Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଦୁଇଟି ଦୀପ ରହିବା ହୋଇଥାଏ ଅତ୍ୟନ୍ତ ଜରୁରୀ । ଜାଣି ନିଅନ୍ତୁ କାହିଁକି ???

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଦୀପର ଅନେକ ମହତ୍ତ୍ୱ ରହିଛି । ଏହାକୁ ଜାଳିବା ଅତ୍ୟନ୍ତ ପବିତ୍ର ମାନା ଯାଇଛି । ଏଥିପାଇଁ ସବୁ ଶୁଭ କାର୍ଯ୍ୟ ପୂର୍ବରୁ ଦୀପ ଜାଳିବାର ନିୟମ ରହିଛି । ବିନା ଦୀପରେ ପୂଜା ସଫଳ ହୋଇ ନଥାଏ । କିନ୍ତୁ ଦୀପ ଜାଳିବାର ଅନେକ ନିୟମ ରହିଛି । କୁହାଯାଏ ଯେ ପୂଜା ଶେଷ ହେବାର ଆଗାମୀ କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ଦୀପ ଜାଳିବା ଜାରି ରହିବା ଉଚିତ । ରିକ ବେଦ ଅନୁଯାୟୀ ଦୀପରେ ଦେବତା ମାନଙ୍କର ତେଜ ରହିଥାଏ । ଯାହାକୁ ଜାଳିବା ଦ୍ୱାରା ଦେବତାଙ୍କ ସହିତ ସିଧାସଳଖ ସମ୍ବନ୍ଧ ସ୍ଥାପିତ ହୋଇଥାଏ ବୋଲି ମାନ୍ୟତା ରହିଛି । ଘରେ ତୁଳସୀ ଗଛ ମୂଳରେ ହେଉ କିମ୍ବା କୌଣସି ନୂଆ କାମ ଆରମ୍ଭ ହେଉ ଦୀପ ଜାଳିବା ନିଶ୍ଚିତ ଅଟେ । ସକାଳ ସନ୍ଧ୍ୟା ଦୀପ ଜାଳିଲେ ଘରକୁ ସକାରାତ୍ମକତା ଆସିଥାଏ ।

ପୁରାଣ ଅନୁଯାୟୀ ପୂଜାରେ ଗାଈ ଘିଅରେ ଦୀପ ଜାଳିବା ସର୍ବୋତ୍ତମ ହୋଇଥାଏ । ଦୀପ ଜାଳିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇଯାଏ । ଘରେ ପୂଜା ସ୍ଥାନ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ ଏବଂ ଦୀପକୁ ସର୍ବଦା ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ରଖିବା ଉଚିତ । ଘିଅ ଦୀପ ଜାଳିଲେ ସେଥିରେ ନାଲି ବତୀ ବ୍ୟବହାର କରିବା ଉତ୍ତମ ହୋଇଥାଏ ।

କୌଣସି ରୋଗରେ ପୀଡ଼ିତ ଥିଲେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କ ପ୍ରତିମା ସାମ୍ନାରେ ତେଲ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଘରର ଦ୍ୱାରରେ ପ୍ରତ୍ୟେକ ଦିନ ତେଲ ଡ଼ପ ଜାଳିବା ଘରୁ ନକାରାତ୍ମକତାକୁ ଦୂର କରିଥାଏ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ପୂର୍ବ ଏବଂ ଉତ୍ତର ଦିଗରେ ଦୀପ ଜାଳିବା ସବୁଠାରୁ ଅଧିକ ଶୁଭ ହୋଇଥାଏ ।

ପଶ୍ଚିମ ଏବଂ ଦକ୍ଷିଣରେ ଦୀପ ଜାଳିବା ଶୁଭ ହୋଇ ନଥାଏ । ଏହାଦ୍ବାରା ଜୀବନରେ ସବୁବେଳେ ଦୁଃଖ ଆସିଥାଏ । ପ୍ରତ୍ୟେକ ଦିନ ଘରର ଉତ୍ତର ଦିଗରେ ଏକ ଘିଅ ଦୀପ ଜାଳିଲେ ଘରକୁ ଧନର ଆଗମନ ହୋଇଥାଏ । ଗ୍ରହ ଜନିତ ମୁକ୍ତି ପାଇଁ ପ୍ରତ୍ୟେକ ସୋମବାର ଶିବଲିଙ୍ଗ ସାମ୍ନାରେ ଦୀପ ଜାଳନ୍ତୁ । ଯେଉଁ ଲୋକଙ୍କୁ ଭୟ ସମସ୍ୟା ରହିଛି ସେମାନେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ହନୁମାନଙ୍କ ସାମ୍ନାରେ ପଞ୍ଚମୁଖୀ ଦୀପ ଜାଳିବା ଉଚିତ । ଏହାଦ୍ବାରା ଭୟ ଦୂର ହୋଇଥାଏ । ମାଟିର ଦୀପ ଜାଳିଲେ ପୂଜା ସଫଳ ହୋଇଥାଏ । କିନ୍ତୁ ତାହାକୁ କେବଳ ଥରେ ବ୍ୟବାହର କରିବା ପରେ ଜଳରେ ଭସାଇ ଦିଅନ୍ତୁ । ଅଟା ଦୀପ କ୍ଷେତ୍ରରେ ମଧ୍ୟ ଆପଣ ଥରେ ବ୍ୟବହାର ପରେ ତାହାକୁ ପକ୍ଷୀଙ୍କୁ ଖାଇବାକୁ ଦେଇ ଦିଅନ୍ତୁ । ଧାତୁ ଦୀପ ମଧ୍ୟରେ କଂସା ଦୀପ ସବୁଠାରୁ ଉତ୍ତମ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *