Excuse Me Odisha

ଯାହା କହିବୁ ସତ କହିବୁ

ଲଡଡ଼ୁ ଗୋପାଳଙ୍କୁ ଖୁଆନ୍ତୁ ନାହିଁ ଏହି ଦୁଇଟି ଜିନିଷ । ନଚେତ ପୁରା ପରିବାର ହହୋଇଯିବ ବର୍ବାଦ ।

ସେୟାର୍ କରନ୍ତୁ

ପ୍ରାୟତଃ ସବୁ ହିନ୍ଦୁ ଘରେ ଲଡଡ଼ୁ ଗୋପାଳଙ୍କ ପୂଜା କରାଯାଏ । କିନ୍ତୁ ଶାସ୍ତ୍ର ଅନୁଜ ଲଡଡ଼ୁ ଗୋପାଳଙ୍କୁ ଘରେ ରଖିବା ଏବଂ ପୂଜା ବିଧାନ ସମୟରେ ମଧ୍ୟ କିଛି ନିୟମକୁ ମାନିବା ବିଷୟରେ ଅବଗତ କରାଯାଇଛି । ଯଦି କିଛି ସାମାନ୍ୟ ଭୁଲ ହୁଏ ତେବେ ମଧ୍ୟ ସବୁ ସେବା ବ୍ୟର୍ଥ ହୋଇପାରେ । ବାସ୍ତବରେ ଲଡଡ଼ୁ ଗୋପାଳଙ୍କୁ ନେଇ ଆପଣ ତିଆରି କରିଥିବା ସମ୍ପର୍କକୁ ନେଇ ଆପଣ ସଚ୍ଚଟ ହେବା ଉଚିତ । ଯାହାଦ୍ୱାରା ଲଡଡ଼ୁ ଗୋପାଳ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏକ କାହାଣୀ ଅନୁଯାୟୀ ଜଣେ ହିନ୍ଦୁ ବୃଦ୍ଧା ଏବଂ ଜଣେ ଜୈନ ବୃଦ୍ଧା ଉଭୟେ ପଡ଼ୋଶୀ ଥିଲେ ଏବଂ ପରସ୍ପରର ଭଲ ବନ୍ଧୁ ଥିଲେ । ହିନ୍ଦୁ ବୃଦ୍ଧା ଜଣକ ଲଡଡ଼ୁ ଗୋପାଳଙ୍କୁ ପୂଜା କରୁଥିଲେ ଆଉ ତାହା ଜୈନ ବୃଦ୍ଧା ଜଣକ ମଧ୍ୟ ନଜର ଦେଉଥିଲେ ।

କିନ୍ତୁ ଥରେ ହିନ୍ଦୁ ବୃଦ୍ଧା ଜଣକ ତୀର୍ଥ କରିବାକୁ ଯିବା ବେଳେ ଜୈନ ବୃଦ୍ଧାଙ୍କୁ ଲଡଡ଼ୁ ଗୋପାଳଙ୍କ ସେବା ଏବଂ ପୂଜା କରିବାର ଦାୟିତ୍ବ ଦେଇଗଲେ । ତାଙ୍କ କହିବା ଅନୁଯାୟୀ ଜୈନ ବୃଦ୍ଧା ଜଣକ ସବୁ କାମ କରୁଥିଲେ । କିନ୍ତୁ ଥରେ ସେ ଦେଖିଲେ ଯେ ଲଡଡ଼ୁ ଗୋପାଳଙ୍କ ଗୋଡ଼ ମୋଡ଼ି ହୋଇ ରହିଛି । ବାସ୍ତବରେ ସେମିତି ସବୁଦିନ ଥାଏ କିନ୍ତୁ ଜୈନ ବୃଦ୍ଧା ଜଣକ ପୂର୍ବରୁ କେବେ ଲଡଡ଼ୁ ଗୋପାଳଙ୍କୁ ସେଭଳି ଦେଖି ନଥିଲେ । ତେଣୁ ସେ ତାଙ୍କ ଗୋଡ଼ ମାଲିସ କରିବାରେ ଲାଗିଲେ ଏହା ଭାବି ଯେ ଲଡଡ଼ୁ ଗୋପାଳଙ୍କ ଗୋଡ଼ ଠିକ ହୋଇଯିବ । ଜୈନ ବୃଦ୍ଧାଙ୍କର ଏଭଳି ଭକ୍ତି ଏବଂ ବିଶ୍ୱାସ ଦେଖି ଲଡଡ଼ୁ ଗୋପାଳ ଭଲ ହୋଇ ଛିଡ଼ା ହୋଇଗଲେ । ତୀର୍ଥରୁ ହିନ୍ଦୁ ବୃଦ୍ଧା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏଭଳି ଚମତ୍କାର ବିଷୟରେ ଜୈନ ବୃଦ୍ଧାଙ୍କୁ ପଚାରିଲେ ।

ଯାହା ଜୈନ ବୃଦ୍ଧାଙ୍କ ଠାରୁ ଶୁଣିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏତେ ଦିନ ସେବାରେ ସେ ଯାହା ହାସଲ କରି ପାରି ନଥିଲେ ତାହା ଜୈନ ବୃଦ୍ଧା ଜଣକ ପାଇଥିଲେ । ସେହିଦିନ ଠାରୁ ଉଭୟର ଲଡଡ଼ୁ ଗୋପାଳଙ୍କ ସେବାରେ ଲାଗିଲେ । ତେଣୁ ଆପଣବି ମନରୁ ନିଜ ଇଚ୍ଛା ଅନୁଯାୟୀ ଲଡଡ଼ୁ ଗୋପାଳଙ୍କ ସହିତ ସମ୍ପର୍କ ଗଢ଼ି ତାହାକୁ ଭଲ ଭାବରେ ତୁଲାନ୍ତୁ । ଘରେ ଲଡଡ଼ୁ ଗୋପାଳଙ୍କ ମୂର୍ତ୍ତି ରଖି ପୂଜା କରିବା ଏବଂ ଭୋଜନ କରାଇବା ସହିତ ଘରର ସଦସ୍ୟ ଭଳି ମାନି ନିଅନ୍ତୁ । ଲଡଡ଼ୁ ଗୋପାଳଙ୍କ ସ୍ଥାନକୁ ସୁନ୍ଦର ଭାବରେ ସଜାଇବା ସହିତ ଆସନରେ ନାଲି ରଙ୍ଗର କପଡ଼ା ବିଛାଇ ପାରିବେ । ପ୍ରତିଦିନ ଲଡଡ଼ୁ ଗୋପାଳଙ୍କୁ ସ୍ନାନ କରାଇ ଏକ କଳସରେ ପାଣି ଭରି ସେଥିରେ ଫୁଲ ପାଖୁଡ଼ା ପକାଇ ଦିଅନ୍ତୁ ।

ପ୍ରତିଦିନ ସ୍ନାନ ପରେ ପୋଷାକ ପିନ୍ଧାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ପୁରା ଦିନ ଖୁବ ଭଲରେ ଯିବ । ସବୁପରେ ଘରର ସଦସ୍ୟଙ୍କ ପରି ଲଡଡ଼ୁ ଗୋପାଳଙ୍କୁ ଭୋଜନ ମଧ୍ୟ ଦିଅନ୍ତୁ । ଲଡଡ଼ୁ ଗୋପାଳଙ୍କ ପସନ୍ଦର ଭୋଜନ ବନାଇ ପ୍ରତ୍ୟେକ ଦିନ ଭୋଜନ କରାଇ ପାରିବେ । କିନ୍ତୁ ଭୋଜନରେ ତାମସିକ ଭୋଜନ ଭୁଲରେବି ରଖିବେ ନାହିଁ । ଲଡଡ଼ୁ ଗୋପାଳଙ୍କୁ କ୍ଷୀରି , ମିଠା , ଭୋଗ , ତାଜା ଫୁଲ ଏବଂ ସୁଗନ୍ଧିତ ଅଗରବତୀ ମଧ୍ୟ ଅତି ପ୍ରିୟ ଅଟେ । ଚାଉଳ କୁମକୁମ ନେଇ ଅତି ପ୍ରିୟରେ ଶୃଙ୍ଗାର ମଧ୍ୟ କରିବା ଉଚିତ । ଏହା ପ୍ରତ୍ୟେକ ଦିନ ସମ୍ଭବ ନହେଲେ ଅତିକମରେ ଦୁଇ ହାତରେ ଆରତୀ କରନ୍ତୁ । ସମୟ ସମୟରେ ଲଡଡ଼ୁ ଗୋପାଳଙ୍କୁ ବହାରକୁ ବୁଲାଇବାକୁ ନେଇ ଯାଆନ୍ତୁ । ଯେଉଁ ଦିନ ପ୍ରଥମେ ଲଡଡ଼ୁ ଗୋପାଳଙ୍କୁ ସ୍ଥାପନ କରିଥିବେ ସେହି ଦିନକୁ ସବୁ ବର୍ଷ ଲଡଡ଼ୁ ଗୋପାଳଙ୍କ ଜନ୍ମ ଦିନ ଅବସରରେ ପାଳନ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *