Excuse Me Odisha

ଯାହା କହିବୁ ସତ କହିବୁ

ଘରେ କାହିଁକି ଓ କେଉଁ ସ୍ଥାନରେ ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ!

ସେୟାର୍ କରନ୍ତୁ

ବନ୍ଧୁଗଣ ଲାଫିଙ୍ଗ ବୁଦ୍ଧକୁ ବହୁତ ଶୁଭ ମାନା ଯାଇଥାଏ। ଘରର ମୁଖ୍ୟ ଦୁଆର ସାମ୍ନାରେ ନିଶ୍ଚିତ ଭାବରେ ଲାଫିଙ୍ଗ ବୁଦ୍ଧ ରଖିବା ଆବଶ୍ୟକ। ଏହାଦ୍ବାରା ଘରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପ୍ରଥମ ନଜର ସେହି ଲାଫିଙ୍ଗ ବୁଦ୍ଧ ଉପରେ ପଡ଼ିବ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ସୁଖସମୃଦ୍ଧି ଆଣିବା ପାଇଁ ଆପଣଙ୍କୁ ନିଜ ଘରେ ହସୁ ଥିବାର ଲାଫିଙ୍ଗ ବୁଦ୍ଧ ରଖିବା ଉଚିତ। ଯଦି ଆପଣ ଏହାକୁ ନିଜ ଅଫିସରେ ରଖିବେ ତାହେଲେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ ଏବଂ ଆପଣଙ୍କର ଆମଦାନୀ ବୃଦ୍ଧି ହେବ।

ଯଦି ଆପଣ ଲାଫିଙ୍ଗ ବୁଦ୍ଧକୁ ନିଜ ଘରେ ବା ଅଫିସରେ ରଖୁଛନ୍ତି, ତାହେଲେ ଏହାକୁ କେବେବି ପୂଜା କରିବେ ନାହିଁ। କିନ୍ତୁ ପ୍ରତ୍ୟେକଦିନ ଏହାକୁ ଭଲଭାବରେ ସଫା କରି ରଖନ୍ତୁ। କହିବାକୁ ଗଲେ ପ୍ରତ୍ୟେକ ଘର ବାସ୍ତୁ ଅନୁସାରେ ନିର୍ମାଣ କରାଯାଇଥାଏ। କିନ୍ତୁ ସବୁ ଘରେ ବାସ୍ତୁ ଅନୁସାରେ ତିଆରି ହୋଇ ନଥାଏ। ଯାହାଦ୍ଵାରା ଘରେ ଅନେକ ବିପଦ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କର ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ରର କିଛି ଖାସ ନିୟମ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କଲେ ଆପଣ ସୁଫଳ ପାଇବେ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦୁଆର ପୂର୍ବ ଦିଗ ଆଡ଼କୁ ରହିବା ଆବଶ୍ୟକ।ଏହାଦ୍ବାରା ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ। ଘରର ରୋଷେଇ ଘରେ ଆଗ୍ନେୟ କୋଣରେ ରହିବା ଉଚିତ। କାରଣ ରୋଷେଇ ଘର ସବୁଠାରୁ ସକାରାତ୍ମକ ଓ ପବିତ୍ର ସ୍ଥାନ ଅଟେ। ଏଠାରେ ଦେବୀ ଲକ୍ଷ୍ମୀ ଓ ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। ଘରେ ଠାକୁର ଘର ନିଶ୍ଚିତ ଭାବରେ ସଠିକ ସ୍ଥାନରେ ନିର୍ମାଣ କରିବା ଉଚିତ। କାରଣ ଠାକୁର ଘରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ତେବେ ଐଶାନ୍ୟ କୋଣରେ ଠାକୁର ଘର ରହିବା ଶୁଭ ଅଟେ।

ସେହିପରି ଘରର ଦକ୍ଷିଣ ପଶ୍ଚିମ ଦିଗ ମଧ୍ୟଭାଗରେ ଶୌଚାଳୟ ନିର୍ମାଣ କରିବା ଉଚିତ। ଘରର ଅଗଣାରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାନ୍ତୁ। ଏହାଦ୍ବାରା ଘରେ ସୁଖସମୃଦ୍ଧି ବାସ କରିଥାଏ। ଏହାସହିତ ପ୍ରତ୍ୟେକ ଦିନ ପକ୍ଷୀ ମାନଙ୍କୁ ଦାନା ଓ ପଶୁ ମାନଙ୍କୁ ରୁଟି ଭାତ ଆଦି ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣ ପୁଣ୍ୟ ପ୍ରାପ୍ତି କରିବେ। ଘରକୁ ସୁନ୍ଦର ରୂପରେ ଗଢ଼ିବା ପାଇଁ ଆପଣଙ୍କୁ ବାସ୍ତୁ ଶାସ୍ତ୍ରକୁ ଅନୁସରଣ କରିବା ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *