Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦୁଇଟି ଜିନିଷ ସର୍ବଦା ରଖନ୍ତୁ ପକେଟରେ । ପୁରା ଦୁନିଆ ରହିବ ଆପଣଙ୍କ ପାଦ ତଳେ ।

ସେୟାର୍ କରନ୍ତୁ

ଜୀବନରେ ଅନେକ ସମୟରେ ଏକାଧିକ ସମସ୍ୟା ଏକା ସାଥିରେ ଆସିଥାଏ ଯାହାଦ୍ୱାରା ମନୁଷ୍ୟ ତାହାର ସମାଧାନ କିପରି କରିବ ତାହା ବୁଝି ପାରି ନଥାଏ । ତେବେ ସେହି ସବୁ ସମସ୍ୟାର ସମାଧାନ ସ୍ୱରୂପ ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ସ୍ୱୟଂ ମହାଦେବ ମାତା ପାର୍ବତୀଙ୍କୁ କହିଛନ୍ତି । ଯାହାକୁ ଉଚ୍ଚଟା ଗଛ କୁହାଯାଏ ଏବଂ ସ୍ଥାନ ଅନୁଯାୟୀ ଏହାର ଭିନ୍ନ ଭିନ୍ନ ନାମ ରହିଛି । ଏହି ଗଛର ଔଷଧୀୟ ଗୁଣ ସହିତ ଅନେକ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ବର୍ଷା ଋତୁରେ ଏହି ଗଛ ଅଧିକ ଦେଖାଯାଏ । ଏହି ଗଛର ମୂଳରେ ଖୁବ ଶକ୍ତି ରହିଛି । କେବଳ ସିଦ୍ଧ ହୋଇଯିବା ପରେ ଏହା ଆପଣଙ୍କ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତ କହିପାରେ ।

ତେବେ ଏହାକୁ ସିଦ୍ଧ କରିବା ପାଇଁ ଏହି ଗଛର ଟିକିଏ ମୂଳ ନିଅନ୍ତୁ ଏବଂ ତାସହିତ ନାଗଡୋନା ପ୍ଲାଣ୍ଟର ମୂଳ ନିଅନ୍ତୁ । ପୁଷ୍ୟ ନକ୍ଷତ୍ରରେ ନେଲେ ଏହା ଅଧିକ ଉତ୍ତମ ହୋଇଥାଏ । କିନ୍ତୁ ଏହାକୁ କେବଳ ପୂର୍ବରୁ ଜଳ ଅର୍ପଣ କରି ନିମନ୍ତ୍ରଣ ଦେଇ ଆଣି ପାରିବେ । ଏହାକୁ ଘରକୁ ଆଣି ସର୍ବପ୍ରଥମେ ସାଧାରଣ ପାଣିରେ ଏବଂ ତାପରେ ଗଙ୍ଗା ଜଳରେ ଧୋଇ ପରିଷ୍କାର କରି ଦିଅନ୍ତୁ ।

ଏହାପରେ ଦୁଇଟି ଗଛର ମୂଳକୁ ଧୂପ ଦିଅ ଦେଖାନ୍ତୁ । ସିନ୍ଦୁର ନେଇ ସେହି ଦୁଇଟି ଗଛର ମୂଳରେ ବୋଳି ଦିଅନ୍ତୁ ଏବଂ ତାହାକୁ ରୂପାର ତାବିଜରେ ଭରିବା ପରେ କଳା ସୂତା ନେଇ ହାତରେ ଧରି ବେକରେ କିମ୍ବା ଅଣ୍ଟାରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଭଗବାନଙ୍କ ଦର୍ଶନ ହୋଇଥାଏ ବୋଲି କୁହାଯାଏ ।

ଯଦି ଆପଣ ଏହି ଗଛର ମୂଳକୁ ରାତି ୧୨.୦୦ ରେ ମୁହଁରେ ଦବାଇ ରଖନ୍ତି ତେବେ ଭଗବାନଙ୍କ ଦର୍ଶନ ହୋଇଥାଏ ବୋଲି କୁହାଯାଏ । ଯଦି କୌଣସି କାମରେ ସଫଳ ହେଉ ନାହାଁନ୍ତି , ରାଜନୀତିରେ ସଫଳ ହେଉ ନାହାଁନ୍ତି , ପରୀକ୍ଷାରେ ସଫଳ ହେଉ ନାହାଁନ୍ତି କିମ୍ବା ଆର୍ଥିକ ସମସ୍ୟା ରହିଛି ତେବେ ଏହି ଦୁଇଟି ଗଛର ମୂଳକୁ ଏକ କଳା କପଡ଼ାରେ ବାନ୍ଧି ବାହୁରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ବ୍ୟାପାର , ବ୍ୟବସାୟ ଏବଂ ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ଏହି ଉପାୟକୁ ଆପଣ ଗୁରୁପୁଷ୍ୟ ନକ୍ଷତ୍ର କିମ୍ବା ରବିପୁଷ୍ୟ ନକ୍ଷତ୍ରରେ କରି ପାରିବେ । କାହାରି ନଜର ଦୋଷ ଥିଲେ ଏହି ଦୁଇଟି ଗଛର ମୂଳକୁ କଳା କପଡ଼ାରେ କିଛି କଳା ତିଳ ସହିତ ବାନ୍ଧି ବାମ ବାହୁରେ ଧାରଣ କରନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *