Excuse Me Odisha

ଯାହା କହିବୁ ସତ କହିବୁ

ଘରେ ରଖୁଥିବା ଏହିକିଛି ଜିନିଷ ହୋଇଥାଏ ଅଶୁଭ । ଟଙ୍କାକୁ ପାଣି ଭଳି ବୋହାଇ ଦିଏ । ଆପଣଙ୍କ ଘରେବି ଅଛି କି ???

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ଉଲ୍ଲିଖିତ ଥିବା କିଛି ଖାସ ନିୟକ ଏବଂ ଉପାୟକୁ ମନୁଷ୍ୟ ଠିକ ଭାବରେ ପାଳନ କରି ନିଜ ଜୀବନ ଏବଂ ଭାଗ୍ୟକୁ ବଦଳାଇ ପାରିବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଏପରି ଜିନିଷ ଅଛି ଯାହାକୁ ରଖିବା ଉଚିତ ହୋଇ ନଥାଏ । ଏହାଦ୍ବାରା ଘରର ଉନ୍ନତି ସୁଖ ଶାନ୍ତି ଦୂର ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିଭଳି କିଛି ସମସ୍ୟା ଏବଂ ସେଥିରୁ ନିର୍ଯାତ ପାଇବା ପାଇଁ କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ଘରେ ଭଙ୍ଗା ଜିନିଷ ଏବଂ ପୁରୁଣା ଘଡ଼ି ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସପ୍ତାହରେ ଥରେ ଘରୁ ବୁଢ଼ିଆଣି ଜାଲ ହଟାଇ ଦିଅନ୍ତୁ । କାରଣ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

ଘରେ ଆଲମାରୀ ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ଠିକ କରାଇ ନିଅନ୍ତୁ । ନଚେତ ଘରେ ଆର୍ଥିକ ସମସ୍ୟା ଦେଖା ଦେବ । ଘରେ ସାଜ ସଜ୍ଜା ପାଇଁ କିଛି ଫୋଟ କାନ୍ଥରେ ଲଗାଉଥିଲେ ନକାରାତ୍ମକ ଶକ୍ତି ସୃଷ୍ଟି କରୁଥିବା ଭଳି ଫୋଟ ଲଗାନ୍ତୁ ନାହିଁ । ଯେମିତିକି ଭଗବାନଙ୍କ କ୍ରୋଧିତ ଫୋଟ , ଭାଙ୍ଗି ଯାଇଥିବା ଠାକୁର ମୂର୍ତ୍ତି , ଜାହାଜ ଫୋଟ , କଣ୍ଟା ଜାତୀୟ ଗଛର ଫୋଟ , ମହାଭାରତ ସମ୍ବନ୍ଧୀୟ ଫୋଟ , ଯୁଦ୍ଧ ଫୋଟ ଆଦି ରଖନ୍ତୁ ନାହିଁ ।

ଜଣେ ଦେବତାଙ୍କର ଏକାଧିକ ମୂର୍ତ୍ତି କିମ୍ବା ଫୋଟ ରଖିବା ମଧ୍ୟ ଭଲ ହୋଇ ନଥାଏ । ବିନା କିଛି ଜ୍ଞାନରେ କୌଣସିବି ରଙ୍ଗର ଜିନିଷ ରଖନ୍ତୁ ନାହିଁ କାରଣ ତାହାର ତରଙ୍ଗ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ପାରେ । ପୁରୁଣା ଅଦରକାରୀ ଜୋତା ଚପଲ ଏବଂ ଚିଣ୍ଡା ପୋଷାକ ମଧ୍ୟ ଲୋକେ ଘରେ ରଖି ଦିଅନ୍ତି ।

ଯାହାଦ୍ୱାରା ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ପିତୃ ଦୋଷ ମଧ୍ୟ ଲାଗିଥାଏ । ପ୍ରତ୍ୟେକ ଶନିବାର ଦିନ ଯଦି ଆପଣ କୌଣସି ଦାରିଦ୍ର୍ୟ ଏବଂ ଅଭାବୀଙ୍କୁ କିଛି ଦାନ କରନ୍ତି ଏବଂ ଭୋଜନ କରାନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଭୋଜନ କରିବା ସମୟରେ ଶାସ୍ତ୍ରରେ ବର୍ଣ୍ଣିତ କିଛି ନିୟମର ପାଳନ କରିବା ମଧ୍ୟ ନିହାତି ଜରୁରୀ ଅଟେ । ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ ଏବଂ ସୁସଜ୍ଜିତ ରଖନ୍ତୁ । ଏହାବ୍ୟତୀତ ଆପଣଙ୍କ ଘରେ ଯଦି ଟ୍ୟାପରୁ ପାଣି ଝରୁଛି ତେବେ ତୁରନ୍ତ ତାହାର ମରାମତି କରାଇ ନିଅନ୍ତୁ । ଘରର ଉତ୍ତର ଦିଗରେ ମାଟି କଲସି ରଖିବା ଅତ୍ୟନ୍ତ ଶୁଭ ଦାୟକ ଅଟେ । ଏହାଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଘରର ସାଜସଜ୍ଜା ପାଇଁ ଯଦି ଆପଣ ମାଟିର ଜିନିଷକୁ ବ୍ୟବହାର କରନ୍ତି ତେବେ ଘରେ ସୁଖ ଶାନ୍ତି ସମୃଦ୍ଧି ରହେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *