Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୧୪ ପଣା ସଂକ୍ରାନ୍ତିରେ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ । ଏଇ ମାସରେ ମିଳିବ ପ୍ରଚୁର ଟଙ୍କା ।

ସେୟାର୍ କରନ୍ତୁ

ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ଆଉ ଚଳିତ ବର୍ଷ ପଣା ସଂକ୍ରାନ୍ତିରେ ଅନେକ ଶୁଭ ଅବସର ଆସିବାକୁ ଯାଉଛି । ଏହିଦିନ ଶ୍ରୀହନୁମାନଙ୍କୁ ଆରାଧନା କରି ଗୋଟିଏ ଖାସ ଗଛର ଚେର ଘରକୁ ନେଇ ଆସିଲେ ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯାଏ । ଶ୍ରୀହନୁମାନ ମହାଦେବଙ୍କ ଅବତାର ଅଟନ୍ତି । ତେଣୁ ସେ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । କହିରଖିବୁ ଯେ ଏହି ଗଛକୁ ଅନେକ ଲୋକ ଅଦରକାରୀ ଭାବିଥାନ୍ତି କିନ୍ତୁ ବାସ୍ତବରେ ଆୟୁର୍ବେଦିକ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗଛ ଅଟେ । ଏହାକୁ ବେକରେ ଏହି ପଣା ସଂକ୍ରାନ୍ତି ଠାରୁ ଧାରଣ କଲେ ଜୀବନର ସବୁ ଦୁଃଖ ଦୂର ହୋଇଯିବ ।

ଏହି ଗଛ ଏତେ ଚମତ୍କାରୀ ଯେ ତାହା କୌଣସି ବଡ଼ ବଡ଼ ରୋଗରୁ ଉପଶମ ପାଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦ୍ୱାରା ପୀଡ଼ିତ ହେଉଛନ୍ତି ତେବେ ତାହା ମଧ୍ୟ ଏହି ଗଛ ଦ୍ୱାରା କରାଯାଉଥିବା କିଛି ଖାସ ଉପାୟରେ ଦୂର କରାଯାଇ ପାରିବ । ଏହି ଗଛ ହେଉଛି ଅପାମାର୍ଗ ଯାହାକି ଓଡ଼ିଶାରେ ଅଧିକ ପରିମାଣରେ ଦେଖାଯାଏ । ଏହି ଗଛକୁ ଲୋକେ ଅନେକ ପରିମାଣରେ ଦେଖିଥିବେ ନିଶ୍ଚୟ କିନ୍ତୁ ଏହାର ଆୟୁର୍ବେଦିକ ଏବଂ ତାନ୍ତ୍ରିକ ଗୁଣ ବିଷୟରେ ଜାଣି ନଥିବେ । ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ପୂର୍ବରୁ ମୁନି ଋଷି ମାନେ ମାସ ମାସ ବର୍ଷ ବର୍ଷ ଧରି ଯେଉଁ ତପସ୍ୟା କରୁଥିଲେ ସେଥିରେ ପ୍ରୟୋଗ କରୁଥିଲେ ।

ଏହାର ମଞ୍ଜିରେ କ୍ଷୀରି ବନାଇ ଖାଇବା ଦ୍ୱାରା ଭୋକ ବହୁତ ବିଳମ୍ବରେ ଲାଗିଥାଏ । ଯାହାଦ୍ୱାରା ମୁନି ଋଷି ମାନେ ଅଧିକ ସମୟ ଧରି ଲଗାତାର ତପସ୍ୟା କରି ପାରୁଥିଲେ । ପ୍ରୋଟିନ ମାମଲାରେ ଏହି ଗଛ ଅତ୍ୟନ୍ତ ଭଲ ଅଟେ । ଏହାବ୍ୟତୀତ ଦାନ୍ତ ଜନିତ କୌଣସି ସମସ୍ୟା ଯେମିତିକି ଦାନ୍ତ ବିନ୍ଧା ଏବଂ ପୋକ ଲାଗିବା ଏଭଳି ସମସ୍ୟା ଏହି ଅପାମାର୍ଗ ଗଛ ଦ୍ୱାରା ଦୂର ହୋଇଯାଇ ପାରିବ । ତେଣୁ ଏହି ଗଛର ମୂଳକୁ ଆଣି ପନ୍ଦର ଦିନ ପର୍ଯ୍ୟନ୍ତ ଦାନ୍ତରେ ଘଷି ଦିଅନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ଆଣ୍ଠୁ ଗଣ୍ଠି ସମସ୍ୟା ଏବଂ ଦାନ୍ତ ହଳଦିଆ ପଡ଼ିବା ଭଳି ସମସ୍ୟା ଦୂର ହୋଇଯିବ । ତାନ୍ତ୍ରିକ ଫାଇଦା ଅନୁଯାୟୀ ଶତ୍ରୁ ଶକ୍ତି ଆପଣଙ୍କର କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିଲେ ତେବେ ଶନିବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଶନି ମନ୍ଦିରରେ ଶନିଙ୍କ ସାମ୍ନାରେ ବସି ଶନି ଚାଳିଶା ୫୧ ଥର ପାଠ କରିବା ପରେ ସେହି ମୂଳକୁ ଏକ ନାଲି କପଡ଼ାରେ ଗୁଡ଼ାଇ ଏପରି ଏକ ସ୍ଥାନରେ ରଖି ଦିଅନ୍ତୁ ଯେଉଁ ସ୍ଥାନକୁ କେହିବି ଯାଆସ କରୁ ନଥିବେ ।

ବ୍ୟାପାରରେ ଉନ୍ନତି ଚାହୁଁଥିଲେ ଶୁକ୍ରବାର ଦିନ ଏହି ଗଛର ମୂଳକୁ ଛିଡ଼ାଇ ଆଣି ଏକ ନାଲି କପଡ଼ା ଉପରେ ରଖି ତାହା ଉପରେ ଅଳ୍ପ ସିନ୍ଦୁର ପକାଇ ବାନ୍ଧି ଦିଅନ୍ତୁ ଏବଂ ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ । ଯଦି ଆପଣଙ୍କ ଉପରେ କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ହୋଇଛି ତେବେ ସୋମବାର ଦିନ ଏହି ଗଛର ମୂଳକୁ ସମ୍ପୂର୍ଣ୍ଣ ଛିଡ଼ାଇ ଆଣି ଧୋଇ ମହାଦେବଙ୍କ ସାମ୍ନାରେ ବସି ୧୦୦୧ ଥର ଓଁ ନମଃ ଶିବାୟ ମନ୍ତ୍ରର ଜପ କର ସେହି ମୂଳକୁ ଏକ ତାବିଜରେ ପୁରାଇ ବାହୁରେ କିମ୍ବା ବେକରେ ଧାରଣ କରନ୍ତୁ । ମଙ୍ଗଳବାର ଦିନଟି ହନୁମାନଙ୍କ ପ୍ରିୟ ତେଣୁ ଏହି ଦିନ ଏହି ଗଛକୁ ଉପାଡ଼ି ଆଣି ଏହାର ମୂଳକୁ ଧୋଇ ଶୁଖାଇବା ପରେ ପାଉଡ଼ର କରି ନିଜର ତିଳକ ଧାରଣ କରୁଥିବା ସିନ୍ଦୁରରେ ମିଶାଇ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଦୃଢ଼ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *