Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ଗଛ ହୋଇଥାଏ ଭୂତର ଏକ ଘର । ଯଦି ଘର ପାଖରେ ଥାଏ ତେବେ ତୁରନ୍ତ ହଟାଇ ଦିଅନ୍ତୁ । ନଚେତ………

ସେୟାର୍ କରନ୍ତୁ

କିଛି ଗଛଲତା ସକାରାତ୍ମକ ଶକ୍ତି ସୃଷ୍ଟି କରୁଥିବା ବେଳେ ଆଉ କିଛି ଗଛ ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଯେଉଁ କାରଣରୁ ଘର ଆଖପାଖରେ କିଛି ଗଛ ରହିବା ମଧ୍ୟ ଖରାପ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଗଛ ଲତା ଲଗାଇବା ଏବଂ ରଖିବା ନେଇ ଅନେକ କିଛି ନିୟମ ଉଲ୍ଲିଖିତ ହୋଇଛି । ତେଣୁ କିଛି ଗଛ ଏପରି ଅଛି ଯାହାକୁ ଘରେ ଲଗାଇବା ଉଚିତ ନୁହେଁ । ଗୋଟିଏ ଏପରି ଗଛ ଅଛି ଯାହା ପାଖକୁ ଦ୍ୱିପ୍ରହର ୧୨ ପରେ ଯିବା ମଧ୍ୟ ଉଚିତ ନୁହେଁ । ଏହି ଗଛ ଦୁର୍ଭାଗ୍ୟର ସୂଚକ ଅଟେ । ଏହି ଗଛ ପାଖରେ ଅନ୍ୟ ଗଛ ମଧ୍ୟ ଠିକ ଭାବରେ ଜୀବିତ ରହିପାରେ ନାହିଁ । ସେହି ଗଛ ହେଉଛି ତେନ୍ତୁଳି ଗଛ । ଏହି ଗଛ ଘର ସାମ୍ନାରେ କିମ୍ବା ଆଖପାଖରେ ରହିଲେ ଆକସ୍ମିକ ମୃତ୍ୟୁ ହୋଇଥାଏ ।

ଆଉ ଯଦି ଗ୍ରହ ସ୍ଥିତି ଠିକ ରହିଛି ତେବେ ଗୁରୁତର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଏହି ଗଛ ଅମ୍ଳଜାନ କମ ନିର୍ଗତ କରୁଥିବା ବେଳେ ଏଥିରେ ନକାରାତ୍ମକ ଶକ୍ତିର ଭଣ୍ଡାର ରହିଥାଏ । ଯେଉଁ ଘର ଉପରେ ତେନ୍ତୁଳି ଗଛର ଛାୟା କିମ୍ବା ପବନ ବାଜିଥାଏ ସେହି ଘର ଲୋକଙ୍କର ନାନା ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ ଏବଂ ସେମାନଙ୍କର ଉନ୍ନତି ସୁଦ୍ଧା ହୋଇ ନଥାଏ ।

ଏହାଦ୍ବାରା ଘରେ କଳହ କ୍ଳେଶ ମଧ୍ୟ ଦେଖା ଦେଇଥାଏ । ତେନ୍ତୁଳି ଗଛରେ ଖରାପ ଆତ୍ମାର ବାସ ହୋଇଥାଏ । କାରଣ ତେନ୍ତୁଳି ଗଛର ଆଖପାଖ ବାତାବରଣରେ ଲୁଣ କିମ୍ବା ଅମ୍ଳତା ଅଧିକ ରହିଥାଏ । ଏହି ଗଛର କାଠ ଖୁବ ଶକ୍ତ ହୋଇଥାଏ କିନ୍ତୁ ଏହାକୁ ବ୍ୟବହାର କରି କୌଣସି ଆସବାବପତ୍ର ଜିନିଷ ବନାନ୍ତୁ ନାହିଁ ।

ଅଶ୍ୱତ୍ଥ ଗଛ ଖୁବ ଶୁଭ ହୋଇଥାଏ କିନ୍ତୁ ଏହା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଗଛ ଘରେ ଲଗାଇବା ଅଶୁଭ ହୋଇଥାଏ । ଯଦି ଘରେ ଅଶ୍ୱତ୍ଥ ଗଛ ହୁଏ ବଡ଼ ହେବା ପୂର୍ବରୁ ହିଁ ତାହାକୁ ହଟାଇ ଦିଅନ୍ତୁ । ଅଶ୍ୱତ୍ଥ ଗଛର ଛାୟା ଘର ଉପରେ ପଡ଼ିବା ଅଶୁଭ ହୋଇଥାଏ । ଏହି ଗଛକୁ ପୂଜା କଲେ ସବୁ ଗ୍ରହ ଦୋଷ ଦୂର ହୋଇଥାଏ । ଏହି ଗଛରେ ଅନେକ ଦେବଦେବୀଙ୍କ ବାସ ହୋଇଥାଏ । ଘର ଉପରେ ଏହି ଗଛର ଛାୟା ପଡ଼ିଲେ ସମସ୍ୟା ବଢ଼ିଯାଏ । ଯେଉଁ ଘର ଉପରେ ଅଶ୍ୱତ୍ଥ ଗଛର ଛାୟା ପଡ଼ିଥାଏ ସେହି ଘରର ଲୋକଙ୍କର ଆର୍ଥିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥାଏ । ବରକୋଳି ଗଛ ମଧ୍ୟ ଘର ପାଖରେ ରଖିବା ଉଚିତ ନୁହେଁ । ଏହି ଗଛରେ ଭୂତ ବାସ ହୋଇଥାଏ ବୋଲି କୁହାଯାଏ । ଏହାଦ୍ବାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *