Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୨୩ , ଚୈତ୍ର ପୂର୍ଣ୍ଣିମା ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହେବ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ଏପ୍ରିଲ ୨୩ ଶୁକ୍ରବାର ପବିତ୍ର ଚୈତ୍ର ପୂର୍ଣ୍ଣିମା । ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ଚୈତ୍ର ପୂର୍ଣ୍ଣିମା ମାନାଯାଇଥାଏ । ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହେବାକୁ ଯାଉଛି । ପୂର୍ଣ୍ଣିମା ତିଥି ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ଏହିଦିନ ମାତା ତୁଳସୀ ସବୁ ଘରେ ଆଗମନ କରନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ସବୁ ହିନ୍ଦୁ ଘର ସାମ୍ନାରେ ତୁଳସୀ ଗଛ ନିଶ୍ଚିତ ରହିଥାଏ । ତେବେ ଏହି ତୁଳସୀ ଗଛ ମୂଳରେ କିଛି ଜିନିଷ ବାନ୍ଧିବା ଦ୍ୱାରା ଘରର ସବୁ ସମସ୍ୟା ଏବଂ ନକରାତ୍ମକ ପ୍ରଭାବ ଦୂରେଇ ଯାଏ । ଖାଲି ଭାରତରେ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ତୁଳସୀକୁ ଅନେକ ଗୁରୁତ୍ୱ ଦିଆଯାଇଛି । ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ନିୟମିତ ଭାବେ ତୁଳସୀ ପୂଜା କଲେ ଆପଣଙ୍କୁ ଲାଭ ମିଳିଥାଏ । ତୁଳସୀ ଗଛ ଥିବା ସ୍ଥାନରେ ତ୍ରିଦେବଙ୍କ ବାସ ହୋଇଥାଏ । ଅନେକ ଧାର୍ମିକ ପରମ୍ପରାରେ ତୁଳସୀକୁ ବ୍ୟବହାର କରା ଯାଇଥାଏ । ଅନେକ ଔଷଧୀୟ ଗୁଣରେ ଏହାକୁ ବ୍ୟବହାର କରାଯାଏ । ତୁଳସୀ ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇ ଯାଇଥାଏ ।

ତୁଳସୀ ମାଆଙ୍କୁ ପୂଜା କରିବା ସମୟରେ ଚୁନରି ନିହାତି ଅର୍ପିତ କରନ୍ତୁ । ତୁଳସୀ ଏବଂ ଶାଳଗ୍ରାମ ବିବାହ କରାଇବା ଫଳରେ ଦୁଃଖ ଏବଂ ପାପ ସବୁ ନଷ୍ଟ ହୋଇ ଯାଇଥାଏ । ସକାଳେ ଉଠି ଗାଧୋଇ ସାରି ତୁଳସୀ ଗଛରେ ନାଲି ସୂତା ବାନ୍ଧି ଦିଅନ୍ତୁ । ଏହାପରେ ଗୋଟିଏ ମାଟି ହାଣ୍ଡିରେ ଚାଉଳ ଭର୍ତି କରି ତା ଉପରେ ସିନ୍ଦୂର , ଗୋଟିଏ ଟଙ୍କା ମୁଦ୍ରା ଆଉ ତିନୋଟି ତୁଳସୀ ପକାଇ ଦେବେ ।

ଏବେ ଏହା ଉପରେ ଗୋଟିଏ ଚୁନି ଘୋଡାଇ ମାତା ଲକ୍ଷ୍ମୀଙ୍କ ପାଖକୁ ଯାଇ ପ୍ରାର୍ଥନା କରିବେ କି ମାତା ଲକ୍ଷ୍ମୀ ମୋ ଜୀବନରେ ଧନର ଅଭାବ ଦୂର କରନ୍ତୁ । ତୁଳସୀ ଗଛରେ କ୍ଷୀର ଚଢ଼ାଇବାର ନିୟମ ରହିଛି । ଏହାଦ୍ବାରା ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ଏବଂ ଧନର ଲାଭ ହୋଇଥାଏ । ଏହି ଉପାୟକୁ ଗୁରୁବାର ଦିନ କରି ଦିଅନ୍ତୁ । ମାତା ତୁଳସୀଙ୍କୁ ପ୍ରସନ୍ନ କରିଦେଲେ ଜୀବନରେ ଆଉ କେବେ ଦୁଃଖ ଆସିବ ନାହିଁ । ଏହାକୁ ଚୈତ୍ର ପୂର୍ଣ୍ଣିମା ଦିନ ନିହାତି କରନ୍ତୁ । କିନ୍ତୁ କିଛି ଭୁଲ ଯେମିତିକି ଘରେ ଏକାଧିକ ତୁଳସୀ ଗଛ ଥିଲେ ଗୋଟିଏ ରଖି ଆଉ ସବୁକୁ ପଡ଼ୋଶୀଙ୍କୁ ଦେଇ ଦିଅନ୍ତୁ । କିନ୍ତୁ ଏକାଧିକ ତୁଳସୀ ଗଛ ଘରେ ଜନ୍ମ ନେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *