Excuse Me Odisha

ଯାହା କହିବୁ ସତ କହିବୁ

ଝାଡୁ ପାଖରେ ଭୁଲରେ ବି ଏହି ୧ଟି ଜିନିଷ ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଝାଡୁ ପାଖରେ ଭୁଲରେ ବି ଏହି ୧ଟି ଜିନିଷ ରଖନ୍ତୁ ନାହିଁ।

ପୌରାଣିକ କଥା ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡୁ କେବଳ ଆମ ଘରର ସଫା ସୁତରା କରିନଥାଏ ବରଂ ଆମ ଜୀବନରେ ଆସୁଥିବା ଦରିଦ୍ରତାକୁ ଘରୁ ବାହାର କରିବାର କାର୍ଯ୍ୟ କରିଥାଏ। ଝାଡୁ ଆମ ଘରେ ସୁଖ ସମୃଦ୍ଧି ଆଣିଥାଏ। ଝାଡୁରେ ଧନରେ ଦେବୀ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଝାଡୁର ମହତ୍ୱ ଏହା ବି ଅଛି ଯେ ରୋଗକୁ ଦୂର କରୁଥିବା ସିତଳତା ମା ଗୋଟେ ହାତରେ ଝାଡୁ ଧରିଥାନ୍ତି। ପ୍ରତିଦିନ ଝାଡୁର ବ୍ୟବହାର କରିବା ସମୟରେ କିଛି ଖାସ କଥାର ଧ୍ୟାନ ରଖିବା ବହୁତ ଆବଶ୍ୟକ ଅଟେ।

ଝାଡୁ କେବେ ଲଗାଇବେ। ଝାଡୁ ଲଗେଇବା ସମୟରେ କୌଣସି କଥା ହେବେ ନାହିଁ।

ଝାଡୁ ଉପରେ ଗୋଡ଼ ବଜେଇବା ଉଚିତ ନାହିଁ। ଯଦି କେବେବି ଝାଡୁରେ ଭୁଲରେ ଗୋଡ଼ ବାଜି ଯାଏ ତ ତୁରନ୍ତ ମା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ। ଧ୍ୟାନ ଦେବେ ଝାଡୁରେ ଲାତ ମାରିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ବାହାରି ଚାଲିଯିବେ।

ଶାସ୍ତ୍ର ଅନୁସାରେ ମାସିକ ଧର୍ମ ସମୟରେ ଝାଡୁକୁ ଛୁଇଁଲେ ପାପ ଲାଗିଥାଏ ଏବଂ ଘରେ ଦରିଦ୍ରତା ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ। ଜୀବନରେ କଷ୍ଟ ଆସିଥାଏ। କାରଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ତ ସେଥିପାଇଁ ଏହି ସମୟରେ ମହିଳାମାନେ ଝାଡୁ ଛୁଇଁବା ଉଚିତ ନୁହେଁ।

ଝାଡୁ ସକାଳ ସମୟରେ ଲଗେଇବା ଉଚିତ ଅର୍ଥାତ ସକାଳର ପୂଜା ପୂର୍ବରୁ ଝାଡୁ ପୋଛା ହୋଇଯାଇଥିବା ଉଚିତ ଏବଂ ସୂର୍ଯ୍ୟାସ୍ତ ସମୟରେ ଝାଡୁ ପୋଛା କରିବା ବହୁତ ଅଶୁଭ ମାନାଯାଏ। ଭୁଲରେ ବି ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତୁ ନାହିଁ। ଯଦି କୌଣସି କାରଣରୁ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାଇବେ ତ ଘରର ଅଳିଆ ବାହାରକୁ ବାହାର କରନ୍ତୁ ନହିଁ ତାହାକୁ ଗୋଟେ କୋଣରେ ରଖନ୍ତୁ ଓ ସକାଳେ ବାହାରେ ପକାନ୍ତୁ।

ଝାଡୁ କେବେବି ଲଗାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ପୌରଣିକ ଗ୍ରନ୍ଥରେ କୁହାଯାଇଚିକି ଅନ୍ଧାର ହେଲାପରେ ଘରେ ଝାଡୁ ଲଗେଇବା ଅଶୁଭ ହୋଇଥାଏ। ଝାଡୁ ଦୀପ ଲଗାଇବା ପରେ କିମ୍ବା ପୂଜା ହେବା ପରେ ଏବଂ ଖାଦ୍ୟ ଖାଇବା ପରେ କିମ୍ବା ଘରର କୌଣସି ସଦସ୍ୟ ବାହାରକୁ ବାହାରିଯିବା ପରେ ତ ଏମିତିରେ ଝାଡୁ ଲଗାନ୍ତୁ ନାହିଁ। ଏମିତି କଲେ ବାହାରକୁ ଯାଇଥିବା ଲୋକ ଅସଫଳତା ହୋଇଥାନ୍ତି। ଏଥିପାଇଁ ତାଙ୍କର ଯିବାର ୧ ଘଣ୍ଟା କି ୨ ଘଣ୍ଟା ପରେ ଝାଡୁ ଲଗେଇବା ଉଚିତ। ଠିକ ସେମିତି ଘରକୁ ଆସିଥିବା ଅତିଥି ତୁରନ୍ତ ଆସିବା ପରେ ଝାଡୁ ଲଗାନ୍ତୁ ନାହିଁ।

ଘରେ ଝଗଡା ହେଉଥିବା ସମୟରେ ଝାଡୁ ଲଗାନ୍ତୁ ନାହିଁ। ଯଦି ଘରେ କେହି କାନ୍ଦୁଥିବେ କିମ୍ଵା ମନରେ କ୍ରୋଧ ରାଗ ରଖି ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଘରେ ଦରିଦ୍ରତାର ବାସ ହୋଇଯାଇଥାଏ।

ଆସନ୍ତୁ ଜାଣିବା କେଉଁ ଦିଗରୁ ଝାଡୁ ଲଗେଇବା ଆରମ୍ଭ କରିବା ଉଚିତ।

ଉତ୍ତର-ପୂର୍ବ କୋଣରୁ ଝାଡୁ ଲଗେଇବା ଆରମ୍ଭ କରିବା ଉଚିତ ଏବଂ ଝାଡୁ ପୁରା ଘର ସାରା ଲଗେଇବା ଉଚିତ।

ଘରର ପୂଜା ଘରେ ଝାଡୁ ଲଗାଇବା ଉଚିତ ନୁହେଁ କେବଳ ସଫା କପଡ଼ାରେ ପୂଜା ଘରକୁ ସଫା କରିବା ଉଚିତ।

ଝାଡୁକୁ ସର୍ବଦା ଲୁଚାଇ କରି ରଖନ୍ତୁ। ଏହାକୁ ସର୍ବଦା ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଯେମିତି କାହାରି ନଜର ପଡୁନଥିବ।

ଝାଡୁକୁ କେବେବି ଇସାଣ କୋଣରେ ରଖିବେ ନାହିଁ କାରଣ ଏହି ଦିଗକୁ ଦେବୀ ଦେବତାଙ୍କର ସ୍ଥାନ ମାନାଯାଏ। ଝାଡୁକୁ ରଖିବାର ସର୍ବତମ ସ୍ଥାନ ଦକ୍ଷିଣ-ପଶ୍ଚିମ କୋଣକୁ ମାନାଯାଇଛି। ଝାଡୁକୁ କେବେବି ଘରର ପୂଜା ମନ୍ଦିରରେ ରଖିବେ ନାହିଁ। ରୋଷେଇ ଘରେ ହଲର ସଫା ତଳେ ବେଡ଼ରୁମରେ କିମ୍ଵା ପଲଙ୍କ ତଳେ କେବେବି ରଖିବେ ନାହିଁ। ଏମିତି କଲେ ଘରେ ଗରିବୀ ବାସ କରିଥାଏ। ଝାଡୁକୁ ସର୍ବଦା କବାଟ ପଛରେ କିମ୍ବା କୋଣରେ ରଖନ୍ତୁ।

ଝାଡୁକୁ ଜୂତା ରଖୁଥିବା ସ୍ଥାନରେ ରଖନ୍ତୁ ନାହିଁ। ଝାଡୁକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ। ଝାଡୁକୁ ଠିଆ କରି କେବେବି ରଖନ୍ତୁ ନାହିଁ।

କେବେ ଘରେ ଝାଡୁକୁ ଓଲଟା ରଖିବା ଉଚିତ ନୁହେଁ। କୁହାଯାଏକି ଏହାଦ୍ବାରା ଘରେ କଳହ ଲାଗି ରହିଥାଏ। ଝାଡୁକୁ ଘରରୁ ବାହାରେ କି ଛାତ ଉପରେ ରଖିବା ଉଚିତ ନୁହେଁ। କୁହାଯାକି ଏମିତି କରିବା ଦ୍ଵାରା ଘରେ ଚୋରୀ ହେବାର ଆଶଙ୍କା ରହିଥାଏ। ଝାଡୁକୁ ସବୁବେଳେ ଏମିତି ଜାଗାରେ ରଖିବା ଆବଶ୍ୟକ ଯେଉଁଠି ଘର ଓ ବାହାରର କୌଣସି ସଦସ୍ୟାଙ୍କର ନଜର ପଡିବ ନାହିଁ।

ଘରେ ଯଦି ହଠାତ ଛୋଟ ପିଲା ଘରେ ଝାଡୁ କରିଥାଏ ତ କୁହାଯାଏକି ଘରେ କୁଣିଆ ଆସିବାର ସଂକେତ ଦେଇଥାଏ।ନୂଆ ଘର ବନେଇବା ପରେ ସେଥିରେ ପୁରୁଣା ଝାଡୁ ନେଇଯିବା ଅଶୁଭ ହୋଇଥାଏ। ସ୍ଵପ୍ନରେ ଯଦି କେହି ନୂଆ ଝାଡୁ ନେଇକି ଠିଆ ହେବାର ଦେଖାଯାଏ ତ ତାହା ସୌଭାଗ୍ୟର ପ୍ରତୀକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *