Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଆଦୋୖ ଏଭଳି ରଖନ୍ତୁ ନାହିଁ ଟଙ୍କା । ନଚେତ ବହୁତ ବଡ଼ କ୍ଷତି ହୋଇଯିବ ।

ସେୟାର୍ କରନ୍ତୁ

ଭୁଲରେବି କିଛି ଦିଗରେ ଟଙ୍କା ପଇସା ଗହଣା ଆଦୋୖ ରଖିବା ଉଚିତ ନୁହେଁ । ନଚେତ ଜୀବନ ପୁରା ନର୍କ ହୋଇଯିବ । ପ୍ରାୟତଃ ଅଧିକାଂଶ ଲୋକଙ୍କ ଜୀବନରେ ସମସ୍ୟା ଏହା ଯେ ସେମାନେ ଖୁବ ପରିଶ୍ରମ କରିବା ପରେବି ଟଙ୍କା ପଇସାର ସଞ୍ଚୟ କରିପାରନ୍ତି ନାହିଁ । କେତେକ ସମୟରେ ଏଭଳି ପ୍ରତୀତ ହୋଇଥାଏ ଯେ ଅଧିକ ଟଙ୍କା ରୋଜଗାର ହେବା ସତ୍ତ୍ୱେବି ସବୁ ଖର୍ଚ୍ଚ ହୋଇ ଯାଉଛି ।

ଆଉ କେତେକ ସମୟରେ ରୋଜଗାର ଠାରୁ ଖର୍ଚ୍ଚ ଅଧିକ ହୋଇଥାଏ । କହୁରଖିବୁ ଯେ ଯଦି ଆପଣବି ଏହିସବୁ ସମସ୍ୟାରେ ପୀଡ଼ିତ ହେଉଛନ୍ତି ତେବେ ଏହାର କାରଣ ହେଉଛି ବାସ୍ତୁ ଦୋଷ । ବାସ୍ତୁ ଶାସ୍ତ୍ରରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଯେ ଘରେ ମୂଲ୍ୟବାନ ଜିନିଷ ସହିତ ସବୁ ଜିନିଷକୁ କେଉଁ ସ୍ଥାନରେ ରଖିବା ଉଚିତ ବୋଲି ।

ଯଦି ଆପଣ ସେହି ସବୁ ନିୟମକୁ ପାଳନ କରନ୍ତି ତେବେ ଆପଣଙ୍କ ସମସ୍ୟା କମିଯିବ ଆଉ ଯଦି ପାଳନ ନକରନ୍ତି ତେବେ ଆପଣଙ୍କୁ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ନିଜ ଜୀବନାରେ ସୁଖ ଶାନ୍ତି ସମୃଦ୍ଧି ଏବଂ ସମ୍ପତ୍ତିକୁ ସୁନିଶ୍ଚିତ କରିବା ପାଇଁ ବାସ୍ତୁ ନିୟମକୁ ବୁଝିବା ସହିତ କାମରେ ଲଗାଇବା ଉଚିତ । ଦକ୍ଷିଣ ଏବଂ ପୂର୍ବ ମଧ୍ୟରେ ଥିବା ଦିଗ ବିଷୟରେ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

ଏହି ଦିଗରେ କିମ୍ବା କ୍ଷେତ୍ରରେ ମୁଲ୍ୟବାନ ସମ୍ପତ୍ତି ଏବଂ ଟଙ୍କା ପଇସା ରଖାଯିବା ଉଚିତ ନୁହେଁ । ଏହାଦ୍ବାରା ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିଥାଏ ଏବଂ ଧନ ହାନୀ ହୋଇଥାଏ । ଏହାଦ୍ବାରା ଧନ ଅର୍ଜନରେ ସମସ୍ୟା ଏବଂ ଆୟ ମଧ୍ୟ କମ ହୋଇପାରେ । ବିତ୍ତୀୟ ସ୍ଥିରତା ଏବଂ ପ୍ରଚୁରତା ବଜାୟ ରଖିବା ପାଇଁ ଏହି ଦିଗରେ ଶକ୍ତି ପ୍ରବହ ପ୍ରତି ଧ୍ୟାନ ରଖିବା ଜରୁରୀ ଅଟେ ।

ଯେତେବେଳେ ଦକ୍ଷିଣ ଦିଗ ବିଷୟରେ ଚର୍ଚ୍ଚା ହୋଇଥାଏ , ସେତେବେଳେ ବାସ୍ତୁ ଅନୁଯାୟୀ ଏହା କୁହାଯାଇଛି ଯେ ଏହି ଦିଗରେ ଧନ ରଖିଲେ ନା ନକାରାତ୍ମକ ନା ସକାରାତ୍ମକ ପ୍ରଭାବ ପଡ଼ିଥାଏ । ସାଧରଣତଃ ଏହା ମାନା ଯାଇଥାଏ ଯେ ଉତ୍ତରକୁ ଛାଡ଼ି ଅନ୍ୟ ଦିଗ ତୁଳନାରେ ଏହା କମ ଅନୁକୂଳ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଚାର କରିବା ସମାନ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଉଛି ପଶ୍ଚିମ ଦିଗ । ଏହା କୁହାଯାଇଛି ଯେ ଏହି ଦିଗରେ କୌଣସି ମୂଲ୍ୟବାନ ଅଳଙ୍କାର କିମ୍ବା ଟଙ୍କା ପଇସା ରଖନ୍ତୁ ନାହିଁ ।

ଏହା ଆପଣଙ୍କ ବିତ୍ତୀୟ କ୍ଷେତ୍ରରେ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ଆୟରେ ନ୍ୟୁନତା ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଧନ ରଖିବା ପାଇଁ ସବୁଠାରୁ ଅନୁକୂଳ ଦିଗ ହେଉଛି ଉତ୍ତର ଦିଗ । ଏହି ଦିଗ ଧନର ଦେବୀ ଲକ୍ଷକି5ଏବଂ ଦେବତା କୁବେରଙ୍କ ସମ୍ବନ୍ଧୀୟ ଅଟେ । ଏହି ଦିଗରେ ଟଙ୍କା ରଖିଲେ ବିତ୍ତୀୟ କ୍ଷେତ୍ରରେ ଉନ୍ନତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *