Excuse Me Odisha

ଯାହା କହିବୁ ସତ କହିବୁ

ଘରେ କେଉଁ ସ୍ଥାନରେ ରଖିବେ ଗଙ୍ଗା ଜଳ । ଭୁଲରେବି କରନ୍ତୁ ନାହିଁ ଏହି ଭୁଲ ।

ସେୟାର୍ କରନ୍ତୁ

ପ୍ରାୟତଃ ସବୁ ଭାରତୀୟଙ୍କ ଘରେ ଗଙ୍ଗା ଜଳ ରଖାଯାଏ । କିନ୍ତୁ ଅଧିକାଂଶ ଲୋକ ଏହାକୁ ଘରେ ରଖିବାର ଉଚିତ ନିୟମ ଜାଣନ୍ତି ନାହିଁ । କିନ୍ତୁ ଏହି ଗଙ୍ଗା ଜଳ ଘର ଉପରକୁ ଆସିବାକୁ ଯାଉଥିବା କଷ୍ଟର ସଙ୍କେତ ଦେଇଥାଏ । ଯେଉଁ ବିଷୟରେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଗଙ୍ଗା ଜଳ କେବେବି ଶୁଖି ନଥାଏ । ତେଣୁ ଯଦି ଆପଣଙ୍କ ଘରେ ରଖା ଯାଇଥିବା ଗଙ୍ଗା ଜଳ ଶୁଖିବାରେ ଲାଗୁଛି ତେବେ ତାହା ଘର ଉପରକୁ ଆସିବାକୁ ଯାଉଥିବା ବିପଦ ବିଷୟରେ ସଙ୍କେତ ଦେଇଥାଏ । ଘରେ ଗଙ୍ଗା ଜଳ ଶୁଖିବା ଅର୍ଥ ଘର ଉପରେ କାହାର ନଜର ପଡ଼ିଛି । ଗଙ୍ଗା ଜଳ ଶୁଖି ଯାଇଥିଲେ ସେଥିରେ ତୁରନ୍ତ ଗଙ୍ଗା ଜଳ ଆଣି ମିଶାଇ ଦିଅନ୍ତୁ ।

ଏହାବ୍ୟତୀତ କିଛି ଏପରି ଭୁଲ ରହିଛି ଯାହା ଗଙ୍ଗା ଜଳ ରଖିବା ସମୟରେ କରିବା ଉଚିତ ନୁହେଁ । ପୂର୍ବ କାଳରୁହିଁ ଗଙ୍ଗା ଜଳକୁ ପବିତ୍ର ମାନିବା ସହିତ ତାହା ମହାଦେବଙ୍କ ଜଟାରୁ ଉତ୍ପନ୍ନ ହୋଇଥିବା କୁହାଯାଇ ଆସୁଛି । ଏହାକୁ ପୂଜାପାଠ , ଘରର ଶୁଦ୍ଧି ଏବଂ ଅନ୍ୟାନ୍ୟ ପବିତ୍ର କାର୍ଯ୍ୟରେ କରାଯାଇଥାଏ । ବିଜ୍ଞାନ ସମ୍ମତ କାରଣ ଅନୁଯାୟୀ ଏହି ଜଳରେ କୌଣସି ପ୍ରକାରର ଜୀବାଣୁ ଉତ୍ପନ୍ନ ହୁଏନାହିଁ । ତେଣୁ ଏହା ଅତ୍ୟନ୍ତ ଶୁଦ୍ଧ ଅଟେ । ଏହି ଜଳ ଦ୍ୱାରା କିଛି ରୋଗ ଠିକ ହୋଇଯାଏ ବୋଲି ମଧ୍ୟ କୁହାଯାଏ । ଗଙ୍ଗା ଜଳକୁ ବାସ୍ତୁ ଶାସ୍ତ୍ର ସହିତ ଜଡ଼ିତ କରାଯାଇଛି । ଗଙ୍ଗା ଜଳର ଅବମାନନା କଲେ ସବୁ ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

ଘରର ପୂଜା ଘରେ ସର୍ବଦା ଗଙ୍ଗା ଜଳ ନିହାତି ରଖନ୍ତୁ । ଏହାଦ୍ବାରା ପୂଜା ଘରେ ପବିତ୍ରତା ବଜାୟ ରହିଥାଏ । ଗଙ୍ଗା ଜଳକୁ ଯେତେ ଦିନ ପର୍ଯ୍ୟନ୍ତ ରଖିଲେ ବି ତାହା ସବୁବେଳେ ସେମିତି ରହିଥାଏ । ଅମାବାସ୍ୟା , ପୂର୍ଣ୍ଣିମା ଆଦି ଅବସରରେ ନଦୀ ସ୍ନାନ କରିବାର ପରମ୍ପରା ରହିଥାଏ । ଯଦି ଆପଣ ଏହା କରି ପାରିବେ ନାହିଁ ତେବେ ଆପଣ ଘରେ ସ୍ନାନ କରୁଥିବା ସାଧାରଣ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ପାରିବେ । ଯଦି ଆପଣଙ୍କୁ ରାତିରେ କୌଣସି ଖରାପ ସ୍ୱପ୍ନ ଆସୁଛି ତେବେ ରାତିରେ ଶୋଇବା ପୂର୍ବରୁ ଏକ ପାତ୍ରରେ ପାଣି ରଖି ସେଥିରେ ଦୁଇ ବୁନ୍ଦା ଗଙ୍ଗା ଜଳ ମିଶାଇ ରଖି ଦିଅନ୍ତୁ । ଯେତେବେଳେ ରାତିରେ ଭୟରେ ଉଠିବେ କିମ୍ବା ନିଦ ଭାଙ୍ଗିଯିବ ତେବେ ସେହି ପାଣିକୁ ପିଇ ପୁଣି ଶୋଇ ଯାଆନ୍ତୁ ।

ଏହାଦ୍ବାରା ଭୟ କିମ୍ବା ଖରାପ ସ୍ୱପ୍ନ ଭଳି ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ଘରେ ଥିବା ନକାରାତ୍ମକତା ମଧ୍ୟ ହୋଇଯିବ । ପ୍ଲାଷ୍ଟିକ ପାତ୍ରରେ କେବେ ଗଙ୍ଗା ଜଳ ରଖନ୍ତୁ ନାହିଁ ନଚେତ ଏହା ଦୂଷିତ ହୋଇଯିବ । ଏହାଦ୍ବାରା ରାହୁ ଦୋଷ ଉତ୍ପନ୍ନ ହୋଇଥାଏ । ଗଙ୍ଗା ଜଳକୁ ସର୍ବଦା ଅନ୍ୟ ଧାତୁର ପାତ୍ର କିମ୍ବା କାଚ ପାତ୍ରରେ ରଖି ପାରିବେ । ଘରର ବାଥରୁମ କିମ୍ବା ଶୋଇବା କକ୍ଷରେ ଗଙ୍ଗା ଜଳ ରଖନ୍ତୁ ନାହିଁ । ଗଙ୍ଗା ଜଳ ରଖୁଥିଲେ ମାଛ ମାଂସ ମଦିରାର ସେବନ କରନ୍ତୁ ନାହିଁ । କୌଣସି ନିଶା ଜିନିଷ ସେବନ କରିଥିଲେ ମଧ୍ୟ ଗଙ୍ଗା ଜଳକୁ ସ୍ପର୍ଶ କରନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *