Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ମାନଙ୍କୁ ଏହି ଦିନ ସ୍ନାନ କରିବା ଉଚିତ ନୁହେଁ। ସମ୍ପୂର୍ଣ୍ଣ ଧନର ନାଶ ହୋଇଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ମାନଙ୍କୁ ଏହି ଦିନ ସ୍ନାନ କରିବା ଉଚିତ ନୁହେଁ। ସମ୍ପୂର୍ଣ୍ଣ ଧନର ନାଶ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସ୍ନାନ ମନୁଷ୍ୟଙ୍କ ଶରୀରକୁ ପବିତ୍ର କରିବା ବାଲା ସର୍ବତମ କାର୍ଯ୍ୟ ଅଟେ। ସ୍ନାନ କରିବା ଦ୍ୱାରା ତନର ଶୁଦ୍ଧି ତ ହୋଇଥାଏ ଏହା ସହିତ ସ୍ନାନ କରୁଥିବା ଲୋକଙ୍କ ପାଖକୁ ଖରାପ ଶକ୍ତି ଆସିନଥାଏ। ଆମର ପ୍ରାଚୀନ ମୁନି ଋଷି ମାନେ ସ୍ନାନକୁ ବହୁତ ମହତ୍ୱ ଦିଆଯାଇଛି। ଯେଉଁ ମନୁଷ୍ୟ ପ୍ରତିଦିନ ସ୍ନାନ କରିଥାଏ ତା ଉପରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ସ୍ୱୟଂ ନିଜ ଶରୀରକୁ ସ୍ୱଚ୍ଛ ରଖୁଥିବା ମନୁଷ୍ୟ ଉପରେ ଶନିଦେବ ନିଜର କୁଦୃଷ୍ଟି କେବେବି ପକାନ୍ତି ନାହିଁ କିନ୍ତୁ ଯେଉଁ ଲୋକ ସ୍ନାନ କରନ୍ତି ନାହିଁ ଦାନ୍ତ ସଫା ରଖନ୍ତି ନାହିଁ ମଇଳା କପଡା ପିନ୍ଧିଥାନ୍ତି ଏମିତି ଲୋକଙ୍କ ଉପରେ ଶନିଦେବଙ୍କ କୁଦୃଷ୍ଟି ସର୍ବଦା ବନିରହିଥାଏ।

ଯେବେ ଗରୁଡ଼ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ନାନର ମହତ୍ୱ ବିଷୟରେ ପଚାରିଲେ ତ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଉତ୍ତରରେ ଗରୁଡ଼ଙ୍କୁ ସ୍ନାନ ବିଷୟରେ ବହୁତ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ। ଯାହା ପ୍ରତ୍ୟକ ମନୁଷ୍ୟଙ୍କୁ ଜାଣିନେବା ଉଚିତ। ଆଜି କାଲିର ବ୍ୟସ୍ତତା ମଧ୍ୟରେ ନିଜକୁ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇପାରିନଥାଉ। ଏମିତି କରିଲେ ଶାସ୍ତ୍ର ଅନୁସାରେ ନିଜର ଜୀବନରେ ଧନ ସୁଖ ଏବଂ ବୈଭବକୁ ଦୂର କରିବାକୁ ଯାଉଛୁ। ଭଗବାନ ଶ୍ରୀକୃଷ୍ଣ ସ୍ନାନ ବିଷୟରେ ଅନେକ ପ୍ରକାରର ଉଚିତ ସମୟ ଏବଂ ସ୍ନାନ ନକରିବାର ଅଶୁଭ ଫଳ ବିଷୟରେ କହିଛନ୍ତି।।

ଶାସ୍ତ୍ର ଅନୁସାରେ ସ୍ଵଛତାର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ଅଟେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମନୁଷ୍ୟଙ୍କୁ କାହିଁକି ସ୍ନାନ କରିବା ଉଚିତ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ସ୍ନାନ କରିବାର ସର୍ବତମ ସମୟ ବ୍ରହ୍ମ ମୁହୂର୍ତ୍ତ ଅଟେ। ବ୍ରହ୍ମ ମୁହୂର୍ତ୍ତ ବା ରାତ୍ରିର ଅନ୍ତିମ ପ୍ରହର ଏବଂ ସୂର୍ଯ୍ୟ ଉଦୟର ଠିକ ୧ଘଣ୍ଟା କିମ୍ବା ୨ ଘଣ୍ଟା ପୂର୍ବରୁ ସମୟ। ସାଧାରଣତଃ ସକାଳ ୪ ରୁ ୫.୩୦ର ସମୟ। ଶାସ୍ତ୍ରର ଏହି ସମୟକୁ ଦିନର ସର୍ବଶ୍ରେଷ୍ଠ ସମୟ ମାନାଯାଏ। କାରଣ ଏହି ସମୟରେ ଅଦ୍ଭୁତ ଚମତ୍କାର ଉର୍ଜା ବ୍ୟାପ୍ତ ହୁଏ। କାରଣ ଏହି ସମୟ ଦେବତାଙ୍କର ସମୟ ହୋଇଥାଏ।ଏହି ସମୟରେ ଦେବତାଙ୍କର ସ୍ମରଣ କରି ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ବ୍ରହ୍ମ ସ୍ନାନକୁ ସର୍ବଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ବା ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଆମର ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସେ। ଦିନସାରା ଆମର ଶରୀର ମନ ସାକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଦେବ ସ୍ନାନ। ସକାଳ ୫ ରୁ ୬ ଭିତରେ ହେଉଥିବା ସ୍ନାନକୁ ଦେବସ୍ନାନ କୁହାଯାଏ। ସବୁ ପବିତ୍ର ନଦୀର ସ୍ମରଣ କରି କରାଯାଉଥିବା ସ୍ନାନକୁ ଏବେ ମଧ୍ୟ ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମର ଶରୀରରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ।ଏବଂ ସବୁ ପ୍ରକାରର ନାକାରାତ୍ମକତା ଆମର ଶରୀରରୁ ବାହାରିଯାଏ। ଏହି ପ୍ରକାର ଦେବସ୍ନାନ କଲେ ଆମର ମନ ସହିତ ଶରୀର ମଧ୍ୟ ଶୁଦ୍ଧ ହୋଇଥାଏ।

ଋଷି ସ୍ନାନ। ସକାଳୁ ସକାଳୁ ଯେବେ ଆକାଶରେ ତାରା ନଜର ଆସେ ସେହି ସମୟରେ କରାଯାଉଥିବା ସ୍ନାନକୁ ଋଷି ସ୍ନାନ କୁହାଯାଏ।ଏହାକୁ ବି ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମକୁ ମାନସିକ ଶାନ୍ତି ମିଳିଥାଏ।

ମାନବ ସ୍ନାନ। ୬ ରୁ ୮ ଟା ସମୟ ଭିତରେ କରାଯାଉଥିବା ସକାଳ ସ୍ନାନକୁ ମାନବ ସ୍ନାନ କୁହାଯାଏ। ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ ବା ସୂର୍ଯ୍ୟ ଉଦୟ ପରେ କରାଯାଇଥାଏ। ଏହି ସମୟରେ ସ୍ନାନ କରିବାକୁ ମଧ୍ୟ ଭଲ ମାନାଯାଏ।ଶରୀରରେ ଦିନସାରା ସକାରାତ୍ମକ ଉର୍ଜା ବ୍ୟାପ୍ତ ରହିଥାଏ। ଆମେ ଯେଉଁ କାମ କରିବାକୁ ମଧ୍ୟ ଉତ୍ସାହ ରହିଥାଏ।

ସକାଳ ୮ଟା ପରେ ଆମର ସ୍ନାନ କରିବା ଆମର ଶାସ୍ତ୍ରରେ ଠିକ ସମୟ ବୋଲି ମାନାଯାଏନାହିଁ।ଏହି ସମୟ ବାତାବରଣରେ ବ୍ୟାପ୍ତ ଦେବୀ ଶକ୍ତି କମ ହୋଇଯାଏ।ଏଥିପାଇଁ ମନୁଷ୍ୟର ଉତ୍ସାହର ଉର୍ଜା କମ ଦେଖାଯାଏ। ଯେଉଁଥି ପାଇଁ ସେ ଦିନସାରା ଆଳସ୍ୟ ଅନୁଭବ କରେ। ପୁରା ଦିନ ଶୋଇରହେ। ଏବଂ କୌଣସି କାମରେ ମନ ଲାଗେ ନାହିଁ। ଏଥିପାଇଁ ସକାଳ ୮ ଟା ପରେ କେବେ ସ୍ନାନ କରିବା ଉଚିତ ନୁହେଁ। ଯେଉଁ ମହିଳା ସକାଳ ୮ ଟା ପରେ ସ୍ନାନ କରନ୍ତି ତାଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ବନିରହେ ଏବଂ ଘରେ ସୁଖ ସମୃଦ୍ଧି ଚାଲିଯାଏ।

ଦାନବ ସ୍ନାନ। ଦିପ୍ରହରର ୧୨ ଟା ପରେ କରାଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହାଯାଏ। ସୂର୍ଯ୍ୟ ଉଦୟ ହେବାର ବହୁତ ସମୟ ପରେ ମଧ୍ୟ ଯେଉଁ ଲୋକ ସ୍ନାନ କରନ୍ତି ନାହିଁ ତାଙ୍କ ମନରେ ଦିନସାରା କ୍ରୋଧ ରାଗ କ୍ଳେଶ ନକାରାତ୍ମକତା କମଜୁରୀ ଏବଂ ଚିଡିଚିଡାପଣ ବନିରହେ। ଯାହା ଦ୍ୱାରା ଏମାନଙ୍କ କାମରେ ଅସୁବିଧା ଆସେ। ଏଥିପାଇଁ ଗରୁଡ଼ ପୁରାଣରେ ଆମେ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ଦେବ ସ୍ନାନ,ଋଷି ସ୍ନାନ କିମ୍ବା ମାନବ ସ୍ନାନ କରିବା ଉଚିତ। ପ୍ରତିଦିନ ଏହି ପବିତ୍ର ସମୟରେ ସ୍ନାନ କରିକି ଈଶ୍ୱରଙ୍କୁ ପୁରା ଶ୍ରଦ୍ଧାରେ ଆରୋଧନା ପ୍ରାର୍ଥନା ଏବଂ ପୂଜା ପାଠ କରି ତଥା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ଆମର ଶରୀର ସହିତ ମନ ବି ପବିତ୍ର ହୋଇଯାଏ। ଏବଂ ଆମର ବହୁତ ସମସ୍ୟାର ସମାଧାନ ମଧ୍ୟ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *