Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀର ରୋଷେଇ ଘରେ ଏହି ଜିନିଷ ଥାଏ ସେହି ଘର ଭରିଯାଏ ଟଙ୍କାରେ । ଜାଣି ନିଅନ୍ତୁ କିଛି ଖାସ ବାସ୍ତୁ ଟିପସ ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ରରେ ମନୁଷ୍ୟ ଜୀବନର ସମସ୍ୟା ଏବଂ ତାହାକୁ ଏଡ଼ାଇବା ପାଇଁ ଅନେକ ଉପାୟ ବିଷୟରେ ମଧ୍ୟ କୁହାଯାଇଛି । କହିବାକୁ ଗଲେ ବାସ୍ତୁ ଦୋଷ ଅନେକ କାରଣରୁ ଉତ୍ପନ୍ନ ହୋଇଥାଏ । ଅନେକ ସମୟରେ ଗ୍ରହ ଚଳନରେ ପରିବର୍ତ୍ତନ କାରଣରୁ ଜୀବନରେ ଅନେକ ସମସ୍ୟା ଆସିଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଏପରି ବାସ୍ତୁ ନିୟମ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ଗ୍ରହ ଚଳନକୁ ବଦଳାଇ ପାରିବେ । ରୋଷେଇ ଘରେ ଥିବା କିଛି ଜିନିଷ ନାନା ଗ୍ରହ ସହିତ ଜଡ଼ିତ ଥାଏ । ସେହିସବୁ ଜିନିଷ ଶେଷ ହେଲେ ଅଶୁଭ ଗ୍ରହର ସାମ୍ନା କରିବାକୁ ପଡ଼ିଥାଏ । ରୋଷେଇ ଘରେ ଥିବା ନାନା ପ୍ରକାରର ମସଲା ଶେଷ ହେଲେ ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ।

1 . ସୂର୍ଯ୍ୟ ହେଉଛନ୍ତି ଗ୍ରହ ମାନଙ୍କର ରାଜା ତେଣୁ ରୋଷେଇ ଘରେ ଶୁଖିଲା ଲଙ୍କା ନିହାତି ରଖନ୍ତୁ । ଯଦି ତାହା ସମାପ୍ତ ହୁଏ ତେବେ ଜାତକରେ ସୂର୍ଯ୍ୟ ଦୁର୍ବଳ ହେବେ ।

2 . ରୋଷେଇ ଘରେ ଶୁଦ୍ଧ ଗାଈର ଘିଅ ସବୁବେଳେ ରହିବା ଉଚିତ । ସବୁ ପୂଜାରେ ଶୁଦ୍ଧ ଗାଈର ଘିଅ ବ୍ୟବହୃତ ହୁଏ । ଏହାକୁ ରୋଷେଇ ଘରେ ରଖନ୍ତୁ ଏବଂ ପ୍ରତ୍ୟେକ ଦିନ ସେବନ କରନ୍ତୁ । ଏହାଦ୍ବାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ତାହାକୁ କେବେ ରୋଷେଇ ଘରେ ଶେଷ ହେବାକୁ ଦିଅନ୍ତୁ ନାହିଁ ।

3 . ନାଲି ମସୁର ଡାଲି ବୁଧ ଗ୍ରହର ପ୍ରତୀକ ଅଟେ । ଯାହାକି ଚାକିରୀ କରୁଥିବା ବ୍ୟକ୍ତି ଏବଂ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ରୋଷେଇ ଘରେ ମସୁର ଡାଲି ରଖିଲେ ବୁଧ ଗ୍ରହ ମଜବୁତ ହୋଇଥାଏ । ତାହାକୁ କେବେ ଶେଷ ହେବାକୁ ଦିଅନ୍ତୁ ନାହିଁ ଏବଂ ବୁଧବାର ଦିନ ତାହାର ଦାନ ନିଶ୍ଚୟ କରନ୍ତୁ ।

4 . ସ୍ୱାସ୍ଥ୍ୟରେ ବାରମ୍ବାର ସମସ୍ୟା ଏବଂ ବିବାହ ଜନିତ ସମସ୍ୟା ଦେଖା ଦେବାର ଅର୍ଥ ଗୁରୁ ଦୁର୍ବଳ । ତେଣୁ ରୋଷେଇ ଘରେ ଜିରା କେବେ ଶେଷ ହେବାକୁ ଦିଅନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହିତ ଗୁରୁ ଗ୍ରହକୁ ଶାନ୍ତ ମଧ୍ୟ ରଖିଥାଏ ।

5 . ରୋଷେଇ ଘରୁ ହଳଦୀ କେବେ ଶେଷ ହେବାକୁ ଦିଅନ୍ତୁ ନାହିଁ କାରଣ ଏହା ରାହୁ ଏବଂ କେତୁକୁ ଶାନ୍ତ ରଖିଥାଏ ଏବଂ ଜୀବନରୁ ସମସ୍ୟା ଦୂର କରିଥାଏ ।

6 . କଳା ରାଶି ଶନି ଦେବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ଏହାକୁ କେବେ ରୋଷେଇ ଘରେ ଶେଷ ହେବାକୁ ଦିଅନ୍ତୁ ନାହିଁ ଏବଂ ଶନିବାର ଦିନ ନିହାତି ଏହାର ଦାନ କରନ୍ତୁ । ଏହାଦ୍ବାରା ଶନି ଗ୍ରହ ମଧ୍ୟ ମଜବୁତ ହୋଇଥାଏ ।

7 . ରୋଷେଇ ଘରୁ ଅଟା ମଧ୍ୟ ଶେଷ ହେବାକୁ ଦିଅନ୍ତୁ ନାହିଁ । ଏହି କଥା ପ୍ରତି ଧ୍ୟାନ ଦେଲେ ଭବିଷ୍ୟତରେ ଧନ ଅଭାବ ସମ୍ବନ୍ଧୀୟ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ।

ରୋଷେଇ ଘରେ କେବେ ଅଇଁଠା ବାସନ ଛାଡ଼ନ୍ତୁ ନାହିଁ । ରୋଷେଇ ଘରେ ଛୁରୀକୁ ମଧ୍ୟ ଉଚିତ ସ୍ଥାନରେ ରଖନ୍ତୁ । ଏଣେତେଣେ ରହିଲେ କ୍ରୋଧ ବଢ଼ିଥାଏ ଏବଂ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଭୋଜନ ବନାଇ ସାରିବା ପରେ ରୋଷେଇ ଘରକୁ ଭଲଭାବରେ ସଫା କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *