Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ଗଛ ହୋଇଥାଏ ଭୂତଙ୍କ ଘର । ଘର ପାଖରେ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ………..

ସେୟାର୍ କରନ୍ତୁ

କିଛି ଗଛଲତା ସକାରାତ୍ମକ ଶକ୍ତି ଆଣୁଥିବା ବେଳେ ଆଉ କିଛି ଗଛ ନକାରାତ୍ମକ ଶକ୍ତି ସୃଷ୍ଟି କରିଥାନ୍ତି । ପୂର୍ବପୁରୁଷ ମାନେ କହି ଆସୁଥିଲେ ଯେ କିଛି ଗଛରେ ଭୂତ ପ୍ରେତ ବାସ କରୁଥିବାରୁ ତାହା ଘର ପାଖରେ ରହିବା ମଧ୍ୟ ଉଚିତ ହୋଇ ନଥାଏ । ତେଣୁ ଘରେ କେଉଁ ଗଛ ରଖିବା ଉଚିତ ଏବଂ କେଉଁଟି ରଖିବା ଉଚିତ ନୁହେଁ ସେ ବିଷୟରେ ଭଲ ଭାବରେ ଜାଣିନେବା ଉଚିତ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି ଯେ କିଛି ଏପରି ଗଛ ଅଛି ଯାହାକୁ ଘରର ଆଖପାଖରେ ମଧ୍ୟ ଲଗାଇବା ଉଚିତ ନୁହେଁ । ଦ୍ୱିପ୍ରହର ପରେ ସେହି ଗଛ ପାଖକୁ ଯିବା ମଧ୍ୟ ବିପଦ ହୋଇଥାଏ ।

ଯାହାଦ୍ୱାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ସେହି ଗଛ ହେଉଛି ତେନ୍ତୁଳି ଗଛ । ତେନ୍ତୁଳି ଗଛ ଘର ସାମ୍ନାରେ କିମ୍ବା ଘର ପରିସରରେ ରହିଲେ ତାହା ଆକସ୍ମିକ ମୃତ୍ୟୁର କାରଣ ହୋଇଥାଏ । ମନୁଷ୍ୟ ଜାତକରେ ଗ୍ରହ ସ୍ଥିତି ଠିକ ରହିଥିଲେ ମଧ୍ୟ ଗୁରୁତର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଏହି ଗଛ ଅମ୍ଳଜାନ କମ ନିର୍ଗତ କରୁଥିବା ବେଳେ ଏଥିରେ ନକାରାତ୍ମକ ଶକ୍ତିର ଭଣ୍ଡାର ରହିଥାଏ । ଯେଉଁ ଘର ଉପରେ ତେନ୍ତୁଳି ଗଛର ଛାଇ କିମ୍ବା ପବନ ବାଜିଥାଏ ସେହି ଘର ଲୋକଙ୍କ ଠାରେ ନାନା ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ଏବଂ ସେମାନଙ୍କର ଉନ୍ନତି ହୋଇ ନଥାଏ । ଏହାଦ୍ବାରା ଘରେ କଳହ କ୍ଳେଶ ମଧ୍ୟ ଦେଖା ଦେଇଥାଏ ।

ତେନ୍ତୁଳି ଗଛରେ ଖରାପ ଆତ୍ମାର ବାସ ହୋଇଥାଏ । କାରଣ ତେନ୍ତୁଳି ଗଛର ଆଖପାଖ ବାତାବରଣରେ ଲୁଣ କିମ୍ବା ଅମ୍ଳତା ଅଧିକ ରହିଥାଏ । ଏହି ଗଛର କାଠ ଖୁବ ଶକ୍ତ ହୋଇଥାଏ କିନ୍ତୁ ଏହାକୁ ବ୍ୟବହାର କରି କୌଣସି ଆସବାବପତ୍ର ଜିନିଷ ବନାନ୍ତୁ ନାହିଁ । ଅଶ୍ୱତ୍ଥ ଗଛ ଖୁବ ଶୁଭ ହୋଇଥାଏ କାରଣ ଏହି ଗଛକୁ ପୂଜା କରାଯାଇଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଗଛ ଘରେ ଲଗାଇବା ଅଶୁଭ ହୋଇଥାଏ । ଯଦି ଘରେ ଅଶ୍ୱତ୍ଥ ଗଛ ହୁଏ ବଡ଼ ହେବା ପୂର୍ବରୁ ହିଁ ତାହାକୁ ହଟାଇ ଦିଅନ୍ତୁ । ଅଶ୍ୱତ୍ଥ ଗଛର ଛାୟା ଘର ଉପରେ ପଡ଼ିବା ଅଶୁଭ ହୋଇଥାଏ । ଏହି ଗଛକୁ ପୂଜା କଲେ ସବୁ ଗ୍ରହ ଦୋଷ ଦୂର ହୋଇଥାଏ ।

ଏହି ଗଛରେ ଅନେକ ଦେବଦେବୀଙ୍କ ବାସ ହୋଇଥାଏ । ଘର ଉପରେ ଏହି ଗଛର ଛାୟା ପଡ଼ିଲେ ସମସ୍ୟା ବଢ଼ିଯାଏ । ଯେଉଁ ଘର ଉପରେ ଅଶ୍ୱତ୍ଥ ଗଛର ଛାୟା ପଡ଼ିଥାଏ ସେହି ଘରର ଲୋକଙ୍କର ଆର୍ଥିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥାଏ । ବରକୋଳି ଗଛ ମଧ୍ୟ ଘର ପାଖରେ ରଖିବା ଉଚିତ ନୁହେଁ । ଏହି ଗଛରେ ଭୂତ ବାସ ହୋଇଥାଏ ବୋଲି କୁହାଯାଏ । ଏହାଦ୍ବାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *