Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରୀ ଆରମ୍ଭ ପୂର୍ବରୁ ଘରୁ ବହାର କରନ୍ତୁ ଏହି ପାଞ୍ଚଟି ଜିନିଷ । ନଚେତ ମାତାରାଣୀ ଘରେ କରିବେନି ପ୍ରବେଶ ।

ସେୟାର୍ କରନ୍ତୁ

ଚଳିତ ବର୍ଷର ଚୈତ୍ର ନବରାତ୍ରୀ ଏପ୍ରିଲ ୯ ରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ସେହି ଅବସରରେ ଘରେ କିଛି ଏଭଳି ଭୁଲ କରିବାକୁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ବାରଣ କରିବୁ । ଯାହାକୁ ଯଦି ଆପଣ ନମାନନ୍ତି ତେବେ ମାତା ଲକ୍ଷ୍ମୀ ସବୁ ଦିନ ପାଇଁ ଆପଣଙ୍କ ଘର ଛାଡ଼ିଦେବେ ଏବଂ ଆପଣଙ୍କ ଜୀବନରେ ନାନା ସମସ୍ୟା ଦେଖା ଦେବ । ନବରାତ୍ରୀ ପୂର୍ବରୁ ହିଁ ଘରକୁ ଏବଂ ଘରର ମନ୍ଦିରକୁ ପୁରା ପରିଷ୍କାର କରି ଦିଅନ୍ତୁ । ଘରର ପୂଜା ଘରେ କୌଣସି ଅନାବଶ୍ୟକ ମେଚିସ ବକ୍ସ ଏବଂ ଜଳି ଯାଇଥିବା ଦିଆସିଲି କାଠି ପଡ଼ିଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଯଦି ଆପଣ ଘରର ମନ୍ଦିରରେ କୌଣସି ଦେବଦେବୀଙ୍କର ଖଣ୍ଡିତ ମୂର୍ତ୍ତି ଅଛି ତେବେ ତାହାକୁ କୌଣସି ନଦୀ କିମ୍ବା ପୁଷ୍କରିଣୀରେ ପ୍ରବାହିତ କରି ଦିଅନ୍ତୁ ।

ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟଦ୍ୱାର ବିଷୟରେ ଅନେକ ଗୁରୁତ୍ୱ ପ୍ରତିପାଦନ କରାଯାଇଛି । ଘରର ମୁଖ୍ୟଦ୍ୱାରକୁ ପରିଷ୍କାର ରଖିବା ସହିତ ଏହାର ସାମ୍ନାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ଆଦୋୖ ରଖିବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଅପରିଷ୍କାର ପାଣି , ଆବର୍ଜନା , ଡଷ୍ଟବିନ , ବିଦ୍ୟୁତ ଖୁଣ୍ଟ , କୌଣସି ବଡ଼ ଗଛ ଆଦି ରହିବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଏହିସବୁ ଜିନିଷ ରହିଲେ ଘର ଭିତରକୁ ସକାରାତ୍ମକତା ପ୍ରବେଶ କରିପାରେ ନାହିଁ । ଯେଉଁ କାରଣରୁ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଭୁଲରେବି ଘରର ମୁଖ୍ୟଦ୍ୱାର ସାମ୍ନାରେ ଜୋତା ଚପଲ ରଖନ୍ତୁ ନାହିଁ । ନଚେତ ଏହାଦ୍ବାରା ପରିବାରର ମୁରବୀଙ୍କ ଉପରେ ସମସ୍ୟା ଦେଖା ଦେଇଥାଏ ।

ଘରର ମୁଖ୍ୟଦ୍ୱାରକୁ ଯଥା ସମ୍ଭବ ସଜାଇ ରଖନ୍ତୁ । ଏଥିପାଇଁ ଆପଣ ଅଶୋକ ପତ୍ର କିମ୍ବା ଆମ୍ବ ପତ୍ରର ବନ୍ଦନବାର ଲଗାଇ ପାରିବେ । ଘରର ମୁଖ୍ୟଦ୍ୱାର ଠାରୁ ଉଚ୍ଚ ରାସ୍ତା ଯେମିତି ନହୁଏ । ଘରର ମୁଖ୍ୟ ଦ୍ୱାରବନ୍ଧ ହିଁ ଅଧିକ ଉଚ୍ଚ ରହିବା ଉଚିତ । ଯାହାଦ୍ୱାରା ଘର ଭିତରକୁ ନକାରାତ୍ମକତା ପ୍ରବେଶ କରିବ ନାହିଁ । ଯଦି ତାହା ନହୁଏ ତେବେ ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର କିମ୍ବା ସିଡ଼ି ମଧ୍ୟ ରହିବା ଉଚିତ ନୁହେଁ । ନଚେତ କାର୍ଯ୍ୟରେ ସଫଳତା ମିଳିବାରେ ସମସ୍ୟା ହୋଇଥାଏ । ଘର ଉପରେ କୌଣସି ବଡ଼ ଗଛର ଛାୟା ଯେମିତି ନପଡ଼େ । ନଚେତ ଏହା ଘର ଉପରେ ନକାରାତ୍ମକତା ସୃଷ୍ଟି କରିଥାଏ ।

ଘରର ମୁଖ୍ୟଦ୍ୱାରରେ ମାତା ଲକ୍ଷ୍ମୀଙ୍କ ଫୋଟ ଲଗାନ୍ତୁ ନାହିଁ । ମାତା ଲକ୍ଷ୍ମୀଙ୍କ ଫୋଟକୁ ସର୍ବଦା ପୂଜା ଘରେ ସ୍ଥାପିତ କରିବା ଉଚିତ । ଘରର ଦ୍ୱାର ଘରର ସମ୍ପନ୍ନତା ବିଷୟରେ କହିଥାଏ । ତେଣୁ ଭୁଲରେବି ଘରର ଆଖପାଖରେ ଅଳିଆ ଆବର୍ଜନା ପକାଇବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଏଭଳି କିଛି ଗଛ ଲଗାନ୍ତୁ ନାହିଁ ଯାହାର ଫୁଲ ଗୋଟିଏ ଦିନରେ ମଉଳି ଯାଏ । ଏହାବ୍ୟତୀତ ଦୁର୍ଗନ୍ଧ ଯୁକ୍ତ ଫୁଲ ଗଛ ମଧ୍ୟ ଘରର ମୁଖ୍ୟଦ୍ୱାର ସାମ୍ନାରେ ଲଗାଯିବା ଉଚିତ ନୁହେଁ । ଘରର ମୁଖ୍ୟଦ୍ୱାରରେ ଛୋଟ ଛୋଟ ଘଣ୍ଟି ଲଗାଇଲେ ତାହାର ଶବ୍ଦ ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘର ସାମ୍ନାରେ ଭୁଲରେବି ଆଇନା ଲଗାନ୍ତୁ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *