Excuse Me Odisha

ଯାହା କହିବୁ ସତ କହିବୁ

ଔଷଧ ସେବନ ସମୟରେ ଜପ କରନ୍ତୁ ଏହି ମନ୍ତ୍ର । ନଷ୍ଟ ହୋଇଯିବ ସବୁ ରୋଗ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସକାଳ ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ କୁହାଯାଉଥିବା ସବୁ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହିସବୁ ମନ୍ତ୍ରକୁ ଯଦି ଆପଣ ନିର୍ଦିଷ୍ଟ କାମ କରିବା ସମୟରେ ଜପ କରନ୍ତି ତେବେ ଏହା ଉଚିତ ଫଳ ପ୍ରାପ୍ତ ହୋଇଥାଏ । ଅନେକ ପୁରା କାଳରୁ ରାଜା ମହାରାଜା ମାନେ ମଧ୍ୟ ଏହି ସବୁ ମନ୍ତ୍ର ଜପ କରୁଥିଲେ । ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ସ୍ନାନ , ସନ୍ଧ୍ୟା , ଜପ , ଦେବପୂଜନ , ବଳିବୈଶ୍ୱଦେବ , ଅତିଥିସତ୍କାର ଏହି ଛଅଟି କର୍ମ ପ୍ରତ୍ୟେକ ଦିନ କରିବା ଉଚିତ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସ୍ନାନ ଏବଂ ସନ୍ଧ୍ୟା ଉପାସନା ସବୁଦିନ କରିବା ଉଚିତ । ଏହି କର୍ମ କରିବା ଦ୍ୱାରା ଜନ୍ମରୁ ମନୁଷ୍ୟ ଯେଉଁ ତିନୋଟି କରଜରେ ଥାଏ ଯଥା ଦେବ ସମ୍ବନ୍ଧୀ , ପିତୃ ସମ୍ବନ୍ଧୀ ଏବଂ ମନୁଷ୍ୟ ସମ୍ବନ୍ଧୀ ଆଦିରୁ ମୁକ୍ତି ପାଇଥାଏ ।

ସର୍ବପ୍ରଥମେ ମନୁଷ୍ୟକୁ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଆବଶ୍ୟକ । ଏହାପରେ ଅଧିକ ସମୟ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଶାସ୍ତ୍ରରେ ନିଷିଦ୍ଧ ମାନା ଯାଇଛି । ସକାଳୁ ଉଠିବା ମାତ୍ରେ ସର୍ବପ୍ରଥମେ ଦୁଇ ହାତ ପାପୁଲିର ଦର୍ଶନ କରି ‘ କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ୍ ‘ ଏହି ମନ୍ତ୍ରର ଜପ କରିବା ଆବଶ୍ୟକ । ଏହାଦ୍ବାରା ଏହି ତିନି ଦେବଦେବୀଙ୍କ କୃପା ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ । ଏହାପରେ ଭୂଇଁରେ ପାଦ ରଖିବା ପୂର୍ବରୁ ଭୂମି ମାତାଙ୍କ ଅଭିବାଦନ କରିବା ସହିତ ପ୍ରଣାମ କରିବା ଉଚିତ ଏବଂ ଏହି ସମୟରେ ଏକ ମନ୍ତ୍ର ‘ ସମୁଦ୍ରବସନେ ଦେବୀ , ପର୍ବତ ସ୍ତନ ମଣ୍ଡିତେ , ବିଷ୍ଣୁପତ୍ନୀ ନମସ୍ତୁଭୟମ୍ , ପାଦସ୍ପର୍ଶମ୍ କ୍ଷମସ୍ୱ ମେ ‘ ଜପ କରିବା ଉଚିତ ।

ନିତ୍ୟ ଏହି ମନ୍ତ୍ର ଜପ କରିବା ଦ୍ୱାରା କେବେ କୌଣସି ଦୁର୍ଘଟଣା ହୁଏନାହିଁ । ଦାନ୍ତ ସଫା କରିବା ସମୟରେ ‘ ଆୟୁର୍ବଳଃ ଯଶୋ ବର୍ଚହ , ପ୍ରଜାହା ପଶୁବସୁନି ଚ , ବ୍ରହ୍ମ ପ୍ରଜ୍ଞାମ ଚ ମେଘାମ ଚ , ତ୍ୱମ ନ ଦେହୀ ବନସ୍ପତେ ‘ ଜପ କରିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୁଏନାହିଁ । ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ସର୍ବୋତ୍ତମ ସମୟ ଅଟେ ଏବଂ ସ୍ନାନ କରିବା ସମୟରେ ‘ ଗଙ୍ଗେ ଚ ଯମୁନେ ଚୈବ , ଗୋଦାବରୀ ସରସ୍ଵତୀ , ନର୍ମଦେ ସିନ୍ଧୁ କାବେରୀ , ଜଳେ ଅସୀମନ ସନ୍ନଧି କୁରୁ ‘ ମନ୍ତ୍ରର ଜପ କରିବା ଉଚିତ । ସ୍ନାନ ପରେ ବସ୍ତ୍ର ପରିଧାନ ପୂର୍ବରୁ ‘ ଅପବିତ୍ର ପବିତ୍ର ବା , ସର୍ବ ଅବସ୍ଥା ଗତୋ ଅପିବା , ୟହ ସ୍ମରେତ ପୁଣ୍ଡରୀକାକ୍ଷ , ସ ବାହୟ ଅଭ୍ୟନ୍ତର ଶୁଚି ‘ ମନ୍ତ୍ରର ଜପ କରିବା ଉଚିତ ।

ଏହାଦ୍ବାରା ଶରୀର ଏବଂ ମନର ଶୁଦ୍ଧି ହୋଇଥାଏ । ପାଣି ପିଇବା ସମୟରେ ‘ ଅକାଳ ମୃତ୍ୟୁ ହରଣମ , ସର୍ବବ୍ୟାଧି ବିନାଶନମ , ଦେବ ପାଦୋଦକମ ପିତ୍ଵା , ପୁନର୍ଜନ୍ମ ନ ବିଧତେ ‘ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୁଏନାହିଁ । ଶାସ୍ତ୍ର ଅନୁଯାୟୀ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଏବଂ ଭୂଇଁରେ ବସି ଭୋଜନ କରିବା ଉଚିତ । ଭୋଜନ କରିବା ପୂର୍ବରୁ ‘ ଓଁ ବ୍ରହ୍ମଣେ ନମଃ , ଓଁ ପ୍ରଜାପତୟେ ନମଃ , ଓଁ ଗୃହାଭ୍ୟୟ ନମଃ , ଓଁ ଅନୁମତୟେ ନମଃ ‘ ଜପ କରିବା ଉଚିତ । ଏହାଦ୍ବାରା ଖାଦ୍ୟ ଭଲ ହଜମ ହୁଏ ଏବଂ ଶାରୀରିକ ସମସ୍ୟା ଦୂର ହୋଇଥାଏ । ସନ୍ଧ୍ୟା ପୂଜନ ନିତାନ୍ତ ଜରୁରୀ ଅଟେ ଏବଂ ଏହି ସମୟରେ ଦୀପ ମଧ୍ୟ ଜାଳିବା ଉଚିତ ।

ଦୀପ ଜାଳିବା ସମୟରେ ଦୀପ ଜ୍ୟୋତି ପରଂବ୍ରହ୍ମ , ଦୀପ ଜ୍ୟୋତି ଜନାର୍ଦନ , ଦୀପୋ ହରତୁ ମେ ପାପମ , ସନ୍ଧ୍ୟା ଦୀପ ନମସ୍ତୁତେ । ରାତିରେ ଶୋଇବା ସମୟରେ ‘ ଓଁ ନମଃ ନନ୍ଦୀଶ୍ବରାୟ , ଜଳେ ରକ୍ଷତୁ ବାରାହ , ସ୍ଥଳେ ରକ୍ଷତୁ ବାମନ ‘ ଜପ କରିବା ଆବଶ୍ୟକ । ଏହି ମନ୍ତ୍ରର ଜପ କରିବା ଉଚିତ । ଏହାଦ୍ବାରା ନିଦ ଆସୁ ନଥିଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ଭଲଭାବରେ ନିଦ ଆସିବ । ଔଷଧ ସେବନ କରିବା ସମୟରେ ‘ ଅଚ୍ୟୁତାନନ୍ଦ ଗୋବିନ୍ଦ , ନାମୋଚ୍ଚାରଣ ଭେଷଜତ , ନଶ୍ୟତି ସଫଳା ରୋଗାହେ , ସତ୍ୟମ ସତ୍ୟମ ବଦାମ୍ୟହମ ‘ ଏହି ମନ୍ତ୍ର ଜପ କଲେ ସ୍ୱାସ୍ଥ୍ୟ ଭଲ ରହେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *