Excuse Me Odisha

ଯାହା କହିବୁ ସତ କହିବୁ

କଳିଯୁଗରେ ଭାଇ ବୋହୂ ଦେଢ଼ଶୁରଙ୍କୁ କାହିଁକି ଛୁଅଁନ୍ତି ନାହିଁ । କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ସେୟାର୍ କରନ୍ତୁ

ଆପଣ ମାନେ କେବେ ଜାଣିବାକୁ ଇଚ୍ଛା କରିଛନ୍ତି କି , ଜଗନ୍ନାଥ ଏବଂ ବଳଭଦ୍ରଙ୍କ ସହିତ ମାତା ଲକ୍ଷ୍ମୀ କାହିଁକି ପୂଜା ପାଆନ୍ତି ନାହିଁ ? କାହିଁକି ଭାଇ ବୋହୂ ଦେଢ଼ଶୁରଙ୍କୁ ଛୁଅଁନ୍ତି ନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ସବୁ ଦ୍ଵନ୍ଦର ଉତ୍ତର ଦେବୁ । ସୃଷ୍ଟିର ସଂରଚନା ଅନୁଯାୟୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ବିବାହ କରି ଲୋକମାତାଙ୍କ ଆସନ ଅଳଙ୍କୃତ କରିଛନ୍ତି । ବଳଭଦ୍ର ଶ୍ରୀଜଗନ୍ନାଥଙ୍କ ବଡ଼ ଭାଇ ହୋଇ ଥିବାରୁ ବଳଭଦ୍ର ମାତା ଲକ୍ଷ୍ମୀଙ୍କ ଦେଢ଼ଶୁର ଅଟନ୍ତି । ଶ୍ରୀ ଲକ୍ଷ୍ମୀପୁରାଣରେ ବଳରାମ ଦାସ ବର୍ଣ୍ଣନା କରିଛନ୍ତି ଯେ କଳିଯୁଗରେ ସବୁ ବଡ଼ ଭାଇ ସାନ ଭାଇ ପତ୍ନୀର ଦେଢ଼ଶୁର ଅଟନ୍ତି । ଦେଢ଼ଶୁରଙ୍କୁ ଛୁଇଁବାକୁ ବାରଣ ରହିଛି । ଏମିତିକି ବଡ଼ ଦେଉଳରେ ବଳରାମଙ୍କ ମନ୍ଦିର ମହାଲକ୍ଷ୍ମୀଙ୍କ ମନ୍ଦିର ଠାରୁ ଅନତି ଦୂରରେ ରହିଛି ।

ତେବେ ଏହାର କାରଣ ତ୍ରେତୟା ଯୁଗର ଶ୍ରୀରାମଙ୍କ କାହାଣୀ ସହିତ ସଂଯୁକ୍ତ ଅଟେ । ସେଥିରେ ବର୍ଣ୍ଣିତ ଲକ୍ଷ୍ମଣ ଚରିତ୍ର ସେବା ଏବଂ ବଳିଦାନର ପ୍ରତୀକ ଅଟେ । ନିଦ୍ରା ଦେବୀଙ୍କୁ ନିଦ୍ରା ଅର୍ପଣ କରି ପୁରା ବନବାସରେ ରାତିରେ ନଶୋଇ ସେ ନିଜ ଭାଇ ରାମଚନ୍ଦ୍ର ଏବଂ ଭାଉଜ ମାତା ସୀତାଙ୍କୁ ପହରା ଦେଉଥିଲେ । ଏମିତିକି ସେ କେବେ ମାତା ସୀତାଙ୍କ ମୁଖ ଦର୍ଶନ କରି ନଥିଲେ ।

ଏମିତିକି ସେ ମାତା ସୀତାଙ୍କୁ ଇଷ୍ଟ ଦେବୀଙ୍କ ସମ୍ମାନ ଦେଇ ତାଙ୍କ ଛୁଇଁ ନଥିଲେ । ସୀତାଙ୍କ ଅଗ୍ନି ପରୀକ୍ଷା ସମୟରେ ଲକ୍ଷ୍ମଣ କହିଥିଲେ ଯେ ଯଦି ସେ ବଡ଼ ଭାଇ ହୋଇଥାନ୍ତେ ତେବେ ଏହି ଅନ୍ୟାୟ ବିରୋଧରେ ଅସ୍ତ୍ର ଉଠାଇବାକୁ ମଧ୍ୟ ପଛାଇ ନଥାନ୍ତେ । ଆଉ ସେଥିପାଇଁ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଦ୍ଵାପର ଯୁଗରେ ବଡ଼ ଭାଇ ହେବାର ବରଦାନ ଦେଇଥିଲେ ।

ରାମଚନ୍ଦ୍ରଙ୍କ ଆଦେଶରେ ଲକ୍ଷ୍ମଣ ମାତା ସୀତାଙ୍କୁ ଘନ ବନାନୀ କୂଳରେ ଛାଡ଼ି ଦେଇ ଆସିବା ବେଳେ ମାତା ସୀତା ଲକ୍ଷ୍ମଣଙ୍କୁ କହିଥିଲେ ଯେ ତୁମ ବଡ଼ ଭାଇ ତୁମକୁ କଳ୍ପନାକୁ ପୂରଣ କରିଛନ୍ତି । ତୁମେ କଳିଯୁଗରେ ବଡ଼ ଭାଇ ହୋଇ ଜନ୍ମ ହେଲେ ମୋର ଦେଢ଼ଶୁର ହେବ । ତ୍ରେତୟାରେ ସୀତାଙ୍କୁ ଯେଉଁ ଭଳି ସମ୍ମାନ ଦେଇଛ ସେହିଭଳି ସୀତା କଳିଯୁଗରେ ସମ୍ମାନ ଦେବେ । ମୁଁ ମହାଲକ୍ଷ୍ମୀ ରୂପେ ତୁମ ମୁଖକୁ ଦର୍ଶନ କରିବି ନାହିଁ । ବଳଭଦ୍ର ହୋଇ ମହାଲକ୍ଷ୍ମୀ ଏବଂ ସାନ ଭାଇର କଳିରେ ସମାଧାନ କଲେ ଲକ୍ଷ୍ମୀ ତାଙ୍କ ପାଦକୁ ଦର୍ଶନ କରି ସମ୍ମାନ ଜଣାଇବେ । କଳିଯୁଗରେ ପ୍ରତ୍ୟେକ ଭାଇ ବୋହୂ ଦେଢ଼ଶୁରଙ୍କୁ ଏହିଭଳି ଭାବରେ ସମ୍ମାନ ଦେବେ । ତ୍ରେତୟା ଯୁଗରେ ମାତା ସୀତା ଲକ୍ଷ୍ମଣଙ୍କୁ ଦେଇଥିବା ବରଦାନ ଏବେ ପୂରଣ ହେଉଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *