରାପ କାମ କରୁଥିବା ଲୋକ , ଅଧିକ ଖାଉଥିବା , ସମସ୍ତଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରୁଥିବା ଲୋକ , ବଡ଼ ଠକ , ହିଂସା କାର୍ଯ୍ୟ କରୁଥିବା ଲୋକକୁ , ଦ୍ଵେଷ ଏବଂ କାଳକୁ ବୁଝୁନଥିବା ଲୋକ ଏବଂ ନିନ୍ଦିତ ଭେସ ଧାରଣ କରୁଥିବା ଲୋକଙ୍କୁ କେବେ ଘରକୁ ଡାକିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *