Excuse Me Odisha

ଯାହା କହିବୁ ସତ କହିବୁ

ରାତାରାତି କୋଟିପତି ହେବାକୁ ଚାହୁଁଥିଲେ ସ୍ନାନ ସମୟରେ କରି ଦିଅନ୍ତୁ ଏହି ଉପାୟ । ମିଳିବ ଅଜସ୍ର ଟଙ୍କା ।

ସେୟାର୍ କରନ୍ତୁ

ଜୀବନରୁ ସମସ୍ୟାକୁ ଦୂର କରିବା ପାଇଁ ଅନେକ ଗୁଡ଼ିଏ ଉପାୟ ରହିଛି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଅତି ସହଜ ଉପାୟ ଦ୍ୱାରା ସମସ୍ୟାରୁ ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବୁ । ଏହିସବୁ ଉପାୟ ଦ୍ୱାରା ବ୍ୟକ୍ତି କୋଟିପତି ମଧ୍ୟ ହୋଇପାରେ । ପ୍ରାୟତଃ ମନୁଷ୍ୟ ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ଉଦ୍ୟମ କରିଥାଏ । କିନ୍ତୁ ତାହା ହୋଇ ନଥାଏ କାରଣ ମନୁଷ୍ୟ ଜୀବନର ସମସ୍ୟା ଗ୍ରହ ଚଳନ ଏବଂ ଗ୍ରହର ସ୍ଥିତି କାରଣରୁ ହିଁ ହୋଇଥାଏ । ଯାହାଦ୍ୱାରା ଲୋକ ମାନେ ଭଲ କର୍ମ କରିବା ପରେବି ଅଶୁଭ ଫଳାଫଳ ମିଳିଥାଏ । ହିନ୍ଦୁ ଧର୍ମରେ ସ୍ନାନର ଅନେକ ମହତ୍ତ୍ୱ ରହିଛି ଏବଂ ପ୍ରତିଦିନ ପ୍ରାତଃ କାଳରେ ସ୍ନାନ କରିବା ଦ୍ୱାରା ଶରୀରର ଶୁଦ୍ଧି ହୋଇଥାଏ ।

ସକାଳ ୪-୫ ମଧ୍ୟରେ ବ୍ରହ୍ମ ମୁହୂର୍ତ୍ତରେ ଭଗବାନଙ୍କ ନାମ ନେଇ ସ୍ନାନ କରିବା ସବୁଠାରୁ ଉତ୍ତମ ହୋଇଥାଏ । ତାହାକୁ ବ୍ରହ୍ମ ସ୍ନାନ କୁହାଯାଏ । ସୂର୍ଯ୍ୟ ଉଦୟ ପୂର୍ବରୁ ପବିତ୍ର ନଦୀ ସରୋବରରେ ଯେଉଁ ସ୍ନାନ କରାଯାଏ ତାହା ହେଉଛି ଦେବ ସ୍ନାନ । ସକାଳୁ ଭୋର ସମୟରେ ଆକାଶରେ ଯେତେବେଳେ ତାରା ଦେଖାଯାଏ ସେତେବେଳେ ସ୍ନାନ କଲେ ତାହାକୁ ଋଷି ସ୍ନାନ କୁହାଯାଏ । ସୂର୍ଯ୍ୟ ଉଦୟ ପୂର୍ବରୁ କରାଯାଉଥିବା ସାଧାରଣ ସ୍ନାନ ହେଉଛି ମାନବ ସ୍ନାନ । ଏହା ପରେ ଭୋଜନ ସରିବା ପରେ ଯେଉଁ ସ୍ନାନ କରାଯାଏ ତାହାକୁ ଦାନବ ସ୍ନାନ କୁହାଯାଏ । ଦାନବ ସ୍ନାନ ଜୀବନରେ ସମସ୍ୟା ଆଣିଥାଏ । ଉତ୍ତମ ସ୍ନାନ କହିଲେ ପ୍ରତ୍ୟେକ ଦିନ ମୁଣ୍ଡରେ ପାଣି ଦେଇ ସ୍ନାନ କରିବା ଉଚିତ ଯାହାକି ବ୍ରହ୍ମ ସ୍ଥାନ ଅଟେ । ଏହାଦ୍ବାରା ମୁଣ୍ଡର ଉଷ୍ମତା ମୁଣ୍ଡରୁ ଦେହ ହୋଇ ପାଦ ହୋଇ ବାହାରି ଯାଏ ।

କେହିବି ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ ନଚେତ ଏହାଦ୍ବାରା ଜଳ ଦେବୀଙ୍କୁ ଅପମାନ ହୋଇଥାଏ । ଏହାଦ୍ବାରା ଆଗାମୀ ଦିନରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ସ୍ନାନ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କଲେ ଗଙ୍ଗା ସ୍ନାନ ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ଋଦ୍ଧି , ସିଦ୍ଧି , ଯଶ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ସ୍ନାନର ତୁରନ୍ତ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କଲେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଏକ ତମ୍ବା ଲୋଟା ନେଇ ସେଥିରେ ନାଲି ଶୁଖିଲା ଲଙ୍କାର ୨୧ ଟି ମଞ୍ଜି ନେଇ ସୂର୍ଯ୍ୟ ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଅର୍ପଣ କରି ଦିଅନ୍ତୁ । ଏହାଦ୍ବାରା କରଜ ଜନିତ ସମସ୍ୟା ଦୂର ହୋଇଯିବ । ଘରେ କୌଣସି ପ୍ରକାରର ସ୍ଵାସ୍ଥ୍ୟ , କ୍ୟାରିଅର କିମ୍ବା ଆର୍ଥିକ ସମସ୍ୟା ଥିଲେ ରାତିରେ ଶୋଇବା ପୂର୍ବରୁ ଏକ ରୂପାର ପାତ୍ର ନେଇ ଦୁଇଟି କର୍ପୂର ନିଅନ୍ତୁ ଏବଂ ତାହାକୁ ଜଳାଇ ଦିଅନ୍ତୁ ।

ଏହି ଉପାୟକୁ ଲଗାତାର ୪୫ ଦିନ ପର୍ଯ୍ୟନ୍ତ କରି ସ୍ନାନ ପାଣିରେ ତାହାକୁ ମିଶାଇ ସ୍ନାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କ ଜୀବନରେ ଭୌତିକ ସୁଖର ଅଭାବ ରହିଛି ତେବେ ଶୁକ୍ର ଦୁର୍ବଳ ଥିବା କାରଣରୁ ଏପରି ହେଉଛି ବୋଲି ବୁଝି ଯାଆନ୍ତୁ । ଏମିତିରେ ଏକ ଲୋଟା ଜଳ ନେଇ ସେଥିରେ ଦୁଇଟି ବଡ଼ ଅଳେଇଚ ପକାଇ ସେହି ପାଣିକୁ ଫୁଟାଇ ନିଅନ୍ତୁ । ପାଣି ଅଧା ହୋଇଯିବା ପରେ ତାହାକୁ ସ୍ନାନ ପାଣିରେ ମିଶାଇ ଦିଅନ୍ତୁ । ‘ ଓଁ ଜୟନ୍ତୀ ମଙ୍ଗଳାକାରୀ ଭଦ୍ର କାଳୀ କପାଳିନି ଦୁର୍ଗା ସୀମା ଶିବା ଧାତ୍ରୀ ସ୍ୱଧା ସ୍ୱାହା ନମସ୍ତୁତେ ‘ ଏହି ମନ୍ତ୍ର ଜପ କରି ସ୍ନାନ କରି ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ କୋଟିପତି ମଧ୍ୟ ହୋଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *