Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ଏପ୍ରିଲ ୮ ରେ ହେବ ସୂର୍ଯ୍ୟ ପରାଗ । କେବଳ ଘରକୁ ନେଇ ଆସନ୍ତୁ ଏହି ଚେର ।

ସେୟାର୍ କରନ୍ତୁ

ଆସନ୍ତା ଏପ୍ରିଲ ୮ ରେ ସୂର୍ଯ୍ୟ ପରାଗ ପଡ଼ିବାକୁ ଯାଉଛି । ଯେଉଁଦିନକୁ କିଛି କାରଣରୁ ଅତ୍ୟନ୍ତ ଖାସ କୁହାଯାଇ ପାରେ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ସୂର୍ଯ୍ୟ ପରାଗ ଦିନ କରି ଦିଅନ୍ତି ତେବେ ଆପଣଙ୍କର ସବୁ ଦୁଃଖ ଦାରିଦ୍ର୍ୟତା ସମସ୍ୟା ଦୂର ହୋଇଯିବ । କେବଳ ଆପଣଙ୍କୁ ଏକ ବିଶେଷ ଗଛର ଚେରକୁ ଆଣି ବେକରେ ଧାରଣ କରିବାକୁ ପଡ଼ିବ । ଆମେ ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଅପାମାର୍ଗ ଗଛ । ଯାହାର ଅନେକ ଧାର୍ମିକ ଏବଂ ଆୟୁର୍ବେଦିକ ଗୁଣ ରହିଛି । ଏହି ଗଛରେ ସ୍ୱୟଂ ଭଗବାନ ମହାଦେବ , ଶନିଦେବ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏହି ଗଛ ସାଧରଣତଃ ଓଡ଼ିଶାରେ ପ୍ରଚୁର ମାତ୍ରାରେ ଦେଖାଯାଏ ।

ଏହି ଗଛର ଉପଯୋଗ କରି ଆପଣ ଧନ ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏହି ଗଛର ବୀଜ ଓଲଟା ଥିବାରୁ ଏହାକୁ ଅପାମାର୍ଗ କୁହାଯାଏ । କିନ୍ତୁ ସ୍ଥାନ ଅନୁଯାୟୀ ଏହାର ନାମ ମଧ୍ୟ ଭିନ୍ନ ଭିନ୍ନ ରହିଛି । ବାସ୍ତୁ ଶାସ୍ତ୍ରର ବନସ୍ପତି ଜ୍ଞାନର ଅଧ୍ୟାୟ ନମ୍ବର ୫୧ ରେ ଏହା ଉଲ୍ଲିଖିତ ହୋଇଛି ଯେ ଏହି ଗଛର ବୀଜକୁ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ କ୍ଷୀରି ବନାଇ ସେବନ କରୁଥିଲେ ।

ଯାହାଦ୍ୱାରା ଧ୍ୟାନ ଏବଂ ଦୀର୍ଘଦିନ ଧରି ତପସ୍ୟା କରିବା ସମୟରେ ସେମାନଙ୍କୁ ଭୋକ ବିଳମ୍ବରେ ଲାଗୁଥିଲା । ଏହି ଗଛର ସେବନ କଲେ ଶରୀରରେ ପୋଷାକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଏହି ଗଛ ଉପରେ କିଛି ବୁନ୍ଦା ଅମୃତ ପଡ଼ିଥିଲା ବୋଲି କୁହାଯାଏ । ଏହି ଗଛର ମୂଳରେ ମାତା ଗଙ୍ଗା ବାସ କରନ୍ତି ବୋଲି କୁହାଯାଏ ।

ଯଦି ଆପଣଙ୍କ ଦାନ୍ତ ମାଢ଼ିରେ ଯନ୍ତ୍ରଣା ଅନୁଭୂତ ହେଉଛି ଏବଂ ପିଇରିଆ ସମସ୍ୟା ରହିଛି ତେବେ ଏହି ଗଛର ମୂଳରେ ଦାନ୍ତ ଘୋଷନ୍ତୁ । ଦାନ୍ତ ଜନିତ କୌଣସିବି ସମସ୍ୟା ଥିଲେ ଏହି ଗଛ ଦ୍ୱାରା ତାହା ସବୁ ଦୂର ହୋଇଯିବ । ଯଦି ଆପଣଙ୍କ ଆଣ୍ଠୁ କିମ୍ବା କୌଣସି ପ୍ରକାରର ଗଣ୍ଠି ଯନ୍ତ୍ରଣା ରହିଛି ତେବେ ଏହି ଅପାମାର୍ଗ ଗଛର ମୂଳ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ଯଦି ଆପଣଙ୍କର ଶତ୍ରୁ ଜନିତ ସମସ୍ୟା ରହିଛି ତେବେ ଶନିବାର ଦିନ ଏହି ଗଛର ବୀଜକୁ ଛିଡ଼ାଇ ଆଣନ୍ତୁ ଏବଂ ତାହାକୁ ଶନିଦେବଙ୍କ ସାମ୍ନାରେ ଏକ ନାଲି କପଡ଼ାରେ ବାନ୍ଧି ଶନି ଚାଳିଶା ୫୧ ଥର ପାଠ କରି ଦିଅନ୍ତୁ । ତାହାକୁ ନେଇ ଏକ ନିର୍ଜନ ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଓଲଟା ଶତ୍ରୁ ଶାନ୍ତ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *