Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ଚାରି ପ୍ରକାରର ଗଛ ରହିଲେ, ଦେଖା ଦେଇଥାଏ ଆର୍ଥିକ ସଂକଟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଧାର୍ମିକ ଓ ବାସ୍ତୁ ଶାସ୍ତ୍ର ଜ୍ଞାନ ସମାଜକୁ ପ୍ରଦାନ କରୁଥିଲେ। ଗଛଲତା ଲଗାଇବା ଦ୍ୱାରା ପରିବେଶ ସବୁଜମୟ ରହିବା ସହିତ ସୁସ୍ଥ ବାତାବରଣ ସୃଷ୍ଟି ହୋଇଥାଏ। ଘରେ ଗଛଲତା ଲଗାଇବା ଦ୍ୱାରା ଘରର ସୁନ୍ଦରତା ବୃଦ୍ଧି ହୋଇଥାଏ। କିନ୍ତୁ କିଛି ଏଭଳି ବୃକ୍ଷଲତା ରହିଛି, ଯାହା ଘରେ ବା ବଗିଚାରେ ରହିବା ଦ୍ୱାରା ଘରେ ଅଶାନ୍ତି ଓ ବିବାଦ ଲାଗି ରହେ।

ଏହାସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ।ବାସ୍ତୁ ଶାସ୍ତ୍ର ଅନୁସାରେ ଗଛ ମଧ୍ୟରେ ସକାରାତ୍ମକ ଗୁଣ ରହିଛି, ଯାହା ଆମ ଜୀବନ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ବାସ୍ତୁ ଦୋଷ ସୃଷ୍ଟି ହେବାର କାରଣ ଅନେକ ରହିଥାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରର ଆଖପାଖରେ ସର୍ବଦା କେଉଁ ଶୁଭ ଜାତୀୟ ଗଛ ଲଗାଇବା ଉଚିତ ଏବଂ କେଉଁ ଗଛ ଲଗାଇବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅଶୁଭ ଗଛ ଘରର ଆଖପାଖରେ ରହିଲେ ଘର ପାଇଁ ଅମଙ୍ଗଳ ହୋଇଥାଏ। ଶତ୍ରୁ ବୃଦ୍ଧି ହୋଇଥାନ୍ତି। ଆପଣଙ୍କର ସବୁ କାର୍ଯ୍ୟ ଅଟକି ରହିଥାଏ।ସର୍ବପ୍ରଥମେ ଘରର। ମୁଖ୍ୟ ଦୁଆରକୁ ସର୍ବଦା ପରିଷ୍କାର ରଖିବା ଉଚିତ। ଏହାସହିତ ଦୁଆର ମୁହଁରେ କୌଣସି ଗଛର ଛାୟା ପଡ଼ିବା ଅନୁଚିତ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଘରର ଆଖପାଖରେ କୌଣସି ଲତା ଜାତୀୟ ଗଛ ଘର ଉପରକୁ ମାଡ଼ିଯିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଲତା ଜାତୀୟ ଗଛ ଉପରୁ ତଳକୁ ମାଡ଼ିଥାଏ, ତାହେଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଘରର ଆଖପାଖରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ। କିନ୍ତୁ ଆପଣ କଦଳୀ ଗଛ ଲଗାଇ ପାରିବେ। ଦକ୍ଷିଣ ଦିଗରେ କଦାପି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ନଚେତ ସନ୍ତାନଙ୍କୁ କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ତୁଳସୀ ଗଛକୁ ଘରର ଅଗଣାରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଥସ୍କୁରଘର ସାମ୍ନାରେ କଦାପି ଶୌଚାଳୟ କରିବା ଉଚିତ ନୁହେଁ। ତେଣୁ ଏଭଳି ଭୁଲ କରିବାରୁ ସର୍ବଦା ବଞ୍ଚିତ ରୁହନ୍ତୁ। ନିଯାଘରେ ଶୁଭ ଗଛ ଆଣି ରୋପଣ କରନ୍ତୁ।

ଶୁଭ ଗଛ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି। ଧନଭଣ୍ଡାର ଘର ପରିପୂର୍ଣ୍ଣ ହୋଇ ଯାଇଥାଏ। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *