Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ କରି ନିଅନ୍ତୁ ଏହି ପାଞ୍ଚଟି କାମ । ଚମକିବ ଆପଣଙ୍କ ଭାଗ୍ୟ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ପ୍ରତିଦିନ ସକାଳୁ କିଛି ଏପରି କାମ କରିବା ଉଚିତ ଯାହାଦ୍ୱାରା ଦିନଟି ଭଲ ହେବା ସହିତ ଭାଗ୍ୟ ମଧ୍ୟ ସୁଦୃଢ଼ ହେବ । ଏହାଦ୍ବାରା ସକାଳୁ ମିଳୁଥିବା କିଛି ଖାସ ସଙ୍କେତ ଯାହାଦ୍ୱାରା ସକାଳ ଅତ୍ୟନ୍ତ ସକାରାତ୍ମକ ଏବଂ ସୁଖଦ ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ । ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ମନୁଷ୍ୟର ହାତ ପାପୁଲିରେ ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ହାତ ପାପୁଲିକୁ ଘଷି ମୁହଁ ଯାକ ବୁଲାଇଲେ ଜୀବନରେ ସକାରାତ୍ମକତା ଆସିଥାଏ । ଏହି ସମୟରେ ଏକ ମନ୍ତ୍ର ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳେତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ । ” ଜପ କରନ୍ତୁ ।

ଏହାଦ୍ବାରା ଦିନର ଆରମ୍ଭ ଭଲ ହୋଇଥାଏ । ଏହାପରେ ଭୂମି ମାତାକୁ ପ୍ରଣାମ କରି ଭୂଇଁରେ ପାଦ ରଖନ୍ତୁ । ଭୂମି ମାତାଙ୍କୁ ନେଇ ଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରାଯାଇଛି । କୁହାଯାଏ ସେ ରାତିରେ ଆମ ଶରୀରର ତାପମାତ୍ରା କମି ଯାଇଥାଏ । ସକାଳୁ ଭୂଇଁ ଉପରେ ପାଦ ରଖିଲେ ଶରୀରର ତାପମାତ୍ରା ଠିକ ହୋଇଯାଏ ।

ସକାଳୁ ଉଠିବା ମାତ୍ରେ ପୂଜାରେ ଶଙ୍ଖ , ଘଣ୍ଟା ଧ୍ୱନି ଶୁଣାଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଜୀବନରେ ନକାରାତ୍ମକତା ଆସିବା ସହିତ ଦିନର ଆରମ୍ଭ ଭଲ ହୋଇଥାଏ । ସକାଳୁ ଉଠି ଆଇନାରେ ମୁହଁ ଦେଖିବା ଅଭ୍ୟାସ ଥିଲେ ତାହାକୁ ଦୂର କରି ଦିଅନ୍ତୁ । କାରଣ ରାତିରେ ଶୋଇବା ବେଳେ ଚେହେରାରେ ନକାରାତ୍ମକ ଶକ୍ତି ଅଧିକ ରହିଥାଏ ।

ସକାଳୁ ଉଠିବା ମାତ୍ରେ ବିନା ମୁହଁ ସଫା କରି ଚା’ ପିଇବା ଉଚିତ ନୁହେଁ । ଏହାଦ୍ବାରା ଶରୀର ଉପରେ ରାହୁ କେତୁଙ୍କ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ନିଜ ବେଡ଼ ରୁମରେ କେବେ ହିଂସ୍ର ଜୀବଜନ୍ତୁଙ୍କ ଫୋଟ ଲଗାନ୍ତୁ ନାହିଁ । ଏହାଦ୍ବାରା ଜାତକରେ ଗ୍ରହ ସ୍ଥିତି ବିଗିଡ଼ି ଯାଏ ଏବଂ ମନ ଭଲ ରହେନାହିଁ । ନକାରାତ୍ମକ ଖବର ଆଦି ଶୁଣନ୍ତୁ ନାହିଁ ନଚେତ ଦିନର ଆରମ୍ଭ ଖରାପ ଢ଼ଙ୍ଗରେ ହୋଇଥାଏ । ସକାଳୁ ସ୍ନାନ ସମୟରେ ସ୍ନାନ ପାଣିରେ ହଳଦୀ କିମ୍ବା ତିଳ ମିଶାଇ ସ୍ନାନ କରନ୍ତୁ । କିମ୍ବା ଲୁଣ ଏକ ଚିମୁଟା ମିଶାଇ ସ୍ନାନ କରି ପାରିବେ । ଏହାପରେ ଦୀପ ଜାଳି ଭଗବାନଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ଦିନର ଆରମ୍ଭ ଭଲ ହେବା ସହିତ ପୁରା ଦିନ ଭଲରେ କଟିବ । ଏଭଳି ନିତ୍ୟ ଆଚରଣରେ ଜୀବନରେ ସୁଖ ସମୃଦ୍ଧି ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *