Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀରେ ଧନ ପ୍ରାପ୍ତି କରିବାକୁ କରି ନିଅନ୍ତୁ ଏହି ସରଳ ଉପାୟ । କେବଳ ଫୁଲକୁ ନେଇ କରି ପାରିବେ ଉପାୟ ।

ସେୟାର୍ କରନ୍ତୁ

ଜବା କୁସୁମ ଅର୍ଥାତ ମନ୍ଦାର ଫୁଲ ଅନେକ ଦେବଦେବୀଙ୍କ ପାଖରେ ଲାଗିଥାଏ ଏବଂ ଏହି ଫୁଲ ମଙ୍ଗଳର ପ୍ରତୀକ ହୋଇଥାଏ । କୌଣସି ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ଦୋଷ ଥିଲେ ପ୍ରତ୍ୟେକ ମଙ୍ଗଳବାର ଶ୍ରୀହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ମଙ୍ଗଳ ଦୋଷର ନିବାରଣ ହୋଇଥାଏ । ଏହାଦ୍ବାରା ସମ୍ପତ୍ତି ମଧ୍ୟ ବଢ଼ିଥାଏ ।

ଯଦି ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ଘ୍ୟ ଦେବା ସମୟରେ ସେଥିରେ ମନ୍ଦାର ଫୁଲ ମିଶାଇ ଅର୍ପଣ କରନ୍ତି ତେବେ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ ଏବଂ ଆଖି ଓ ହାଡ଼ ଜନିତ ସମସ୍ୟା ଦୂର ହୋଇଥାଏ । ମାତା ଦୁର୍ଗାଙ୍କୁ ପ୍ରତ୍ୟେକ ଦିନ ଏହି ଫୁଲ ଅର୍ପଣ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ଶ୍ରୀଗଣେଶଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତି ତେବେ ଦୀର୍ଘାୟୁ ହେବା ସହିତ ଜୀବନରେ ଦୃଢ଼ତା ମଧ୍ୟ ଆସିଥାଏ ।

ମନ୍ଦାର ଫୁଲରେ ମାତା ଦୁର୍ଗାଙ୍କ ବାସ ହେବା ସହିତ ସବୁଜ ଅଂଶରେ ବୁଧ ଓ କେତୁ ଏବଂ ନାଲି ଅଂଶରେ ମଙ୍ଗଳଙ୍କ ବାସ ହୋଇଥାଏ । ଫୁଲର ମଝିରେ ଚନ୍ଦ୍ରମାଙ୍କ ବାସ ହୋଇଥାଏ । ଯଦି ଶତ୍ରୁ ବିରୋଧୀ ଅଧିକ ସମସ୍ୟା ସୃଷ୍ଟି କରୁଛନ୍ତି ତେବେ ମନ୍ଦାର ଫୁଲ ମହାଦେବଙ୍କୁ ଅର୍ପିତ କରି ପାରିବେ । ମହାଦେବଙ୍କୁ ମନ୍ଦାର ଫୁଲ ଅର୍ପିତ କଲେ ଶତ୍ରୁ ଶାନ୍ତ ହୋଇ ଯାଆନ୍ତି । ମାତା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ନବରାତ୍ରୀରେ ମାତାଙ୍କୁ ଏହି ମନ୍ଦାର ଫୁଲ ଅର୍ପିତ କଲେ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ମାତା ଦୁର୍ଗାଙ୍କୁ ମନ୍ଦାର ଫୁଲ ଅତି ପ୍ରିୟ ଅଟେ । ଏହାର ମଝିରେ ବ୍ରହ୍ମା ବିଷ୍ଣୁ ମହେଶ୍ବର ଏବଂ ସ୍ବୟଂ ଦୁର୍ଗା ବାସ କରନ୍ତି ।

ଯଦି ଆପଣ ନବରାତ୍ରୀରେ ମାତା ରାଣୀଙ୍କୁ ମନ୍ଦାର ଫୁଲ ମାଳା ଅର୍ପଣ କରନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । କିନ୍ତୁ ମନ୍ଦାର ଫୁଲ ମାଳା ବନାଇବା ସମୟରେ ମନ୍ତ୍ର ଉଚ୍ଚାରଣ ପରେ ହିଁ ଉଚିତ ସଂଖ୍ୟାରେ ମନ୍ଦାର ଫୁଲ ନେବା ଉଚିତ । ମନସ୍କାମନା ପୂରଣ କରିବା ପାଇଁ ୨୧ ଟି ମନ୍ଦାର ଫୁଲ କିମ୍ବା ୧୧ ଟି ଫୁଲ ନେଇ ମାଳା ବନାଇ ପାରିବେ ।

ଯଦି ଫୁଲ ନାହିଁ ତେବେ ୯ ଟି ଫୁଲ ନେଇ ମାଳା ବନାଇ ପାରିବେ । ମନ୍ଦାର ଫୁଲରେ ନଅ ଗ୍ରହର ବାସ ମଧ୍ୟ ହୋଇଥାଏ । ଏହି ଫୁଲର କେଶର ଅଂଶରେ ମଙ୍ଗଳ ଏବଂ ନାଲି ଅଂଶରେ ସୂର୍ଯ୍ୟ ଏବଂ ଅଙ୍କରଣରେ ଦେବଗୁରୁ ବୃହସ୍ପତିଙ୍କ ବାସ ହୋଇଥାଏ । ମଧ୍ୟରେ ରାହୁ ଏବଂ ଅନ୍ତିମ ଅଂଶରେ ଶନିଙ୍କ ବାସ ହୋଇଥାଏ । ନବରାତ୍ରୀର କୌଣସି ଦିନ ଯଦି ଆପଣ ମାତା ରାଣୀଙ୍କୁ ମନ୍ଦାର ଫୁଲ ମାଳା ପିନ୍ଧାଇ ଦେଲେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *