Excuse Me Odisha

ଯାହା କହିବୁ ସତ କହିବୁ

ଘର ପାଖରେ ଥିବା ଏହି ଗଛ କାରଣରୁ ହୋଇଥାଏ ଅକାଳ ମୃତ୍ୟୁ । ଆଜିହିଁ ଦେଖିଲେ ଉପାଡ଼ି ଫିଙ୍ଗି ଦିଅନ୍ତୁ ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ଅନେକ କିଛି ଏପରି ନିୟମ କୁହାଯାଇଛି ଯାହାକି ଘରର ଭିତର ବ୍ୟତୀତ ଘର ବାହାରର କିଛି ଜିନିଷକୁ ନେଇ ଉଲ୍ଲେଖ କରାଯାଇଛି । ପ୍ରାୟତଃ ଅଧିକାଂଶ ବୃକ୍ଷର ଅନେକ ଖାସ ମହତ୍ତ୍ୱ ରହିଛି କିନ୍ତୁ ନିୟମ ଅନୁଯାୟୀ ତାହାକୁ ଠିକ ସ୍ଥାନରେ ଲଗାଯିବା ମଧ୍ୟ ଜରୁରୀ ଅଟେ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘରର ଆଖପାଖରେ କିମ୍ବା ସାମ୍ନାରେ କିଛି ଗଛ ରହିଲେ ତାହା ଘର ଘରର ସଦସ୍ୟଙ୍କ ଜୀବନ ନଷ୍ଟ କରିଦିଏ । ଘରର ପ୍ରବେଶ ଦ୍ୱାରରେ କୌଣସି ପ୍ରକାରର ଗଛ ରହିବା ଉଚିତ ନୁହେଁ । ଯାହାଦ୍ୱାରା ପରିବାର ଲୋକଙ୍କୁ ସବୁବେଳେ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଦ୍ୱାର ସାମ୍ନାରେ କୋଣ , ଗୋଲେଇ ଏବଂ ଖମ୍ବ ରହିବା ମଧ୍ୟ ଭଲ ହୋଇ ନଥାଏ ।

ଘର ସାମ୍ନାରେ ପଳାସ ଗଛ ଥିଲେ ଘରର ମୁରବୀ ସବୁବେଳେ ପରାଜୟ ହୋଇଥାନ୍ତି । ସେହିଭଳି ଦ୍ୱାର ସାମ୍ନାରେ ତେନ୍ତୁଳି ଗଛ ଥିଲେ ଅକାଳ ମୃତ୍ୟୁ , ଅଶ୍ୱତ୍ଥ ଗଛ ଥିଲେ ଭୂତ ପ୍ରେତ ରହିଥାଏ । ଘର ଉପରେ କୌଣସି ଗଛରେ ଛାଇ ପଡ଼ୁଥିଲେ ସେହି ଘର ଉପରେ ନିଦ୍ରା ଦେବୀଙ୍କର ଶାସନ ବଜାୟ ରହିଥିଲେ । ଏଭଳି ଘରେ ରହୁଥିବା ଲୋକଙ୍କର ଦେହ ସବୁବେଳେ ଖରାପ ରହିଥାଏ । ଘର ସାମ୍ନାରେ ସେହି ଗଛ ରଖନ୍ତୁ ନାହିଁ ଯେଉଁ ଗଛରୁ କ୍ଷୀର ବାହାରି ଥାଏ । ଖଜୁରୀ , ବାଦାମ , ଅଙ୍ଗୁର ଆଦି ଜିନିଷ ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ । ବର ଗଛ ଏବଂ ଚନ୍ଦନ ଗଛ ଘର ସାମ୍ନାରେ ନଲଗାଇ ଘରର ପାଖରେ ଲଗାଇ ପାରିବେ ।

କିଛି ଗଛ ଅଛି ଯାହା ଘରର ସାମ୍ନାରେ କିମ୍ବା ଆଖପାଖରେ ଲଗାଇବା ଭଲ ହୋଇଥାଏ । ବାସ୍ତୁ ଅନୁଯାୟୀ ଘର ସାମ୍ନାରେ କିମ୍ବା ଆଖପାଖରେ ତୁଳସୀ ଗଛ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘର ଉପରେ ସର୍ବଦା ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ପଡ଼ିଥାଏ । ଏହି ଗଛ ସବୁ ପ୍ରକାରର ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । କିନ୍ତୁ ତୁଳସୀ ଗଛକୁ ଭୁଲରେବି ଘରର ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ । ତୁଳସୀ ଗଛ ବ୍ୟତୀତ ଘରର ସାମ୍ନାରେ କିମ୍ବା ଆଖପାଖରେ ବେଲ ଗଛ ରଖିବା ଉଚିତ । ବେଲ ଗଛ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।

ଯେଉଁ ଘର ସାମ୍ନାରେ ଏହି ଗଛ ରହିଥାଏ ସେହି ଘରେ କେବେବି ଧନର ଅଭାବ ରହେନାହିଁ । ବେଲଗଛକୁ ସକାଳ ଏବଂ ସନ୍ଧ୍ୟାରେ ଦର୍ଶନ କରିବା ଦ୍ୱାରା ଜାଣଅଜାଣତରେ ହେଉଥିବା ଭୁଲ ନଷ୍ଟ ହୋଇଥାଏ । ସେହିଭଳି ଘର ଚାରି ପାଖରେ ଶମୀ ବୃକ୍ଷ , ଅଶ୍ୱଗନ୍ଧା , ଅଁଳା ଗଛ ଆଦି ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସବୁ ଗଛକୁ ଘର ପାଖରେ ଲଗାଇବା ବାସ୍ତୁ ଅନୁଯାୟୀ ଉଚିତ ହୋଇଥାଏ ଏବଂ ଏହିସବୁ ଗଛକୁ ବାସ୍ତୁ ଅନୁଯାୟୀ ପୂଜା କରିବାର ମଧ୍ୟ ବିଧାନ ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *