Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୮ ସୂର୍ଯ୍ୟପରାଗ । ସ୍ୱାମୀ ସ୍ତ୍ରୀ ନିଶ୍ଚୟ ଦେଖନ୍ତୁ । ଏହି ପାଞ୍ଚଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଏପ୍ରିଲ ୮ ତାରିଖ ସୋମବାର ଦିନ ପାଞ୍ଚଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି କାରଣ ଏହି ସୂର୍ଯ୍ୟ ପରାଗରେ କିଛି ଶୁଭ ସଂଯୋଗ ଘଟିବାକୁ ଯାଉଛି । ଏହି ରାଶି ମାନଙ୍କର ଭାଗ୍ୟ ପୁରାପୁରି ବଦଳିବାକୁ ଯାଉଛି ଏବଂ ଏମାନଙ୍କ ଜୀବନରେ ସୁଖ ସମୃଦ୍ଧି ଧନ ଦୌଲତ ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ଏହି ରାଶି ମାନେ ଏହି ସୂର୍ଯ୍ୟ ପରାଗ ପରେ ଯାହା ନିର୍ଣ୍ଣୟ ନେବେ ସେଥିରେ ସେମାନଙ୍କୁ କେବଳ ଲାଭ ହିଁ ଲାଭ ହେବ । ତେବେ ଚାଲନ୍ତୁ ଆପଣଙ୍କୁ ଏହି ସୂର୍ଯ୍ୟ ପରାଗ ସମୟରେ କରାଯାଉଥିବା କିଛି ଖାସ ଉପାୟ ବିଷୟରେ କହିବୁ । ଯଦି ଆପଣଙ୍କ ଜୀବନରେ ହଠାତ କିଛି ସମସ୍ୟା ଦେଖା ଦେଉଛି । ତାହା ବ୍ୟକ୍ତିଗତ ଜୀବନରେ ହେଉ କିମ୍ବା ବ୍ୟବସାୟରେ ହେଉ ତେବେ ଏହି ସୂର୍ଯ୍ୟ ପରାଗ ସମୟରେ କିଛି ଖାସ ଉପାୟ କରି ପାରିବେ ।

ବର୍ଷର ଏହି ପ୍ରଥମ ସୂର୍ଯ୍ୟ ପରାଗ କୌଣସି ସାଧାରଣ ପରାଗ ନୁହେଁ ବରଂ ଏହା ମହା ସୂର୍ଯ୍ୟ ପରାଗ ଅଟେ । ଯାହାକି ଏପ୍ରିଲ ୮ ଚୈତ୍ର ଅମାବାସ୍ୟା ଦିନ ଲାଗିବାକୁ ଯାଉଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ସମୟରେ ବାତାବରଣରେ ସବୁ ଦୈବିକ ଶକ୍ତିର ପ୍ରଭାବ ନିରର୍ଥକ ହୋଇଯାଏ । ଏପ୍ରିଲ ୮ ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ରାତି ୦୯.୦୮ ରୁ ଆରମ୍ଭ ହୋଇ ୦୨.୦୨ ରେ ସମାପ୍ତ ହେବ । ଏହା ଭାରତରେ ଦୃଶ୍ୟମାନ ହେବନାହିଁ କିନ୍ତୁ ଏହି ସମୟରେ କରାଯାଉଥିବା କିଛି ପ୍ରୟୋଗ ନିଶ୍ଚୟ ଫଳପ୍ରଦ ହେବ । କହି ରଖିବୁ ଯେ ସୂର୍ଯ୍ୟ ଗ୍ରହ ମନୁଷ୍ୟର ଜାତକରେ ଭାଗ୍ୟ ସ୍ଥିର କରିଥାଏ । ତେଣୁ ଜାତକରେ ସୂର୍ଯ୍ୟ ଉଚ୍ଚ ଥିଲେ ଜୀବନରେ କୌଣସି ସମସ୍ୟା ଦେଖା ଦେଇନଥାଏ ଏବଂ ଭାଗ୍ୟ ମଧ୍ୟ ପ୍ରବଳ ହୋଇଥାଏ ।

ସୂର୍ଯ୍ୟ ପରାଗ ସମୟରେ ରୋଷେଇ , କେଶ କାଟିବା କିମ୍ବା କୁଣ୍ଡାଇବା , ଧାରୁଆ ଅସ୍ତ୍ର ବର୍ଜନ , ଶାରୀରିକ ସମ୍ପର୍କ ବର୍ଜନ ଏହିସବୁ କାମ ଠାରୁ ନିବୃତ ରୁହନ୍ତୁ । ନଚେତ ଜୀବନରେ ଅନେକ ସମସ୍ୟା ସହିତ ଆର୍ଥିକ ସମସ୍ୟା ଦେଖା ଦେବ । ଯଦି ଆପଣଙ୍କର କରଜ ଜନିତ ସମସ୍ୟା କିମ୍ବା କୌଣସି ପ୍ରକାରର ଆର୍ଥିକ ସମସ୍ୟା ରହିଛି ତେବେ ଏପ୍ରିଲ ୮ ରେ ରାତି ୦୯.୦୮ ରେ ପରାଗ ଲାଗିବା ପରେ ଏକ ନାଲି କପଡ଼ା ନେଇ ସେଥିରେ ଡାହାଣ ହାତରେ ଲବଙ୍ଗ ରଖି ଏକ ପୁଟୁଳି ବନାଇ ଠାକୁର ଘରେ ରଖି ଦିଅନ୍ତୁ । ଆଗାମୀ ଦିନ ସକାଳୁ କୌଣସି ମନ୍ଦିର ଯାଇ କୌଣସି ଭିକ୍ଷୁକଙ୍କୁ ଦାନ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଯିବ । ଏହି ଉପାୟ ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହି ସୂର୍ଯ୍ୟ ପରାଗ କାରଣରୁ ଯେଉଁ ରାଶି ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି ତାହା ମଧ୍ୟରେ ସବୁଠାରୁ ଭାଗ୍ୟଶାଳୀ ରାଶି ହେଉଛି ମକର ରାଶି ।

ସୂର୍ଯ୍ୟ ପରାଗ ପରେ ନବ ଗ୍ରହର ସାଥ ମିଳିବ ଏବଂ ଭାଗ୍ୟ ପ୍ରବଳ ହୋଇଯିବ । ଆପଣଙ୍କୁ ଇଚ୍ଛା ମୁତାବକ ଚାକିରୀ ମିଳିବ । ଆଜି ରାଶି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ ସେଥିରୁ ମୁକ୍ତି ମିଳିବ । ବନ୍ଦ ହୋଇଥିବା ବ୍ୟବସାୟ ପୁଣି ଚାଲିବ ଏବଂ ଧନ ପ୍ରାପ୍ତି ହେବ । ନୂଆ ବ୍ୟାପାର କଲେ କେବଳ ସଫଳତା ହିଁ ମିଳିବ । ଏହାପରେ ଭାଗ୍ୟଶାଳୀ ରାଶି ହେଉଛି କନ୍ୟା ରାଶି ଯାହାଙ୍କ ଭାଗ୍ୟ ଏହି ସୂର୍ଯ୍ୟ ପରାଗ ପରେ ଚମକିବ । ବିଦେଶୀ ଯାତ୍ରାରେ ଯାଇପାରନ୍ତି ଏବଂ ରାଜନୈତିକ ଲାଭ ହେବାକୁ ଯାଉଛି । ସମାଜରେ ମାନ ସମ୍ମାନରେ ବୃଦ୍ଧି ହେବ । ଯଦି ଆପଣ ମେଷ ରାଶିର ବ୍ୟକ୍ତି ବିଶେଷ ଅଟନ୍ତି ଏବଂ ଦୀର୍ଘ ଦିନ ହେବ ଚାକିରୀ ପାଇଁ ପ୍ରସ୍ତୁତି କରୁଥିଲେ ତେବେ ଚାକିରୀ ପିଇବାର ଯୋଗ ସୃଷ୍ଟି ହେଉଛି । ମେଷ ରାଶିର ବ୍ୟକ୍ତିଙ୍କୁ ସୂର୍ଯ୍ୟ ପରାଗ ପରେ ଆକସ୍ମିକ ଧନ ପ୍ରାପ୍ତି ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *