Excuse Me Odisha

ଯାହା କହିବୁ ସତ କହିବୁ

ମାତା ଲକ୍ଷ୍ମୀ ଖୁସି ହୋଇ ଦିଅନ୍ତି ଏହି ୧୧ ଟି ସଙ୍କେତ । ଏଥିରୁ ଗୋଟିଏବି ମିଳିଲେ ହେବ ଧନ ପ୍ରାପ୍ତି ।

ସେୟାର୍ କରନ୍ତୁ

ସଂସାରରେ ମନୁଷ୍ୟ ପାଇଁ ଅତି ଆବଶ୍ୟକୀୟ ଜିନିଷ ହେଉଛି ଅର୍ଥ । ଆଉ ଅର୍ଥ ପାଇଁ ମନୁଷ୍ୟ ଖୁବ ପରିଶ୍ରମ କରିଥାଏ । ଆଉ ଏଥିପାଇଁ ଲୋକେ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରନ୍ତି କାରଣ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ମାତ୍ରେ ଆମକୁ ଶୁଭ ସଙ୍କେତ ଦେଇଥାନ୍ତି । ଯେଉଁ ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କହିବୁ । ସବୁଜ ରଙ୍ଗ ସମୃଦ୍ଧିର ପ୍ରତୀକ ଅଟେ । ତେଣୁ ଯଦି ଆପଣ ସବୁଠି ସବୁଜ ରଙ୍ଗ ଦେଖୁଛନ୍ତି ଏବଂ ଏହି ରଙ୍ଗ ଆପଣଙ୍କୁ ଅଧିକ ଆକର୍ଷିତ କରୁଛି ତେବେ ବୁଝି ଯାଆନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏହିପରି ସମୟରେ ଧନର ଆଗମନ ମଧ୍ୟ ହୋଇଥାଏ ।

ଯଦି ସକାଳୁ ହଠାତ ଆପଣଙ୍କୁ ନିଜ ଆଖପାଖରେ ଆଖୁ ଦେଖିବାକୁ ମିଳୁଛି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ଏହି ଆଖୁ ରସକୁ ଗଣେଶଙ୍କୁ ଅର୍ପିତ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ହଠାତ ଘର ସାମ୍ନାରେ ଗାଈ ଦେଖିଲେ ଜାଣି ଯାଆନ୍ତୁ ଯେ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଘର ସାମ୍ନାରେ ଗାଈ ଆସିଲେ ଧନର ଆଗମନ ହୋଇଥାଏ । ହଠାତ ଆପଣଙ୍କ ଘରର ଛାତ ଉପରେ ଆସି ପେଚା ବସି ରାବିଲେ ଜାଣି ଯାଆନ୍ତୁ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଘର ଅଗଣାକୁ ମୟୁର କିମ୍ବା ଶୁଆ ଆସି ବସିଲେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି ହେବା ଅର୍ଥ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି । ମାତା ଲକ୍ଷ୍ମୀଙ୍କ କୃପା ଥିଲେ ବ୍ୟକ୍ତି ଆଳସ୍ୟରୁ ଦୂରେଇ ଯାଏ , କମ ଭୋକ ଲାଗେ ଏବଂ ଜୀବନରେ ସବୁକିଛି ସକାରାତ୍ମକ ଲାଗିଥାଏ ।

ଏପରି ଘରେ ପୂଜା ଅର୍ଚ୍ଚନା ବଢ଼ିଯାଏ ଏବଂ ଘରର ଲୋକେ ଘରକୁ ସବୁବେଳେ ସଫାସୁତୁରା ରଖନ୍ତି । ଝାଡ଼ୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ତେଣୁ ଆପଣ ଘରୁ ବାହାରକୁ ଯାଉଥିବା ସମୟରେ ଯଦି କାହାକୁ ଝାଡୁ କରିଥିବାର ଦେଖି ନିଅନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି । ସକାଳୁ ଉଠିବା ମାତ୍ରେ ମଧୁର ଶବ୍ଦ , ପୂଜା ମନ୍ତ୍ର କିମ୍ବା ମନ୍ଦିରର ଘଣ୍ଟି ଶୁଣା ଯାଉଛି ଏବଂ ଆପଣଙ୍କ ମନ ପ୍ରସନ୍ନ ହୋଇ ଯାଉଛି ତେବେ ବୁଝି ଯାଆନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । କାହାକୁ ଟଙ୍କା ଦେଉଥିବା ସମୟରେ ଯଦି ତାହା ତଳେ ଖସି ପଡ଼ୁଛି ତେବେ ତାହା ଅଶୁଭ ନୁହେଁ ବରଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଅଟେ । ଏହା ଅଧିକ ଧନ ଲାଭର ସଙ୍କେତ ଅଟେ । କେବଳ ସେହି ଟଙ୍କାକୁ ଉଠାଇ ନିଜ ମଥାରେ ନିଶ୍ଚୟ ଲଗାନ୍ତୁ ।

ଯଦି ସକାଳୁ ସକାଳୁ ଆପଣଙ୍କ ଦ୍ୱାରକୁ କେହି ୟାଚକ ଆସି ଯାଆନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଛି । ଘରକୁ ଆସିଥିବା ୟାଚକଙ୍କୁ କେବେ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପାରନ୍ତି । ସକାଳୁ ଯଦି କାହାକୁ କ୍ଷୀର ନେଇ ଯିବାର ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ଯଦି ସ୍ୱପ୍ନରେ ଆପଣ ନିଜକୁ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଉଥିବାର ଦେଖନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କୁ ଧନ ପ୍ରାପ୍ତି ହେବାକୁ ଯାଉଛି । ନିଜର ବାମ ହାତ ପାପୁଲି କୁଣ୍ଡେଇ ହେବା ଧନ ପ୍ରାପ୍ତି ଦିଗରେ ସୂଚିତ କରିଥାଏ । ଯଦି ବାସ୍ତବରେ କିମ୍ବା ସ୍ୱପ୍ନରେ ଆପଣଙ୍କୁ ଧଳା କିମ୍ବା ସୁନେଲି ରଙ୍ଗର ସାପ ଦେଖିବାକୁ ମିଳୁଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *